Crime In Odisha / ନାମ୍ପୋ ଫାଣ୍ଡି ଅଧିକାରୀ ସସପେଣ୍ଡ, ବଦଳିଲେ ଜଳେଶ୍ୱର ଥାନା IIC
·2 hours ago·2 min read

Key Points
ଜଳେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା
ସାମ୍ନାକୁ ଆସିଲା ପିଶାଚର ସାଂଘାତିକ ସ୍ବୀକାରୋକ୍ତି
ଭଲ ପାଉନଥିବା କହିବାରୁ ନାବାଳିକାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା

ଜଳେଶ୍ଵର: ବାଲେଶ୍ୱର ଜଳେଶ୍ୱରର ସାଂଘାତିକ ଓ ଜଘନ୍ୟ ନାବାଳିକା ଦୁଷ୍କର୍ମ-ହତ୍ୟା ଘଟଣାରେ ପୋଲିସ ନେଇଛି ବଡ଼ ଆକ୍ସନ୍ । କାର୍ଯ୍ୟରେ ଅବହେଳା ପାଇଁ ନାମ୍ପୋ ଫାଣ୍ଡି ଅଧିକାରୀ କରନ ମାରାଣ୍ଡିଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ଜଳେଶ୍ୱର IIC ଅଶୋକ ବାରିକଙ୍କୁ ହେଡ୍କ୍ୱାର୍ଟରକୁ ବଦଳି କରାଯାଇଛି ।
ସେପଟେ ଜଳେଶ୍ୱରକୁ ହଲଚଲ କରିଦେଇଥିବା ଏହି ପିଶାଚର ଆସିଛି ସାଂଘାତିକ ସ୍ୱୀକାରୋକ୍ତି । 'ଝିଅଟି ତାକୁ ଭଲ ପାଉନଥିବା କହିବାରୁ' ସେ ଆକ୍ରୋଶ ରଖି ପ୍ରଥମେ ନାବାଳିକାକୁ ଦୁଷ୍କର୍ମ କରିଥିଲା ଏବଂ ପରେ ନିର୍ମମ ଭାବେ ହତ୍ୟା କରିଥିବା ପୋଲିସ ଆଗରେ ମାନିଛି ।
ଅନ୍ୟପଟେ ଅଭିଯୁକ୍ତ ବିରୋଧରେ କଠୋର ଦଣ୍ଡ ଦାବିରେ ଉତ୍ତପ୍ତ ହୋଇଉଠିଛି ଜଳେଶ୍ୱର । ବଡ଼ନଗର ଛକରେ ଟାୟାର ଜାଳି ଜଳେଶ୍ୱର-ପଶ୍ଚିମବାଡ଼ ରାସ୍ତା ଅବରୋଧ ଜାରି ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ । ଘଟଣାସ୍ଥଳକୁ ଯାଇ ବିଜେଡି, କଂଗ୍ରେସ ଟିମ୍ ଏବଂ ସାଂସଦ ପ୍ରତାପ ଷଡ଼ଙ୍ଗୀ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି ।
ଏଥିସହ ପଢ଼ନ୍ତୁ: କୋଟିଆ ପାଇଁ ବସିବ ସର୍ବଦଳୀୟ ବୈଠକ, କାଲି ସବୁ ଦଳ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
ପ୍ରଥମେ ପାଶବିକ ଅତ୍ୟାଚାର ତା ପରେ ସାମାନ୍ୟ କଥାରେ ନେଇଗଲା ଜୀବନ । ଜଳେଶ୍ବର ନାବାଳିକା ଦୁଷ୍କର୍ମ ଓ ମାମଲାରେ ପୋଲିସ ଆଗରେ ସାଂଘାତିକ ସ୍ବୀକାରୋକ୍ତି କରିଛି ଅଭିଯୁକ୍ତ । ଏସପିଙ୍କ ସୂଚନା ଅନୁସାରେ ନାବାଳିକାକୁ ପ୍ରଥମେ ଦୁଷ୍କର୍ମ କରିଥିଲା ପିଶାଚ । ଝିଅ ତାକୁ ଭଲ ପାଉ ନାହିଁ ବୋଲି କହିବାରୁ ଉତକ୍ଷିପ୍ତ ହୋଇ ତାକୁ ହତ୍ୟା କଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଦିଆଯାଇଛି ତଦନ୍ତ ଦାୟିତ୍ୱ । ଶୀଘ୍ର ଚାର୍ଜ ସିଟ୍ ଦାଖଲ କରି କିଭଳି ନ୍ୟାୟିକ ବ୍ୟବସ୍ଥାରେ ଦଣ୍ଡ ବିଧାନ କରାଯିବ ସେନେଇ କରାଯାଉଛି ଉଦ୍ୟମ । ବାରମ୍ବାର ବୟାନ ବଦଳାଉଛି ଅଭିଯୁକ୍ତ । ପ୍ରଥମେ ଅଭିଯୁକ୍ତକୁ ପଚରା ଉଚୁରା କରି ଛାଡି ଦିଆଯାଇଥିଲା ।
ଆରମ୍ଭରୁ କଡ଼ା ତଦନ୍ତ ହୋଇଥିଲେ ଶୀଘ୍ର ଗିରଫ ହୋଇଥାନ୍ତା ଅଭିଯୁକ୍ତ । କାର୍ଯ୍ୟରେ ଅବହେଳା ପାଇଁ ନାମ୍ପୋ ଫାଣ୍ଡି ଅଧିକାରୀ କରନ ମାରାଣ୍ଡିଙ୍କୁ ନିଲମ୍ବନ କରାଯାଇଛି । ଏଥିସହ ଜଳେଶ୍ୱର IIC ଅଶୋକ ବାରିକଙ୍କୁ କରାଯାଇଛି ହେଡକ୍ଵାର୍ଟର ବଦଳି ।
ଏଥିସହ ପଢ଼ନ୍ତୁ: କାହିଁକି ବାରମ୍ବାର ବାଲିଅନ୍ତା ? ୬ ମାସରେ ଘଟିଲାଣି ୩ ବଡ଼ ଅପରାଧ
ସେପଟେ ଘଟଣାରେ ନାବାଳିକାଙ୍କ ପରିବାରକୁ ଭେଟିଛନ୍ତି ବିଜେଡି ଓ କଂଗ୍ରେସ ଟିମ୍ । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ, ଟାୟାର ଜାଳି ପ୍ରାୟ ୧୦ ଘଣ୍ଟା ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକେ, ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।
ଏ ଭୟଙ୍କର ଅପରାଧ ନେଇ ଏବେ ବି ରହିଛି ଅନେକ ଅସମାହିତ ପ୍ରଶ୍ନ । ସନ୍ଦେହ ବଢ଼ାଉଛି ବେକରେ ଥିବା ନାଲି କପଡ଼ା । ଯାହା ବେକରେ ବନ୍ଧା ହୋଇଛି ଓ ଗଛ ଡାଳରେ ବନ୍ଧା ହୋଇଛି । ମୃତଦେହକୁ ଝୁଲନ୍ତା ଅବସ୍ଥାରୁ ଖୋଲିଲା କିଏ ? ଗୋଟିଏ ଲୋକ କ'ଣ ହତ୍ୟା ପରେ ମୃତଦେହକୁ ନେଇ ଗଛରେ ଟାଙ୍ଗି ପାରିବ ? ଏବେ ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।

Related Topics
Explore more stories