Officers Salary Stopped / ଧାନ କିଣା ବେଳେ ଅନୁପସ୍ଥିତ; ବନ୍ଦ ହେଲା ୬୯ ନୋଡାଲ ଅଫିସରଙ୍କ ଦରମା
·6 months ago·2 min read

Key Points
୬୯ ନୋଡାଲ ଅଫିସରଙ୍କ ବନ୍ଦ ହେଲା ଦରମା
ଧାନ କିଣା ବେଳେ ଅନୁପସ୍ଥିତ ରହିବାରୁ କାର୍ଯ୍ୟାନୁଷ୍ଠାନ

ଜଗତସିଂହପୁର: ମଣ୍ଡି ଦାୟିତ୍ଵରେ ଥିଲେ, ହେଲେ ଧାନ କିଣା ବେଳେ ଅନୁପସ୍ଥିତ ରହୁଥିଲେ । । ଶେଷରେ ବାଜିଲା ଜିଲ୍ଲାପାଳଙ୍କ ଛାଟ, ବନ୍ଦ ହେଲା ଦରମା । ଜଗତସିଂହପୁର ଜିଲ୍ଲାରେ ଥିବା ୬୯ ମଣ୍ଡିର ନୋଡାଲ ଅଫିସରଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ କରିଛନ୍ତି ଜିଲ୍ଲାପାଳ ।
ବିଭିନ୍ନ ଧାନ ମଣ୍ଡି ଦାୟିତ୍ଵରେ ଥିବା ନୋଡାଲ ଅଫିସର ମାନେ ଧାନ କ୍ରୟ କେନ୍ଦ୍ର ମାନଙ୍କରେ ମନମୁଖୀ ଭାବରେ ଅନୁପସ୍ଥିତ ରହିବା ମହଙ୍ଗା ପଡ଼ିଛି । ଯାହା ଦ୍ଵାରା ସମସ୍ତ ନୋଡାଲ ଅଫିସର ମାନଙ୍କ ମାର୍ଚ୍ଚ ମାସର ଦରମାକୁ ଜିଲ୍ଲାପାଳ ବନ୍ଦ କରି ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଧାନ କେନ୍ଦ୍ର ଦାୟିତ୍ୱରେ ଥିବା ୬୯ ଜଣ ନୋଡାଲ ଅଫିସରଙ୍କ ଦରମା ବନ୍ଦ ରଖାଯିବ ।
ଏଥିସହ ପଢ଼ନ୍ତୁ: ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ପଡ଼ିବନି ପତ୍ର ,ପାଣି ବୋତଲ, ଆସିବ SOP
ଚଳିତ ବର୍ଷ ବିଭିନ୍ନ ମଣ୍ଡିରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାଜସ୍ଵ ନୀରିକ୍ଷକ, ଭିଏଡବ୍ଲ୍ୟୁ ଭଳି ଅଧିକାରୀଙ୍କୁ ନୋଡାଲ ଅଫିସର ଦାୟିତ୍ୱରେ ରଖା ଯାଇଛି । ଜିଲ୍ଲାର ବିରିଡ଼ି, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ନାଉଗାଁ, ଜଗତସିଂପୁର, ଏରସମା ଓ ବାଲିକୁଦା ସମସ୍ତ ବ୍ଲକରେ ଥିବା ବିଭିନ୍ନ ନୋଡାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ତିନିଦିନ ଭିତରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଧାନ ମଣ୍ଡିରୁ ୧୦ ଲକ୍ଷ କ୍ଵିଣ୍ଟାଲ ଧାନ ଉଠିବା ପାଇଁ ସ୍ଥିର କରାଯାଇଥିଲା । ପରେ ଆଉ ୮ ଲକ୍ଷ କ୍ଵିଣ୍ଟାଲ ଧାନ ଉଠିବା ପାଇଁ ନିଷ୍ପତ୍ତି ନିଆ ଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଉଠିଛି ମାତ୍ର ୮ ଲକ୍ଷ କ୍ଵିଣ୍ଟାଲ ଧାନ । ଧାନ ମଣ୍ଡି ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ବନ୍ଦ ହେବାକୁ ଯାଉଥିବା ବେଳେ ଅନେକ ଚାଷୀ ନିଜ ଧାନ ଦେଇ ପାରି ନଥିବାରୁ ହତାଶ ହୋଇ ପଡ଼ିଛନ୍ତି ।
ଏଥିସହ ପଢ଼ନ୍ତୁ: ରାଜ୍ୟର ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ATM
ଜିଲ୍ଲାରେ ସର୍ବମୋଟ ୧୧୩ ଗୋଟି ମଣ୍ଡି ରହିଥିବା ବେଳେ ସମୟରେ ଧାର୍ଯ୍ୟ ଧାନ ଉଠିବା ଅସମ୍ଭବ ହୋଇ ପଡ଼ିଛି । ମଣ୍ଡିରୁ ଧାନ ଉଠୁ ନଥିବାରୁ କିଛି ଚାଷୀ ଯୋଗାଣ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । କିନ୍ତୁ ଅଧିକାରୀ ଆଲୋଚନା କରିବା ବଦଳରେ ଅଫିସ୍ ଛାଡ଼ି ପଳାଇଥିବା ଅଭିଯୋଗ କରିଛନ୍ତି ଚାଷୀ ।
ଜିଲ୍ଲାର ମଣ୍ଡିରେ ନାନାଦି ଅବହେଳାରୁ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । ତେବେ ମଣ୍ଡି ଦାୟିତ୍ଵରେ ଥିବା ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା କାରଣରୁ ଜିଲ୍ଲାପାଳ ନେଇଥିବା ଏ ନିଷ୍ପତ୍ତିକୁ ଚାଷୀ ସ୍ଵାଗତ କରିଛନ୍ତି । ତେବେ ମଣ୍ଡିରୁ ଧାନ ନ ଉଠିବା ଚରମ ଅବହେଳା ପଛରେ ଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି ଚାଷୀ ।

Related Topics
Explore more stories