୧୫ର ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୋରୁ ଗୁରୁତର
·2 years ago·1 min read

ଅର୍ଗସ ବ୍ୟୁରୋ : ବିଷାକ୍ତ ଖାଦ୍ୟ ଖାଇ ୧୫ରୁ ଅଧିକ ଗୋରୁଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୋରୁ ଗୁରୁତର । ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ଠାରେ । ଆଜି ସକାଳେ ସେହି ବିଷାକ୍ତ ଖାଦ୍ୟ ଖାଇବା ପରେ ସେମାନଙ୍କର ପେଟ ଫୁଲି ଯାଇଥିଲା । କିଛି ସମୟ ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗୁରୁବାର ଦିନ ନିକଟସ୍ଥ ହାଟ ପଡ଼ିଆରେ ଚବିଶ ପ୍ରହରୀ ଅନୁଷ୍ଠିତ ହେଇଥିଲା । ସେଥିରେ ବଳକା ଖାଦ୍ୟକୁ ସେହି ପଡ଼ିଆରେ ପକାଇ ଦେଇଥିଲେ । ଆଜି ଗୋରୁ ଗୁଡିକ ଚରିବାକୁ ଯାଇଥିବା ବେଳେ ସେହି ଖାଦ୍ୟକୁ ଖାଇଥିଲେ । ଫଳରେ ଘଟଣା ସ୍ଥଳରେ ପେଟ ଫୁଲି ଯାଇଥିଲା ଓ ତଳେ ପଡ଼ିଯାଇଥିଲେ । କିଛି ଘଣ୍ଟା ମଧ୍ୟରେ ସେମାନଙ୍କର ମୃତ୍ୟୁ ଘଟିଥିଲା । କିଛି ଗୋରୁ ଗୁରୁତର ଅବସ୍ଥାରେ ପଡି ରହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: