Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାରୁଣୀ ଯାତ୍ରା ଦେଖି ଫେରୁଥିବା ବେଳେ ଘଟିଲା ଅଘଟଣ

Jitendra Dash
Browse all articles by Jitendra Dash
·2 years ago·1 min read
ବାରୁଣୀ ଯାତ୍ରା ଦେଖି ଫେରୁଥିବା ବେଳେ ଘଟିଲା ଅଘଟଣ

ଅର୍ଗସ ବ୍ୟୁରୋ : ଜଗତସିଂହପୁର ସଦର ବ୍ଲକରେ ଅଘଟଣ । ସିଦ୍ଧଳ ଗ୍ରାମର ତଳସାହି କେନାଲ ପୋଲ ଉପରୁ ବିଳମ୍ବିତ ରାତ୍ରରେ ସାଇକେଲରୁ ଖସି ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ଆଜି ସକାଳୁ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି । ସୂଚନାମୁତାବକ ସଦର ବ୍ଲକ କନ୍ତାର ଗ୍ରାମର ୫୮ ବର୍ଷୀୟ ଶରତ ଦାସ କାଲି ରାତିରେ ନିକଟସ୍ଥ କନକଦୁର୍ଗା ପିଠକୁ ବାରୁଣୀ ଯାତ୍ରା ଦେଖିବାକୁ ଯାଇଥିଲେ । 

ବିଳମ୍ବିତ ରାତ୍ରରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରୁଥିବା ସମୟରେ ସିଦ୍ଧଳସ୍ଥିତ ତଳସାହି କେନାଲ ପୋଲ ଉପରୁ ସାଇକେଲ ସହ ତଳକୁ ଖସି ପଡ଼ିଥିଲେ । ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରି କେନାଲ ଭିତରେ ସାଇକେଲ ସହ ମୁହଁମାଡି ମୃତ୍ୟୁ ଅବସ୍ଥାରେ ପଡିଥିବାର ଦେଖିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରେ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଶବ ବ୍ୟବଛେଦ ନିମନ୍ତେ ଭର୍ତ୍ତି କରିଛି । ପରିବାରର ଏକମାତ୍ର ରୋଜଗାରକ୍ଷମ ଶରତଙ୍କ ପରିବାରରେ ପତ୍ନୀଙ୍କ ସହ ୪ ଝିଅ ତାଙ୍କ ରୋଜଗାର ଉପରେ ନିର୍ଭର କରି ଚଳୁଥିଲେ । ତାଙ୍କ ଅକାଳ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛି ।       

Sponsored
jagatsinghpur baruni jatra festival | Argus News