୪ ବର୍ଷ ଧରି ଝିଅକୁ ଫେରିପାଇବା ପାଇଁ ସଂଘର୍ଷ କରୁଛନ୍ତି ମୋନାଲିସା

ଅର୍ଗସ ବ୍ୟୁରୋ : ୪ ବର୍ଷରୁ ଅଧିକ ସମୟ ଧରି ପାଗଳି ଭଳି ଝିଅକୁ ଖୋଜୁଥିବା ମାଆ ଚାହୁଁଥିଲା ପ୍ରଧାନମନ୍ତ୍ରୀଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରୀ କରିବ । ରାଜ୍ୟ ସରକାର, ପୋଲିସ, ପ୍ରଶାସନ ବାରମ୍ବାର ମିଛ ପ୍ରତିଶ୍ରୁତି ଦେଇ ଛଳନା କରିବା ପରେ ନିରାଶ ମାଆ ପିଏମଙ୍କୁ ଭେଟି ଦୁଃଖ ଶୁଣାଇବାକୁ ଚାହୁଁଥିଲେ । ନିଜ ଜିଲ୍ଲା ଯାଜପୁରର ଚଣ୍ଡିଖୋଲକୁ ପ୍ରଧାନମନ୍ତ୍ରୀ ଆସୁଥିବା ଜାଣି ଗୁହାରୀ ଜଣାଇବାକୁ ଘରୁ ବାହାରିଥିଲେ ମୋନାଲିସା ନାୟକ । ହେଲେ ବିଂଝାରପୁର ଛକ ନିକଟ ଦମୟନ୍ତୀ ମାର୍ଟ ଆଗରେ ତାଙ୍କ ବାଟ ଓଗାଳିଥିଲା ବିଂଝାରପୁର ପୋଲିସ ।
ଗୋଟେ ମାଆର କୋହ ପ୍ରତି ଏତେ ସମ୍ବେଦନହୀନ କିପରି ହୋଇପରୁଛନ୍ତି ରାଜ୍ୟ ସରକାର । ଗତ ମାସରେ ବି ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ଦିନ ମୋନାଲିସା ତାଙ୍କୁ ଭେଟିବାକୁ ଯାଉଥିବା ବେଳେ ତେଙ୍କାନାଳ ପୋଲିସ ତାଙ୍କୁ ଅଟକ ରଖିଥିଲା । ସେଥିପାଇଁ ମୋନାଲିସା ଜିଲ୍ଲା ପ୍ରଶାସନକୁ ପତ୍ର ଲେଖି ପିଏମ୍ ଭେଟି ଗୁହାରି ଜଣାଇବାକୁ ଅନୁମତି ମାଗିଥିଲେ । ହେଲେ ନିଷ୍ଠୁର ପ୍ରଶାସନ ସାହାଯ୍ୟ କରିବା ପରିବର୍ତ୍ତେ ନ୍ୟାୟ ପାଇଁ ଲଢେଇ ରାସ୍ତାରେ ବାଧକ ସାଜିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨୨୦୨୦ ମସିହା, ଅଗଷ୍ଟ ମାସ ୮ ତାରିଖ । ଗାଁ ଦାଣ୍ଡରେ ସାଙ୍ଗମାନଙ୍କ ସହ ଖେଳୁଥିଲାବେଳେ ନିଖୋଜ ହୋଇଯାଇଥିଲା ପିହୁ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ପତ୍ତା ମିଳିନଥିଲା । ବିଂଝାରପୁର ଥାନାରେ ଖବର ଦେଇଥିଲେ ବି ପୋଲିସକୁ ଅଭିଯୋଗ ରଖିବା ପାଇଁ ୫ ଦିନ ଲାଗିଗଲା । ସେବେଠୁ ଆଜି ଯାଏଁ ନିଖୋଜ ପିହୁ...ମାଠୁ ଜେଜେମା, କାହାରି ଆଖିରୁ ଶୁଖୁନି ଲୁହ । ଜଣେ ମାଆର ନ୍ୟାୟ ପାଇଁ ଲଢେଇରେ ପୋଲିସ ବାଧା ଦେବା ଇଏ ପ୍ରଥମ ଘଟଣା ନୁହେଁ । ପୂର୍ବରୁ ବାରମ୍ବାର ପିହୁ ମାଆଙ୍କ ନ୍ୟାୟ ଲଢେଇକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଆସିଛି ପୋଲିସ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ସଚିବାଳୟ ଯାଏ ବାରମ୍ବାର ଧାରଣା ଅନଶନ ଦେଇଛନ୍ତି ମୋନାଲିସା । ଆଉ ପ୍ରଶାସନ ଓ ରାଜ୍ୟ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଛନ୍ତି ।
