Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ସାମ୍ନାକୁ ଆସିଲା ଅଣ ସାମ୍ପ୍ରଦାୟିକ ପ୍ରେମ ବିବାହ ଘଟଣା

Odisha

ପୁଣି ସାମ୍ନାକୁ ଆସିଲା ଅଣ ସାମ୍ପ୍ରଦାୟିକ ପ୍ରେମ ବିବାହ ଘଟଣା

Jitendra Dash
Browse all articles by Jitendra Dash
·2 years ago·2 min read
ପୁଣି ସାମ୍ନାକୁ ଆସିଲା ଅଣ ସାମ୍ପ୍ରଦାୟିକ ପ୍ରେମ ବିବାହ ଘଟଣା

ଅର୍ଗସ ବ୍ୟୁରୋ : ପୁଣି ଯାଜପୁର ରୋଡ଼ ଥାନା ଅଞ୍ଚଳରେ ଆଉଏକ ଅଣ ସାମ୍ପ୍ରଦାୟିକ ପ୍ରେମ ବିବାହ ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ଼ ଅଞ୍ଚଳରେ । ମୁର୍ଷିଦାବାଦ ଅଞ୍ଚଳର ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ଅଭଳି କାଣ୍ଡ ଘଟାଇଛି, ଯାହାର ପ୍ରକୃତ ନାମ ସୋଲେମାନ ସେଖ ବୋଲି ଜଣାପଡିଛି । ସୋଲେମାନ ଆଧାର କାର୍ଡରେ ନିଜର ନାମ ବଦଳାଇ ବିଟୁ ବିଶ୍ୱାସ କରିବା ସହିତ ନିଜକୁ ହିନ୍ଦୁ ଭାବେ ପରିଚୟ ଦେଇ ଭଦ୍ରକ ଅଞ୍ଚଳର ଜଣେ ହିନ୍ଦୁ ଝିଅକୁ ବିବାହ କରିଥିଲା । ଯାହାର ନାମ ରୋଜି ନାୟକ ବୋଲି ଜଣାପଡିଛି । 

ସୋଲେମାନ୍ ରୋଜିକୁ ପ୍ରେମ ଜାଲରେ ଫସାଇ ଭଦ୍ରକର ଭାରତ ମାତା ମନ୍ଦିରରେ ବୈଦିକ ମତେ ବିବାହ କରିଥିଲେ । ସୋଲେମାନ୍ ଉକ୍ତ ଯୁବତୀଙ୍କୁ କିଛିଦିନ ଯାଜପୁର ରୋଡ଼ ଅଞ୍ଚଳରେ ରଖିବା ପରେ ନିଜ ଗାଁକୁ ବୁଲାଇ ନେବାକୁ କହି ନେଇଯାଇଥିଲା । ମୁର୍ଷିଦାବାଦରେ ପହଞ୍ଚିବା ପରେ ଝିଅଟି ଜାଣିବାକୁ ପାଇଥିଲା ଯେ ସେ ହିନ୍ଦୁ ନୁହେଁ ବରଂ ଜଣେ ମୁସଲମାନ । ଏ ଘଟଣା ଜାଣିବା ପରେ ନିଜ ଗାଁକୁ ଫେରିବା ପାଇଁ କହିବା ପରେ ପୁଅ ଘରଲୋକେ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । କିଛି ଦିନ ପରେ ମଧ୍ୟ ଝିଅର ନାମ ବଦଳାଇ ଏକ ନୂଆ ଆଧାର କାର୍ଡ କରିଥିଲା । ଯେଉଁଥିରେ ତାର ନାମ ରଖିଲା ରୋଜିନା ଖାତୁନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଭଳି କିଛି ଦିନ ପରେ ସେ ଝିଅକୁ ଗୋ ମାଂସ ଖାଇବା ପାଇଁ ବାଧ୍ୟ କରିଥିଲେ ଏବଂ ନଖାଇବାରୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ । ରୋଜି କିଛି ଦିନ ପରେ କୌଶଳ କ୍ରମେ ମୁର୍ଷିଦାବାଦରୁ ଖସି ଆସି ଭଦ୍ରକ ସ୍ଥିତ ନିଜ ମାମୁଁ ଘରେ ରହିଥିଲା । ଆଜି ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ ପରେ ପୁରା ଘଟଣା ସାମନାକୁ ଆସିଛି । ସେପଟେ ହିନ୍ଦୁ ସଙ୍ଗଠନ ପକ୍ଷରୁ ବ୍ୟାସନଗର ସମେତ ସମଗ୍ର ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ମାନ ଘଟୁଥିବା ଅଭିଯୋଗ ହୋଇଛି । ଯୁବତୀଙ୍କୁ ନିଜ ଧର୍ମକୁ ଫେରାଇବା ସହ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଏଥିସହ ଏଭଳି ଘଟଣା ସବୁକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଠୋସ ପଦକ୍ଷେପ ନେବାକୁ ଦାବି କରାଯାଇଛି ।

Argus Whatsapp Channel Mobile Top
Sponsored
Jajpur love case | Argus News