Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜମିବାଡ଼ି ବିବାଦକୁ ନେଇ ଅଘଟଣ, ସାନ ଭାଇ ଫେରାର

Jitendra Dash
Browse all articles by Jitendra Dash
·2 years ago
ଜମିବାଡ଼ି ବିବାଦକୁ ନେଇ ଅଘଟଣ, ସାନ ଭାଇ ଫେରାର

ଅର୍ଗସ ବ୍ୟୁରୋ : ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ । ଯାଜପୁର ବରି ରାମଚନ୍ଦ୍ରପୁର ଥାନା ବାଲିବିଲି ପଞ୍ଚାୟତ ବାଲିବିଲି ଗାଁରେ ଘଟିଛି ଏଭଳି ଅଘଟଣ । ମୃତକ ହେଲେ ମନୋଜ କବି । ଏହି ଘଟଣାରେ ଆକ୍ରମଣକାରୀ ସାନ ଭାଇ ସନାତନ କବି ଫେରାର ରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂଚନା ମୁତାବକ ବାଲିବିଲି ଗାଁରେ ଦୀର୍ଘ ଦିନ ହେବ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା । ଆଜି ସକାଳେ ସାନ ଭାଇ ସନାତନ ଏକ ମାରଣାସ୍ତ୍ର ଯୋଗେ ବଡ଼ ଭାଇକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ବଡ଼ଭାଇ ମନୋଜଙ୍କ ମୃତ୍ୟୁ ହୋଇଥିଲା  । ରାମଚନ୍ଦ୍ରପୁର ପୋଲିସ ମୃତଶରୀରକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jajpur land issue | Argus News