Subhadra Yojana / ସୁଭଦ୍ରା ଆଶାୟୀଙ୍କ ପାଇଁ ଖୁସି ଖବର; ମେ ୪ରେ ମିଳିବ ଟଙ୍କା
·1 hour ago·2 min read

Key Points
ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ କିସ୍ତି । ଆସନ୍ତା ୪ ତାରିଖରେ ସୁଭଦ୍ରା ଯୋଜନାର ୧୨୩୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ 'ସୁଭଦ୍ରା' ସହାୟତା ।
ଭୁବନେଶ୍ଵର: ଆସିଲା ଖୁସି ଖବର । ମେ ୪ରେ ମିଳିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ କିସ୍ତି । ଆସନ୍ତା ୪ ତାରିଖରେ ସୁଭଦ୍ରା ଯୋଜନାର ୧୨୩୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ 'ସୁଭଦ୍ରା' ସହାୟତା ।
ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ, ଯେଉଁମାନେ ସୁଭଦ୍ରା ଆବେଦନ କରି କୌଣସି କାରଣରୁ ଯୋଜନାରେ ସାମିଲ୍ ହୋଇ ନଥିଲେ । ଏବେ ସେମାନଙ୍କୁ 'ସୁଭଦ୍ରା' ସହାୟତା ପ୍ରଦାନ କରାଯିବ ।
ଏଥିସହ ପଢ଼ନ୍ତୁ: ଆସିଲା ବଡ଼ ଖବର: ପୁଣି ମିଳିବ ସୁଭଦ୍ରା ଟଙ୍କା
ଏହା ପୂର୍ବରୁ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ନୂତନ ଆବେଦନ ଗ୍ରହଣ କରିଥିଲେ । ୨୦୨୬ ଏପ୍ରିଲ ୧ରୁ ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା, ଯୁବତୀମାନେ ସୁଭଦ୍ରାରେ ପଞ୍ଜିକରଣ ପାଇଁ ଆବେଦନ କରିଛନ୍ତି । ଯେଉଁ ମହିଳାମାନେ ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାଁନ୍ତି, କେବଳ ସେମାନେ ହିଁ ଏହି ଅବଧି ମଧ୍ୟରେ ଆବେଦନ ପାଇଁ ସୁଯୋଗ ଦିଆଯାଇଥିଲା ।
ଏହି ସମୟରେ ପୂର୍ବରୁ ଆବେଦନ କରିଥିବା ଓ ବିଚାରାଧିନ ଥିବା ଆବେଦନକୁ ପୁନଃ ଗ୍ରହଣ କରାଯାଇ ନଥିଲା । ନୂତନ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ପ୍ରତି ବର୍ଷ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଆବେଦନର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା ।
ସୁଭଦ୍ରାରେ ଆର୍ଥିକ ସହାୟତା
ଯୋଗ୍ୟ ବିବେଚିତ ସୁଭଦ୍ରା ହିତାଧିକାରୀମାନଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ହୋଲି ଓ ରାକ୍ଷୀ ପୂର୍ଣ୍ଣିମାରେ ଆକାଉଣ୍ଟକୁ ଆସିବ ଟଙ୍କା ।
ସୁଭଦ୍ରା ଆବେଦନ ପ୍ରକ୍ରିୟା ଓ ସର୍ତ୍ତାବଳୀ
କେଉଁମାନେ ଆବେଦନ କରିପାରିବେ: ସୁଭଦ୍ରା ଯୋଜନା ପାଇଁ ଆବେଦନ କରିନଥିବା ମହିଳାମାନେ ହିଁ ଏହି ସମୟସୀମା ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ । ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣୀୟ ହେବ ନାହିଁ ।
କେଉଁଠି କରିବେ ଆବେଦନ: ନୂତନ ଆବେଦନଗୁଡ଼ିକ ସାଧାରଣ ସେବା କେନ୍ଦ୍ର (CSC) ଏବଂ ଆମ ସେବା କେନ୍ଦ୍ର (ASK) ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ ।
ଏଥିସହ ପଢ଼ନ୍ତୁ: ମହିଳାଙ୍କ ସଞ୍ଚୟ ବଢାଇଛି ସୁଭଦ୍ରା, ହିତାଧିକାରୀଙ୍କ ସଞ୍ଚୟ ୪୫ ପ୍ରତିଶତ ବୃଦ୍ଧି ହୋଇଛି
କେଉଠି ମିଳିବ ଫର୍ମ: ଆବେଦନ ପାଇଁ ଫର୍ମଗୁଡ଼ିକ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର (AWC) ଏବଂ CDPO କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଉପଲବ୍ଧ ।
ସୁଭଦ୍ରା ଯୋଜନା ହେଉଛି ରାଜ୍ୟର ମହିଳାମାନଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ । ଏଥିରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନପଡ଼ନ୍ତି, ସେଥିପାଇଁ ସରକାର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛନ୍ତି ।
ଆସନ୍ତା ୪ ତାରିଖରେ ସୁଭଦ୍ରା ଯୋଜନାର ୧୨୩୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ 'ସୁଭଦ୍ରା' ସହାୟତା । #Subhadra #SubhadraYojana @WCDOdisha
— Pravati Parida (@PravatiPOdisha) May 2, 2026

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories