Jagannath Temple / ଅକ୍ଷୟ ତୃତୀୟା ପୂର୍ବରୁ ଗଣତିମଣତି ସାରିବା ପାଇଁ ପରିଚାଳନା କମିଟିର ଗୁରୁତ୍ଵ
·9 months ago·3 min read

Key Points
ବିଭିନ୍ନ ପର୍ଯ୍ୟାୟରେ ରତ୍ନ ଅଳଙ୍କାରର ଗଣତିମଣତି କରାଯିବ । ଅକ୍ଷୟ ତୃତୀୟା ପୂର୍ବରୁ ଗଣତିମଣତି ସାରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ଵ ଦିଆଯାଇଛି ।
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବହୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଚାରି ଘଣ୍ଟା ଧରି ବସିଥିଲା ବୈଠକ । ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । କାଠ ରାମ୍ପ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତିରେ ପ୍ରଭାବିତ କରିବ ନାହିଁ ସେନେଇ ପୁର୍ନବାର ଟେକ୍ନିକାଲ୍ କମିଟି ଅନୁଧ୍ୟାନ କରିବ ।
ପ୍ରୋଟୋକଲ ଦର୍ଶନ ପାଇଁ ଏସଓପି
ଭିଆଇପି ଓ ଭିଭିଆଇପିଙ୍କ ପ୍ରୋଟୋକଲ ଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ଏସଓପି ଅଣାଯିବ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି କରାଯିବ। ରତ୍ନ ଅଳଙ୍କାର ଗୁଡ଼ିକର ଡିଜିଟାଇଜେସନ କରାଯିବ।
ରତ୍ନ ଅଳଙ୍କାର ଗଣତିମଣତି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଗକୁ ମହାପ୍ରଭୁଙ୍କ ପହିଲିଭୋଗ ନୀତି ସହିତ ଇଂରାଜୀ ନୂତନ ବର୍ଷ ଆସୁଛି । ତେଣୁ ନୀତିବହୁଳ ଥିବାରୁ ପର୍ଯ୍ୟାୟକ୍ରମେ ରତ୍ନ ଗଣତି କରାଯିବ । ମୁଖ୍ୟ ପ୍ରଶାସକ ଏବଂ କମିଟିର ସଦସ୍ୟଙ୍କୁ ନେଇ ଅତିରିକ୍ତ ଏସଓପି ପ୍ରସ୍ତୁତ କରାଯିବ । ବିଭିନ୍ନ ପର୍ଯ୍ୟାୟରେ ରତ୍ନ ଅଳଙ୍କାରର ଗଣତିମଣତି କରାଯିବ । ଅକ୍ଷୟ ତୃତୀୟା ପୂର୍ବରୁ ଗଣତିମଣତି ସାରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ଵ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ଖଣି ପାଇଁ ଅକ୍ସନ୍ ଜାଗାରେ ହେବ ଲଟେରି; SC/ST ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବଢ଼ିଲା
ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା ଇଟା ମାମଲା ହାଇକୋର୍ଟରେ ଅଛି । ରୂପା ଇଟା କିଭଳି ମହାପ୍ରଭୁଙ୍କ ଅଧିନକୁ ଆସିବ ସେ ନେଇ ଆଲୋଚନା ଚାଲିଛି । ନିୟମ ଅନୁସାରେ, ରୂପା ଇଟା ଅଣାଯିବା ପାଇଁ ପ୍ରକ୍ରିୟା କରିବ ଶ୍ରୀମନ୍ଦିର ପ୍ରଶାସନ ।
ସ୍ଵର୍ଣ୍ଣ ଅଳଙ୍କାର ଦାନ ଯୋଜନାରେ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିପାରିବେ । ଫଳରେ ମହାପ୍ରଭୁଙ୍କ ଅଳଙ୍କାରର ଆଉ ଏକ ସେଟ୍ ହୋଇପାରିବ । ଶ୍ରୀମନ୍ଦିର ବଜେଟକୁ ଅନୁମୋଦନ କରାଯାଇଛି । ପୁରୀରେ ଯେତିକି ଏଟିଏମ୍ ରହିଛି ଟଙ୍କା ଉଠାଣ ପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ ଦେବା ପାଇଁ ଚାହୁଁଥିଲେ ଦେଇପାରିବେ ଭକ୍ତ ।
ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର
ସେହିପରି ଖୁବଶୀଘ୍ର ଗୁଣ୍ଡିଚା ମନ୍ଦିର ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲାଯିବ । ମାହାଲ ଦିଆ ନଯାଇ ଶ୍ରୀମନ୍ଦିର ପ୍ରଶାସନ ଏହାର ଦାୟିତ୍ଵ ନେବ । ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ଜମିଜମା ସୁରକ୍ଷା ନେଇ ଆଲୋଚନା ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆଇନରେ ପରିବର୍ତ୍ତନ କରାଯାଇ କଡ଼ା ଆଇନ୍ ଅଣାଯିବ ।

ଇସ୍କନର ଅଦିନିଆ ରଥଯାତ୍ରା ଉପରେ ଆଲୋଚନା ହୋଇଛି । ଭାରତ ଓ ଭାରତ ବାହାରେ ସ୍ନାନଯାତ୍ରା ଗୋଟିଏ ଦିନରେ କରିବା ପାଇଁ ଇସ୍କନ ସହମତ ହୋଇଛି । କିନ୍ତୁ ପୁରୀ ଅନୁଯାୟୀ ତିଥିରେ ଭାରତ ବାହାରେ ରଥଯାତ୍ରା ପାଇଁ ଏଯାଏଁ ଇସ୍କନ ସହମତି ଦେଇ ନାହିଁ । ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପାଇଁ ପ୍ରସ୍ତାବିତ ଜାଗାରୁ ଜବରଦଖଲ ହଟିଛି ଓ ଓବିସିସିକୁ ପାଚେରି ବୁଲାଇବା ପାଇଁ କୁହାଯାଇଛି ।
ଏଥିସହ ପଢ଼ନ୍ତୁ: ହ୍ୟୁମାନଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର ଅଭିଯୋଗ, ୨ ମ୍ୟାନେଜରଙ୍କ ନାଁରେ ଏତଲା
ଶ୍ରୀମନ୍ଦିର ସେବାୟତଙ୍କ ଭତ୍ତା ବୃଦ୍ଧି
ଶ୍ରୀମନ୍ଦିର ସେବାୟତଙ୍କ ଭତ୍ତା ବୃଦ୍ଧି କରାଯାଇଛି । ବରିଷ୍ଠ ସେବାୟତଙ୍କ ଭତ୍ତା ୪ ହଜାରରୁ ମାସିକ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୨୬ ଜାନୁଆରୀରୁ ବର୍ଦ୍ଧିତ ଭତ୍ତା ମିଳିବ । ସେବାୟତ ପରିବାରର ଝିଅ ବାହାଘର ଅର୍ଥ ରାଶି ବୃଦ୍ଧି ପାଇଛି । ପୂର୍ବରୁ ଝିଅ ବିବାହ ପାଇଁ ୫୦ ହଜାର ମିଳୁଥିଲା, ଏଣିକି ୧ ଲକ୍ଷ ଟଙ୍କା ଦିଆଯିବ । ସେହିଭଳି ସେବାୟତ ପରିବାରର ପୁଅର ବ୍ରତୋପୟନ ଅର୍ଥ ରାଶି ୩୦ରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
ପୁରୀବାସୀଙ୍କ ଦର୍ଶନ ଲାଗି ସ୍ଵତନ୍ତ୍ର ବ୍ଯବସ୍ଥା ଉପରେ ଆଲୋଚନା ହୋଇଛି । ଅନ୍ୟ ଭକ୍ତ ମାନଙ୍କର ଯେଭଳି କିଛି ଅସୁବିଧା ନ ହେବ ସେନେଇ ଗୁରୁତ୍ବ ଦେଉଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ସବ କମିଟି ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ କରିବା ପରେ ଏସଓପି ପ୍ରସ୍ତୁତ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

Related Topics
Explore more stories