Videos
|
Odisha

Puri Jagannath Temple / ଆଜି ରାତି ସାଢ଼େ ୧୦ଟାରୁ କାଲି ଦିନ ଗୋଟାଏ ଯାଏ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଆଜି ରାତି ସାଢ଼େ ୧୦ଟାରୁ କାଲି ଦିନ ଗୋଟାଏ ଯାଏ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ
Darshan Closed Before Snana Purnima Rituals

Key Points

ଶ୍ରୀମନ୍ଦିରରେ ୧୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଆଜି ରାତି ସାଢ଼େ ୧୦ଟାରୁ କାଲି ଦିନ ୧ଟା ଯାଏ ଦର୍ଶନ ବନ୍ଦ
ସ୍ନାନ ଯାତ୍ରାର ପୂର୍ବ ପ୍ରସ୍ତୁତି ପାଇଁ ଦର୍ଶନ ବନ୍ଦ ରହିବ
୨୯ ତାରିଖ ସୋମବାର ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥିରେ ସ୍ନାନଯାତ୍ରା
ପୁରୀ: ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ବିଶେଷ ନୀତି । ପ୍ରଭାବିତ ହେବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିରରେ ୧୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀମନ୍ଦିର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଜି (ଶନିବାର) ରାତି ସାଢ଼ ୧୦ଟାରୁ କାଲି (ରବିବାର) ଦିନ ୧ଟା ଯାଏ ଦର୍ଶନ ବନ୍ଦ ରହିବ । ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ବିଶେଷ ନୀତି ମାନ ଅନୁଷ୍ଠିତ ହେବାକୁ ଥିବାରୁ ପୂର୍ବ ପ୍ରସ୍ତୁତି କରାଯିବ ।

୨୯ ତାରିଖ ସୋମବାର ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥିରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ । ସ୍ନାନଯାତ୍ରା ପାଇଁ ପୁରୀରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ତ୍ରୟୋଦଶୀରେ ଶ୍ରୀମନ୍ଦିରରେ ହୋଇଛି ଦଇତାପତି ପ୍ରବେଶ ।

ଏଥିସହ ପଢ଼ନ୍ତୁ: ପୁରୀରେ ସ୍ନାନ ଯାତ୍ରା ଓ ରଥ ଯାତ୍ରା ଲାଗି ଆରମ୍ଭ ହେଲା ପ୍ରସ୍ତୁତି,ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି 

ଏକମୁଖୀ ପ୍ରବେଶ-ପ୍ରସ୍ଥାନ

ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଏକମୁଖୀ ପ୍ରବେଶ-ପ୍ରସ୍ଥାନ ବ୍ୟବସ୍ଥା ଗ୍ରହଣ କରାଯିବ । ମାର୍କେଟ ଛକ ଠାରୁ ୫ ଥାକିଆ ବ୍ୟାରିକେଡ୍ ଦେଇ ସିଂହଦ୍ୱାରରେ ପ୍ରବେଶ କରି ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ ।
ସୁରକ୍ଷା, ଭିଡ଼ ପରିଚାଳନା,ଓ ବିନା ବାଧାରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ଗୁରୁତ୍ଵ ଦେଇଛି ପ୍ରଶାସନ ।

୨୪ ଘଣ୍ଟିଆ ମନିଟରିଂ

ଭିଡ଼ ପରିଚାଳନା ପାଇଁ ପୁରୀର ୧୦ଟି ସ୍ଥାନରେ ହେବ ପୋଲିସ ସହାୟତା କେନ୍ଦ୍ର । ୨୪ ଘଣ୍ଟିଆ ମନିଟରିଂ ପାଇଁ ଶ୍ରୀମନ୍ଦିରେ ଭିତରେ ୧୫୨ଟି ଓ ବାହାରେ ୨୫୦ ସିସିଟିଭି କ୍ୟାମେରା ଲଗାଯାଇଛି । ମେଡିକାଲ ଏମର୍ଜେନ୍ସି ପାଇଁ ଅକ୍ସିଜେନ ସପୋର୍ଟ ସହ ଭିତରେ ଓ ବାହାରେ ରହିବେ ରହିବେ ୮ଟି କ୍ରାକ ଟିମ୍ ।

ମହାପ୍ରଭୁଙ୍କ ଗୁପ୍ତ ସେବା ପାଇଁ ଆଜି ତ୍ରୟୋଦଶୀ ତିଥିରେ ଦଇତାମାନେ ମଙ୍ଗଳ ଆଳତି ପୂର୍ବରୁ ପ୍ରବେଶ କରିଛନ୍ତି । ଆସନ୍ତାକାଲି ଶ୍ରୀଜୀଉଙ୍କ ବଡ଼ସିଂହାର ଭୋଗ, ପହୁଡ଼ ଆଳତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଢାଙ୍କି କରାଯିବ ।

ବଡ଼ସିଂହାର ପରେ ଦଇତା ସେବକମାନେ ପ୍ରଭୁଙ୍କ ବାହୁଟକଣ୍ଟ ନୀତି ସମ୍ପାଦନ କରିବେ । କୋଠ ସୁଆସିଆଁ ସେବକମାନେ ରତ୍ନ ସିଂହାସନରେ ଚାର ବାନ୍ଧିବାକୁ ଗର୍ଭଗୃହକୁ ପ୍ରବେଶ କରିବେ ଏବଂ ଚାର ବନ୍ଧାଯିବା ପରେ ଦଇତାପତିମାନେ ପ୍ରଭୁଙ୍କ ସେନାପଟା ବାନ୍ଧିବା ନୀତି ସମ୍ପନ୍ନ କରିବେ ।

ଏଥିସହ ପଢ଼ନ୍ତୁ: ପୁରୀରେ ସ୍ନାନ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି... ଭକ୍ତଙ୍କ ସୁରକ୍ଷା ପାଇଁ ୭୯ ପ୍ଲାଟୁନ୍ ଫୋର୍ସ 

ପିପିଲିରୁ ପୁରୀ ପର୍ଯ୍ୟନ୍ତ ଆଲର୍ଟରେ ପୋଲିସ

ପିପିଲି ଟୋଲ୍ ଗେଟ୍ ଠାରୁ ସହାୟତା ଯୋଗାଇବ ପୋଲିସ । ବଡ଼ଦାଣ୍ଡ ଓ ଗ୍ରାଣ୍ଡ ରୋଡରେ ସୂଚନା ଦେବ ପିଏ ସିଷ୍ଟମ । ୨୪ ଘଣ୍ଟିଆ ଦାୟିତ୍ଵରେ ରହିବ ସ୍ପେସିଆଲ ଟାକ୍ଟିକଲ୍ ୟୁନିଟ୍ । ଉତ୍ତର ଦ୍ଵାର ଓ ବ୍ୟାରିକେଡ୍ ପ୍ରବେଶ ପାଖରେ ରହିବ ଆମ୍ବୁଲାନ୍ସ । ମାର୍କେଟ ଛକ ଠାରୁ ୫ ଥାକିଆ ବ୍ୟାରିକେଡ୍ ଦେଇ ସିଂହଦ୍ୱାର ପ୍ରବେଶ ପରେ ସ୍ନାନବେଦୀରେ ଦର୍ଶନ କରି ଉତ୍ତର ଦ୍ୱାର ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ । ସେହିଭଳି ଦକ୍ଷିଣ ଦ୍ୱାର ଦେଇ ଯାଇପାରିବେ ପରିମାଣିକ ଟିକେଟ ଧାରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: