Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦହିବରା ସହ ଫାଷ୍ଟଫୁଡ୍ ଉପରେ ପ୍ରଶାସନର କଟକଣା; ୭ ଦିନ ପର୍ଯ୍ୟନ୍ତ ହୋଇପାରିବନି ବିକ୍ରି

Odisha

Street Food Banned / ଦହିବରା ସହ ଫାଷ୍ଟଫୁଡ୍ ଉପରେ ପ୍ରଶାସନର କଟକଣା; ୭ ଦିନ ପର୍ଯ୍ୟନ୍ତ ହୋଇପାରିବନି ବିକ୍ରି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଦହିବରା ସହ ଫାଷ୍ଟଫୁଡ୍ ଉପରେ ପ୍ରଶାସନର କଟକଣା; ୭ ଦିନ ପର୍ଯ୍ୟନ୍ତ ହୋଇପାରିବନି ବିକ୍ରି
No Dahibara for 7 Days

Key Points

  • ଦହିବରା, ଫାଷ୍ଟଫୁଡ୍ ଖାଇ ଶତାଧିକ ଅସୁସ୍ଥ ପରେ ବଡ଼ ପଦକ୍ଷେପ
  • ଯାଜପୁର ପୌରାଞ୍ଚଳରେ ଦହିବରା, ଫାଷ୍ଟଫୁଡ୍ ଉପରେ କଟକଣା
  • ୭ ଦିନ ପର୍ଯ୍ୟନ୍ତ ବିକ୍ରି ହେବନି; ବୁଲା ବିକାଳିଙ୍କୁ ମଧ୍ୟ ବାରଣ
  • ସ୍ଵାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ଵରେ ପୌରାଞ୍ଚଳରେ ଚଢ଼ାଉ
ଯାଜପୁର: ଦହିବରା ଓ ଫାଷ୍ଟଫୁଡ୍ ଖାଇ ଝାଡ଼ାବାନ୍ତି ବ୍ୟାପିବା ପରେ ପ୍ରଶାସନର ବଡ଼ ପଦକ୍ଷେପ । ସପ୍ତାହକ ଲାଗି ଦହିବରା, ଫାଷ୍ଟଫୁଡ୍ ସହ ବୁଲା ବିକାଳିଙ୍କ ଉପରେ ଲାଗିଲା କଟକଣା । ସପ୍ତାହେ ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ବାରଣ । ଆରମ୍ଭ ହେଲା ପ୍ରଶାସନ ପକ୍ଷରୁ ଚଢ଼ାଉ ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଟପୁର ଅଞ୍ଚଳରେ ଗତ ଶୁକ୍ରବାର ଠାରୁ ଝାଡ଼ାବାନ୍ତି ବ୍ୟାପିଛି । ଜଣଙ୍କର ମୃତ୍ୟୁ ଓ ଶତାଧିକ ଅସୁସ୍ଥ ପରେ ସତର୍କତାମୂଳକ ପଦକ୍ଷେପ ନେଇଛି ଯାଜପୁର ପୌରପାଳିକା । ଯାଜପୁର ପୌରାଞ୍ଚଳରେ ଉଠା ଦହିବରା ଦୋକାନୀ, ବୁଲା ବିକାଳି ଓ ଫାଷ୍ଟଫୁଡ୍ ସେଣ୍ଟର ଉପରେ ଚଢ଼ାଉ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଫାଷ୍ଟଫୁଡ୍‌ ଉପରେ ପ୍ରଶାସନ ଲଗାଇଲା ଅଙ୍କୁଶ; ଜଣଙ୍କ ମୃତ୍ୟୁ, ଶତାଧିକ ଅସୁସ୍ଥ ପରେ ଥାନାରେ ଦହିବରା ବ୍ୟବସାୟୀ ଅଟକ 

ଏଥିସହ ଉଠା ଦହିବରା ଦୋକାନୀ, ବୁଲା ବିକାଳି ଓ ଫାଷ୍ଟଫୁଡ୍‌ ବିକ୍ରି ଉପରେ କଟକଣା ଜାରି କରାଯାଇଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଯାଜପୁର ପୌରାଞ୍ଚଳରେ ଦହିବରା ସହ ଫାଷ୍ଟଫୁଡ୍ ବିକ୍ରି ବନ୍ଦ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।

ରାସ୍ତାକଡ଼ରେ ଦହିବାର, ଗୁପଚୁପ୍ ଆଦି ବିକ୍ରି କରୁଥିବା ଠେଲା ଉପରେ ଚଢ଼ାଉ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ପୌରାଞ୍ଚଳର କୁସୁମା, ମେଡିକାଲ ଛକ, ଯୋଡ଼ିକୂଅ ଆଦି ସ୍ଥାନରେ ରେଡ୍ କରାଯାଇଛି ।

ଯାଜପୁ ପୌରାଞ୍ଚଳରେ ସଂକ୍ରମଣ ଯେଭଳି ନ ବ୍ୟାପିବ ସେଥିପ୍ରତି ଦୃଷ୍ଟି ଦେଇ ବିଭିନ୍ନ ଦୋକାନରୁ ଖାଦ୍ୟ ନମୁନା ସଂଗ୍ରହ ସହ ଖାଦ୍ୟର ମାନ ଯାଞ୍ଚ କରୁଛି ଶାସନ । ଏଥିସହ ସହରବାସୀ ପାଣିକୁ ଫୁଟାଇ ପିଇବା ସହ ସ୍ଵଚ୍ଛତା ଉପରେ ଗୁରୁତ୍ଵ ଦେବାକୁ ଯାଜପୁର ପୌର ପ୍ରଶାସନ ନିବେଦନ କରିଛି ।

ଏଥିସହ ପଢ଼ନ୍ତୁ: ବିଷ ପାଲଟିଲା ଦହିବରା; ଜଣେ ମୃତ, ୫୦ରୁ ଅଧିକ ଅସୁସ୍ଥ 

ଦଶରଥପୁର ବ୍ଲକର ପାଟପୁରରେ ଦହିବରା ଖାଇ ଡାଇରିଆ ବ୍ୟାପିବା ପରେ ଫାଷ୍ଟଫୁଡ୍‌ ବିକ୍ରି ଉପରେ କଟକଣା ଲଗାଯାଇଛି । ଦହିବରା, ଗୁପଚୁପ୍, ଚାଟ ଆଦି ବିକ୍ରି ବାରଣ କରାଯାଇଛି । ପାଟପୁର ସହ ଆଖପାଖ ୪ଟି ପଞ୍ଚାୟତରେ ଦହିବରା, ଚାଟ୍, ଗୁପଚୁପ୍ ଓ ଫାଷ୍ଟଫୁଡ୍ ଖାଦ୍ୟ ବିକ୍ରି ଉପରେ କଟକଣା ଜାରି କରିଛି ପ୍ରଶାସନ ।

ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଯାଜପୁର ଯାଇଥିଲେ । ଜିଲ୍ଲା ହସ୍ପିଟାଲ୍‌ରେ ଅସୁସ୍ଥଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରି ପ୍ରଶାସନ ସହ ଆଲୋଚନା ମଧ୍ୟ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jajpur Bans Dahibara & Fast Food for 7 Days After Diarrhea Outbreak | Argus News | Argus News