Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ବାମୀର ମୃତ୍ୟୁ ଖବର ଶୁଣିବା ପରେ ସ୍ତ୍ରୀର ମୃତ୍ୟୁ

Jitendra Dash
Browse all articles by Jitendra Dash
·2 years ago·1 min read
ସ୍ବାମୀର ମୃତ୍ୟୁ ଖବର ଶୁଣିବା ପରେ ସ୍ତ୍ରୀର ମୃତ୍ୟୁ

ଅର୍ଗସ ବ୍ୟୁରୋ : ମୃତ୍ୟୁ କଣ ଏମିତି ଆସେ, ସ୍ବାମୀର ମୃତ୍ୟୁ ଖବର ଶୁଣିବା ପରେ ସ୍ତ୍ରୀର ମୃତ୍ୟୁ । ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପୁରୁଣାବସନ୍ତ ପଞ୍ଚାୟତ ପୁରୁଣାବସନ୍ତ ଗ୍ରାମରେ । ଆଜି ପୁରୁଣାବସନ୍ତ ଗ୍ରାମର ଦ୍ଵାରିକାନାଥ ଦାସଙ୍କୁ ଆଜି ସକାଳେ ହୃଦଘାତ ହୋଇଥିଲା । 

ତାଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା କିନ୍ତୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । ମାତ୍ର କଟକରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଭାଗ୍ୟର ବିଷୟ ସ୍ୱାମୀଙ୍କର ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଶାନ୍ତିଲତା ଦାସ ସହ୍ୟ କରି ପାରିନଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାଙ୍କର ମଧ୍ୟ ଘରେ ଥିବା ଅବସ୍ଥାରେ ହୃଦଘାତ ହୋଇଥିଲା ଓ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ମଧ୍ୟ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ସ୍ବାମୀ ସ୍ତ୍ରୀଙ୍କର ଶବକୁ ପୁରୁଣାବସନ୍ତ ଗ୍ରାମକୁ ନିଆଯାଇ ଉଭୟଙ୍କର ଅନ୍ତିମ ସତ୍କାର ପାଇଁ ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି । ଏଭଳି ଦୁଖଃଦାୟକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି ।

Sponsored
jagatsinghpur husband wife death case | Argus News