Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନାଲି ଫିତା ତଳେ ନିଷ୍ପତ୍ତି, ୫ ବର୍ଷ ପରେ ବି କଥାରେ ଶ୍ରୀମନ୍ଦିରରେ ପଲିଥିନ କଟକଣା

Odisha

Polythene Ban / ନାଲି ଫିତା ତଳେ ନିଷ୍ପତ୍ତି, ୫ ବର୍ଷ ପରେ ବି କଥାରେ ଶ୍ରୀମନ୍ଦିରରେ ପଲିଥିନ କଟକଣା

Sushanta Sahoo
Browse all articles by Sushanta Sahoo
·6 months ago·2 min read
ନାଲି ଫିତା ତଳେ ନିଷ୍ପତ୍ତି, ୫ ବର୍ଷ ପରେ ବି କଥାରେ ଶ୍ରୀମନ୍ଦିରରେ ପଲିଥିନ କଟକଣା

Key Points

ଶ୍ରଦ୍ଧାଳୁଙ୍କ ଠାରୁ ଆରମ୍ଭ କରି ଖୋଦ୍ ସୁରକ୍ଷାକର୍ମୀମାନେ ପଲିଥିନ ଭିତରେ ଫୁଲ, ନଡ଼ିଆ ମହାପ୍ରଭୁଙ୍କୁ ସମର୍ପଣ ପାଇଁ ନେଉଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଖୁବଶୀଘ୍ର ପଲିଥିନର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁ ବୋଲି ଦାବି କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ ।

ପୁରୀ: ଶ୍ରୀମନ୍ଦିରକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବାକୁ ୨୦୨୦ରୁ ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସ କରିଥିଲା । କିନ୍ତୁ ଏବେ ବି ପଲିଥିନର ବହୁଳ ବ୍ୟବହାର ହେଉଛି ଶ୍ରୀମନ୍ଦିର ପରିସରରେ । ମନ୍ଦିର ଭିତରେ ପଲିଥିନ ବ୍ୟବହାର କଲେ ଫାଇନ୍‌ର ବ୍ୟବସ୍ଥା ରହିଛି । କିନ୍ତୁ, ବର୍ତ୍ତମାନ ସୁଦ୍ଧା ଏହାକୁ କଡ଼ାକଡ଼ି କରିବାରେ ଫେଲ୍ ମାରିଛି ଶ୍ରୀମନ୍ଦିର ପ୍ରଶାସନ ।


ଖୋଲାମେଲାରେ ଖୁଲମଖୁଲା ଶ୍ରୀମନ୍ଦିର ଭିତରକୁ ପଲିଥିନ ଯାଉଛି । କିଏ ପଲିଥିନରେ ଭୋଗ ନେଇ ମନ୍ଦିର ଭିତରକୁ ଯାଉଛି ତ ଆଉ କିଏ ମନ୍ଦିର ଭିତରୁ ମହାପ୍ରସାଦ ଆଣି ଆସୁଛି ପଲିଥିନରେ । ଏ ଦୃଶ୍ୟ କଏଦ୍ ହୋଇଛି ଅର୍ଗସ୍  ନ୍ୟୁଜ୍‌ର କ୍ୟାମେରାରେ । ଯାହାକୁ ନେଇ ସମସ୍ତ ଉଦ୍‌ବେଗ ପ୍ରକାଶ କରିଛନ୍ତି ।


ଏଥିସହ ପଢ଼ନ୍ତୁ: ଶୁଣାଣିକୁ ଆସିଲେନି କି ସହଯୋଗ କଲେନି ପୋଲିସ ବାବୁ, ଗିରଫ ନିର୍ଦ୍ଦେଶ ଦେଲେ OHRC


ଶ୍ରୀମନ୍ଦିରରେ ପଲିଥିନ ଓ ପ୍ଲାଷ୍ଟିକ ବନ୍ଦ ନେଇ ୨୦୨୦ରୁ ଆରମ୍ଭ ହୋଇଥିଲା ପ୍ରୟାସ । ଛତିଶାନିଯୋଗ ବୈଠକରେ ପ୍ଲାଷ୍ଟିକ ବନ୍ଦ ନେଇ ନିଷ୍ପତ୍ତି ହୋଇଥିବା ଏବଂ ଏପ୍ରିଲ୍ ୧ରୁ ଲାଗୁ ହେବା ନେଇ କହିଥିଲେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।


କିଛିଦିନ ଏହି ନିଷ୍ପତ୍ତି କଡ଼ାକଡ଼ି ହେବା ପରେ ପୁଣି ନାଲି ଫିତା ତଳେ ଚାପି ହୋଇ ଯାଇଥିଲା । ପୁଣିଥରେ ୨୦୨୪ ଜାନୁଆରୀ ୧ ତାରିଖରୁ ଶ୍ରୀମନ୍ଦିର ଭିତରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟାନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । ହେଲେ ନିଷ୍ପତ୍ତି ନିଷ୍ପତ୍ତିରେ ହିଁ ରହି ଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜାନୁଆରୀ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ମାଳମାଳ ପଲିଥିନ ଶ୍ରୀମନ୍ଦିର ଭିତରକୁ ବେଧଡ଼କ ଯାଉଛି । ଶ୍ରଦ୍ଧାଳୁଙ୍କ ଠାରୁ ଆରମ୍ଭ କରି ଖୋଦ୍ ସୁରକ୍ଷାକର୍ମୀମାନେ ପଲିଥିନ ଭିତରେ ଫୁଲ, ନଡ଼ିଆ ମହାପ୍ରଭୁଙ୍କୁ ସମର୍ପଣ ପାଇଁ ନେଉଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଖୁବଶୀଘ୍ର ପଲିଥିନର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁ ବୋଲି ଦାବି କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ ।


ଏଥିସହ ପଢ଼ନ୍ତୁ: ସ୍କୁଲ୍‌କୁ କେଉଁଠୁ ଆସିଲା ପେଟ୍ରୋଲ୍ ? ଷ୍ଟଣ୍ଟ ଦେଖାଇବା ବେଳେ ନବମ ଶ୍ରେଣୀ ଛାତ୍ର ଜଳିଗଲେ


ତେବେ ୨୦୨୪ ନୂଆବର୍ଷ ଆରମ୍ଭରୁ ଏହାକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଏ ପର୍ଯ୍ୟନ୍ତ କିନ୍ତୁ ଏ ବ୍ୟବସ୍ଥାରେ ସୁଧାର ଆସିନାହିଁ । ଶ୍ରୀମନ୍ଦିର ଭିତରେ ପରିଷ୍କାର ଓ ସ୍ୱଚ୍ଚତା ଆଣିବାକୁ ଏହି ପ୍ରୟାସ ଆରମ୍ଭ ହୋଇଥିଲେ ମଧ୍ୟ ଆନ୍ତରିକତା ଅଭାବରୁ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳିଛି ।


ନିଜ ନିଷ୍ପତ୍ତିକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକାରୀ କରି ନଥିବାରୁ ଶ୍ରୀମନ୍ଦିର ପ୍ରଶାସନର ଅପାରଗତା ଉପରେ ପ୍ରଶ୍ନ ଉଠିଛି । ସେପଟେ ପଲିଥିନ୍ ବନ୍ଦ କରିବା ନେଇ ଚଢାଉ କରୁଥିବା ବ୍ୟକ୍ତି ମୋଟା ଅଙ୍କର ହାତଗୁଞ୍ଜା ନେଉଥିବା ମଧ୍ୟ ଅଭିଯୋଗ ହେଉଛି । ଶ୍ରୀମନ୍ଦିର ଭିତରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟାନ ହେଲେ ମନ୍ଦିର ଭିତରେ ସ୍ୱଚ୍ଛତା ଆସିବ ବୋଲି ଆଶା କରାଯାଉଛି ।

Related Topics

Explore more stories

Sponsored
Polythene Ban Fails Inside Puri Jagannath Temple | Argus News | Argus News