Videos
|
Odisha

Accident / ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା; ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍

Sushanta Sahoo
Browse all articles by Sushanta Sahoo
·58 mins ago·2 min read
ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା; ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍
10+ Injured as Night Coach Bus Rams Stationary Truck in Jajpur

Key Points

ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ୍ । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ନାଇଟ୍ କୋଚ୍ ଛିଡ଼ା ହୋଇ ରହିଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଛି ।
ଯାଜପୁର/ଧର୍ମଶାଳା: ଅନ୍ଧାର ରାତିରେ ଦୁର୍ଘଟଣା । ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ୍ । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ନାଇଟ୍ କୋଚ୍ ଛିଡ଼ା ହୋଇ ରହିଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଛି ।

ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗୋପାଳପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ବସ୍‌ରେ ଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ଧର୍ମଶାଳା ମେଡିକାଲ୍ ନିଆଯାଇଛି । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ଶେଷ ଯାତ୍ରା ହେଲା ବରଯାତ୍ରା, ଚାଲିଗଲା ୫ ଜଣଙ୍କ ଜୀବନ 

ସୂଚନା ମୁତାବକ, 'ସନା ଟ୍ରାଭେଲସ' ନାମକ ଏକ ଯାତ୍ରୀବାହୀ ନାଇଟ୍ କୋଚ୍ ବସ୍ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଯାଉଥିଲା । ରାତିରେ ୧୬ନଂ ଜାତୀୟ ରାଜପଥର ଗୋପାଳପୁର ନିକଟରେ ରାଜପଥ ଉପରେ ପୂର୍ବରୁ ଛିଡ଼ା ହୋଇ ରହିଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା ବସ୍‌ଟି ।

ଫଳରେ ବସ୍‌ରେ ଥିବା ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ଆହତଙ୍କୁ ବସ୍‌ରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ମେଡିକାଲ ପଠାଯାଇଥିବା ସୂଚନା ମିଳିଛି । ଖବର ପାଇ ଧର୍ମଶାଳା ଓ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି ।

ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ

ସେପଟେ କୁଆଖିଆ ଥାନା ଖଣ୍ଡିତର ଛକରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଛି ୧୦୮ ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସରେ ଥିବା ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ସକାଳୁ ଏକ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଛାଡ଼ି କଟକରୁ ଭଦ୍ରକ ଅଭିମୁଖେ ଫେରୁଥିଲା ।

ଏଥିସହ ପଢ଼ନ୍ତୁ: ଗାଡ଼ି ଉପରେ ଖସିଲା ବଡ଼ ବଡ଼ ପଥର; ଜାତୀୟ ରାଜପଥ ଜାମ୍ 

ବାଟରେ କୌଣସି କାରଣରୁ କୁଆଖିଆ ଥାନା ଖଣ୍ଡିତର ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସ ଚାଳକ ଓ ସହାୟକ ଆହତ ହୋଇଛନ୍ତି । ସ୍ଥାନୀୟ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଅନ୍ୟ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଭଦ୍ରକ ପଠାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored