Ganesh Immersion Tragedy / ଗଣେଶ ଭସାଣ ବେଳେ ଅଘଟଣ; DJ ସାଉଣ୍ଡ ଯୋଗୁ ଘର ତାଜା ଭାଙ୍ଗି ଜଣେ ମୃତ
·1 hour ago·2 min read

Key Points
ଜଟଣୀରେ ଗଣେଶ ଭସାଣ ବେଳେ ଅଘଟଣ
ଡିଜେ ସାଉଣ୍ଡ ଯୋଗୁ ଘର ତାଜା ଭାଙ୍ଗିବାରୁ ଜଣେ ମୃତ
ପୋଷ୍ଟ ଅଫିସ ଛକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ତାଜା ଭାଙ୍ଗିଲା
ଏକାଧିକ ଗୁରୁତର ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ଖୋର୍ଦ୍ଧା: ଗଣେଶ ଭସାଣ ବେଳେ ଅଘଟଣ । ଜଟଣୀରେ ଗଣେଶ ଭସାଣି ଉତ୍ସବ ବେଳେ ଅଘଟଣ ଘଟିଛି । ଭସାଣ ସମୟରେ ଡିଜେ ସାଉଣ୍ଡରେ ପଞ୍ଜାବ ବ୍ୟାଙ୍କର ତାଜା ଭାଙ୍ଗି ଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଜଟଣୀରେ ଗଣେଶ ମେଢ଼ ଭସାଣ ଉତ୍ସବ ଚାଲିଥିଲା । ଭସାଣ ଶୋଭାଯାତ୍ରା ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ମେଢ଼ ଅତିକ୍ରମ କରୁଥିଲା । ପୋଷ୍ଟ ଅଫିସ୍ ଛକରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୨ ମହଲା କୋଠାର ତାଜା ହଠାତ୍ ଡିଜେ ଶବ୍ଦରେ ଭାଙ୍ଗି ଯାଇଥିଲା ।
ଏଥିସହ ପଢ଼ନ୍ତୁ: ଉତ୍ତର ଓଡ଼ିଶାକୁ ପିଛା ଛାଡ଼ୁନି ବନ୍ୟା, ଟିକିଏ ପାଗ ବିଗିଡ଼ିଲେ ଭାସୁଛି ଉତ୍ତର ଠୁ ଉପକୂଳ
ଗଣେଶ ଭସାଣ ଦେଖିବାକୁ ରାସ୍ତାର ଦୁଇ କଡ଼ରେ ଲୋକେ ଛିଡ଼ା ହୋଇଥିଲେ । ପଞ୍ଜାବ ବ୍ୟାଙ୍କ ତଳେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ତାଜାଟି ଭାଙ୍ଗି ପଡ଼ିଥିଲା । ଫଳରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହରିରାଜପୁରର ବୋଲି ଜଣାପଡ଼ିଛି । ଆହତମାନଙ୍କୁ AIIMSରେ ଭର୍ତ୍ତି କରାଯାଇଛି ।
ବିନା ଅନୁମତିରେ ବାଜୁଥିଲା DJ
ଜଟଣୀର ଗଣେଶ ଭସାଣ ଶୋଭାଯାତ୍ରାରେ DJ ପାଇଁ ଅନୁମତି ନଥିଲା । ସୀମିତ ମାତ୍ରାର ଶବ୍ଦରେ ଭସାଣ ଶୋଭାଯାତ୍ରା କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ତାଗିଦ୍ କରାଯାଇଥିଲା । ତଥାପି DJ ଅନୁମତି ନଥାଇ ବାଜୁଥିଲା ଏକାଧିକ DJ ।
ଏଥିସହ ପଢ଼ନ୍ତୁ: ବନ୍ୟା ପାଣିରୁ ଲୋକଙ୍କୁ ଉଦ୍ଧାର ବେଳେ ଅଘଟଣ, ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଲା ପାୱାର ବୋଟ୍
ପଞ୍ଜାବ ବ୍ୟାଙ୍କର ତାଜା ଭୁଶୁଡ଼ି ଜଣଙ୍କର ମୃତ୍ୟୁ ଏକାଧିକ ଆହତ ହେବା ପରେ ଭୁବନେଶ୍ଵର DCP ବିଳମ୍ବିତ ରାତିରେ ଘଟଣାସ୍ଥଳକୁ ଯାଇଥିଲେ । ତେବେ DJ ଶବ୍ଦ ଯୋଗୁଁ ତାଜା ଭାଙ୍ଗିଲା ନା କାରଣ ଆଉ କିଛି ତାର ଛାନଭିନ୍ ଆରମ୍ଭ କରିଛି କମିଶନରେଟ୍ ପୋଲିସ ।

Khordha: One person died and several were injured after a roof slab collapsed during a Ganesh immersion procession amid DJ vibrations. #Jatni #Odisha #ArgusNews pic.twitter.com/30Tonz2f7V
— Argus News (@ArgusNews_in) September 27, 2026
ବିନା ଅନୁମତିରେ ବାଜୁଥିଲା DJ
ଜଟଣୀର ଗଣେଶ ଭସାଣ ଶୋଭାଯାତ୍ରାରେ DJ ପାଇଁ ଅନୁମତି ନଥିଲା । ସୀମିତ ମାତ୍ରାର ଶବ୍ଦରେ ଭସାଣ ଶୋଭାଯାତ୍ରା କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ତାଗିଦ୍ କରାଯାଇଥିଲା । ତଥାପି DJ ଅନୁମତି ନଥାଇ ବାଜୁଥିଲା ଏକାଧିକ DJ ।
ଏଥିସହ ପଢ଼ନ୍ତୁ: ବନ୍ୟା ପାଣିରୁ ଲୋକଙ୍କୁ ଉଦ୍ଧାର ବେଳେ ଅଘଟଣ, ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଲା ପାୱାର ବୋଟ୍
ପଞ୍ଜାବ ବ୍ୟାଙ୍କର ତାଜା ଭୁଶୁଡ଼ି ଜଣଙ୍କର ମୃତ୍ୟୁ ଏକାଧିକ ଆହତ ହେବା ପରେ ଭୁବନେଶ୍ଵର DCP ବିଳମ୍ବିତ ରାତିରେ ଘଟଣାସ୍ଥଳକୁ ଯାଇଥିଲେ । ତେବେ DJ ଶବ୍ଦ ଯୋଗୁଁ ତାଜା ଭାଙ୍ଗିଲା ନା କାରଣ ଆଉ କିଛି ତାର ଛାନଭିନ୍ ଆରମ୍ଭ କରିଛି କମିଶନରେଟ୍ ପୋଲିସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories