Videos
|
Odisha

Cyclone Akvan / ବାତ୍ୟା ବେଳେ ଗ୍ରାଉଣ୍ଡରେ ଅଫିସର୍; 'ଆମ ପାଇଁ ଜୀବନ ବଡ଼'

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବାତ୍ୟା ବେଳେ ଗ୍ରାଉଣ୍ଡରେ ଅଫିସର୍; 'ଆମ ପାଇଁ ଜୀବନ ବଡ଼'
Collector, SP Rescue Elderly People

Key Points

ଅସୁସ୍ଥ ଲୋକଙ୍କୁ ନିଜ ହାତରେ ଧରି ଖଟିଆରେ ଉଠାଇ ଆଣୁଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଓ ଏସ୍‌ପି ଅଙ୍କିତ କୁମାର ବର୍ମା । ଜିଲ୍ଲାପାଳ ଓ ଏସ୍‌ପିଙ୍କ ଏହି କାର୍ଯ୍ୟ ଜିଲ୍ଲାର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପ୍ରେରଣା ପାଲଟିଛି ।
ଜଗତସିଂହପୁର: ବଙ୍ଗୋପସାଗରରେ ବାତ୍ୟା ଆସୁଛି । ଉପକୂଳ ଓଡ଼ିଶାର ଜିଲ୍ଲା ଜଗତସିଂହପୁର ରେଡ୍ ଆଲର୍ଟରେ ରହିଛି । ଜିଲ୍ଲାରେ ସକାଳ ସମୟରୁ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ ଜାରି ରହିଛି । ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଜିଲ୍ଲାରେ ୪ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଜିଲ୍ଲାରେ ୬୦ଟି ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରହିଛି ।

ପ୍ରଭାବିତଙ୍କୁ ସ୍ଥାନାନ୍ତରଣରେ ପୂରା ପ୍ରଶାସନ ଲାଗିଛି । ବିଡିଓ, ତହସିଲଦାରଙ୍କ ଠାରୁ ନେଇ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଲ ଓ ଏସ୍‌ପି ଲୋକଙ୍କୁ ସ୍ଥାନାନ୍ତରଣରେ ନିଜେ ଲାଗି ପଡ଼ିଛନ୍ତି । ଜଗତସିଂହପୁର ଜିଲ୍ଲାରୁ ଆସିଥିବା ଏ ଦୃଶ୍ୟ ଏବେ ସମସ୍ତଙ୍କ ମନ ଜିଣୁଛି । ସମସ୍ତେ କହୁଛନ୍ତି, ଜିଲ୍ଲାପାଳ, ଏସ୍‌ପି ହେବ ତ ଏମିତି ।

ଏଥିସହ ପଢ଼ନ୍ତୁ: ଆସନ୍ତାକାଲି ମଧ୍ୟାହ୍ନରେ ଗୋପାଳପୁର ନିକଟରେ କରିପାରେ ଲ୍ୟାଣ୍ଡଫଲ୍! 

ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଓ ଏସ୍‌ପି ଅଙ୍କିତ କୁମାର ବର୍ମା ଘରେ ଘରେ ପହଞ୍ଚୁଛନ୍ତି । ବାତ୍ୟା ସମୟରେ ବର୍ଷା ଓ ପବନର ବିପଦ କଥା ଲୋକଙ୍କୁ ବୁଝାଇବା ସହ ଚାଲିବାକୁ ଅକ୍ଷମ ଥିବା ବ୍ୟକ୍ତିଙ୍କୁ ନିଜେ ଖଟିଆରେ ଶୁଆଇ ନିଜ ହାତରେ ଟେକି ନେଉଛନ୍ତି ।


ଜିଲ୍ଲାର ତିର୍ତ୍ତୋଲର ରଘୁନାଥପୁର ବଜାର ଅଞ୍ଚଳରେ ନିଜେ ଜିଲ୍ଲାପାଳ ଓ ଏସ୍‌ପି ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଛନ୍ତି । ଅସୁସ୍ଥ ଲୋକଙ୍କୁ ନିଜ ହାତରେ ଧରି ଖଟିଆରେ ଉଠାଇ ଆଣୁଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଓ ଏସ୍‌ପି ଅଙ୍କିତ କୁମାର ବର୍ମା । ଜିଲ୍ଲାପାଳ ଓ ଏସ୍‌ପିଙ୍କ ଏହି କାର୍ଯ୍ୟ ଜିଲ୍ଲାର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପ୍ରେରଣା ପାଲଟିଛି ।

ଜଗତସିଂହପୁର କେତେ ପ୍ରସ୍ତୁତ ?

ବାତ୍ୟା 'ଅକଭାନ' ମୁକାବିଲା ପାଇଁ ଜଗତସିଂହପୁରରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରହିଛି । ODRAF ଓ NDRF ଟିମ ମହଜୁଦ୍ ଅଛି । ବର୍ତ୍ତମାନ ୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୬୦ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖା ଯାଇଛି । ଲୋକ ମାନେ ଭୟଭୀତ ନହେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ବିଶେଷ କରି ଶିଆଳି ଅଞ୍ଚଳ ଓ ତଳିଆ ଅଞ୍ଚଳରେ ଲୋକ ମାନଙ୍କୁ ସ୍ଥାନାନ୍ତର କରାଯାଇଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ବିଭିନ୍ନ ଆଶ୍ରୟସ୍ଥଳୀ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅଧିକାରୀ ଯାମିନୀ ଷଡ଼ଙ୍ଗୀ (ଆଇଏଏସ୍) । ବାତ୍ୟାକୁ ଦୃଷ୍ଟିରେ ରଖି ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସୁରକ୍ଷା, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ତଦାରଖ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଗଞ୍ଜାମରେ ଲ୍ୟାଣ୍ଡଫଲ୍; ପ୍ରଶାସନର ଜୋରଦାର ପ୍ରସ୍ତୁତି; ୧୦ ଜିଲ୍ଲାରେ ସ୍କୁଲ ଛୁଟି 

ଏରସମାର ପଦ୍ମପୁର ଗ୍ରାମ ପଞ୍ଚାୟତ ରାମତରା ଗାଁରେ ଆରମ୍ଭ ହୋଇଛି ଲୋକଙ୍କ ସ୍ଥାନାନ୍ତରଣ କାର୍ଯ୍ୟ । ଗ୍ରାମବାସୀଙ୍କୁ ସୁରକ୍ଷିତ ଭାବେ ପଦ୍ମପୁର ରେଡକ୍ରସ୍ ଆଶ୍ରୟସ୍ଥଳୀକୁ ନିଆଯାଉଛି । ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ସମୟରେ ବାଲିକୁଦା ତହସିଲଦାର ଓ ଅତିରିକ୍ତ ତହସିଲଦାର ଉପସ୍ଥିତ ରହି ସ୍ଥିତିର ତଦାରଖ କରିବା ସହ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: