School Closed / ବନ୍ୟା ସ୍ଥିତି ପାଇଁ ଯାଜପୁରରେ ଆଉ ୨ ଦିନ ସ୍କୁଲ ବନ୍ଦ...୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
·1 month ago·2 min read

Key Points
ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଉ ଦୁଇ ଦିନ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି...
ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ମଧ୍ୟ ଜଳସ୍ତର ବଢୁଛି । ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ସଜାଗ ରହିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ।
ଏହାସହ ପଢ଼ନ୍ତୁ: ଓଡ଼ିଶା ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା… ୨୦ ଜିଲ୍ଲା ପ୍ରଭାବିତ
ପୁଣି ୨ ଦିନ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ଚତୁର୍ଥ ଦିନ ପାଇଁ ବନ୍ଦ ରହିବ ସ୍କୁଲ। ବୈତରଣୀ-ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ହେତୁ ଆସନ୍ତାକାଲି (୩୧ ଜୁଲାଇ ୨୦୨୬, ଶୁକ୍ରବାର), (୧ ଅଗଷ୍ଟ ୨୦୨୬, ଶନିବାର ) ଯାଜପୁର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ ଓ ଜିଲ୍ଲା ଦଣ୍ଡାଧିକାରୀଙ୍କ ନିର୍ଦ୍ଦେଶ ଦେଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଜାରି ହୋଇଛି ଆଦେଶ।
ସେପଟେ ଆଜିଠୁ କମିବ ବର୍ଷାର ପରିମାଣ । ତଥାପି ରାଜ୍ୟର ଅନେକ ଜିଲ୍ଲାରେ ବିଜୁଳି ଘଡଘଡି ସହ ପବନ ବହିବାର ସମ୍ଭାବନା ରହିଛି । ସେଥିପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏହି ୧୮ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିଲୋମିଟର ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ବାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ଉଛୁଳିବ ମହାନଦୀ, ଜଳାର୍ଣ୍ଣବ ହେବ ତଳିଆ ଅଞ୍ଚଳ…ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକକୁ ହାଇଆଲର୍ଟ
ଜୁଲାଇ ୨ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୪ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ସେପଟେ ୭୦୦ ମିମି ଅତିକ୍ରମ କରିଛି ମୌସୁମୀ ବର୍ଷା । ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ସତ୍ତ୍ବେ ଜୁଲାଇ ମାସରେ ଭଲ ବର୍ଷା ପ୍ରଭାବରେ ୭୦୦ ମିମି ଅତିକ୍ରମ କରିଛି ମୌସୁମୀ ବର୍ଷା ।

Related Topics
Explore more stories