Videos
|
Odisha

ଶିଳ୍ପ ନଗରୀରେ ମିଳୁନି କାମ, ଦାଦନ ଖଟିବାକୁ ଯାଇ ଗଲା ଜୀବନ

Jitendra Dash
Browse all articles by Jitendra Dash
·2 years ago
ଶିଳ୍ପ ନଗରୀରେ ମିଳୁନି କାମ, ଦାଦନ ଖଟିବାକୁ ଯାଇ ଗଲା ଜୀବନ

ଅର୍ଗସ ବ୍ୟୁରୋ : ଶିଳ୍ପ ନଗରୀରେ ମିଳୁନି କାମ । ଦାଦନ ଖଟିବାକୁ ଯାଇ ପୁଣି ଜଣଙ୍କ ଜୀବନ ଗଲା । ରାଜ୍ୟରେ ଦାଦନ ଯନ୍ତ୍ରଣା ଥମୁନ ଥିବାବେଳେ ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ଆସିଛି ଦୁଃଖଦ ଖବର । ଶିଳ୍ପନଗରୀରେ କାମ ନପାଇ ଦାନଗଦି ଗାଁର ଦୀପକ ସାମଲ ତାମିଲନାଡୁ ଦାଦନ ଖଟିବାକୁ ଯାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂତା ମିଲରେ କାମ କରୁଥିବାବେଳେ ଦୀପକଙ୍କ ମୃତ୍ୟୁ ହୋଇଛି । ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗି ପଡିଛି ପରିବାର । ସେପଟ ପୁଅ ମୃତ୍ୟୁ ପାଇଁ ସୁକିନ୍ଦା ବିଧାୟକ ଡ୍ୟାନି ଘଡ଼େଇଙ୍କୁ ଦାୟୀ କରିଛନ୍ତି ପରିବାର । ଏଠି ପ୍ରଶ୍ନ ଆଉ କେତେ ଜଣଙ୍କ ଜୀବନ ଗଲେ ଚେତିବେ ରାଜ୍ୟ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
jajpur migrant issues | Argus News