Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଦୈତାରୀ ପଣ୍ଡା

Odisha

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଦୈତାରୀ ପଣ୍ଡା

Jitendra Dash
Browse all articles by Jitendra Dash
·2 years ago·1 min read
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଦୈତାରୀ ପଣ୍ଡା

ଅର୍ଗସ ବ୍ୟୁରୋ : ଭୁଲ ବୁଝିଲେ ଦୈତାରୀ ପଣ୍ଡା । ପୁରୀ ଯାଇ ମହାପ୍ରଭୁଙ୍କୁ ମାଗିଲେ କ୍ଷମା । ବିବାଦୀୟ ହେବା ପରେ ପୁରୀ ଯାଇ ଜଗନ୍ନାଥଙ୍କୁ କ୍ଷମା ମାଗିଲେ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା । ଖାଲି ଭୁଲ ମାଗିଲେ ତାହା ନୁହେଁ ବରଂ ଏ ଭୁଲ ଆଉ କେବେ କରିବେନି ବୋଲି ବି କହିଲେ । ଦୈତାରୀଙ୍କ କ୍ଷମାପ୍ରାର୍ଥନାକୁ ନେଇ ଚର୍ଚ୍ଚା ଜୋର । 

ଦୈତାରୀ ଆଜି ସିଂହଦ୍ଵାର ଥାନାକୁ ଯାଇଥିଲେ, ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି, ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ କ୍ଷମା ପ୍ରାର୍ଥନା କରିଛନ୍ତି । ନବୀନଙ୍କୁ ଜଗନ୍ନାଥ କହିବା ପରେ ସବୁଆଡେ ବିରୋଧର ସ୍ୱର ତେଜିଥିଲା । ଚାପ ବି ବଢିଥିଲା । ଶେଷରେ ଆଜି ପୁରୀ ଯାଇ କ୍ଷମା ପ୍ରାର୍ଥନା କରିଛନ୍ତି ଦୈତାରୀ । ତେବେ ଭାବପ୍ରବଣତା ହୋଇ ସେ ଏଭଳି ମନ୍ତବ୍ୟ ଦେଇଥିବା ସେ କହିଛନ୍ତି । ତେବେ ବିଜେଡିର ଅନେକ ନେତା ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ସହ ତୁଳନା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଦୈତାରୀ ପଣ୍ଡା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଭଳି ମନ୍ତବ୍ୟ କେହି ଦେବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି । ସେପଟେ ଯାତ୍ରା ଜଗତ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ସୋସିଆଲ ମିଡିଆ ପ୍ରତିକ୍ରିୟା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ପ୍ରତ୍ୟକଦିନ ରାଣୀ ପଣ୍ଡା ସୋସିଆଲ ମିଡିଆରେ ଦୈତାରୀ ପଣ୍ଡାଙ୍କୁ ଗାଳିଗୁଲଜ କରୁଥିବାରୁ ମହାପ୍ରଭୁ ତାଙ୍କର ମଙ୍ଗଳ କରନ୍ତୁ ବୋଲି କହିଛନ୍ତି ଦୈତାରୀ ପଣ୍ଡା ।

Sponsored
Jatra Actor Daitari Panda Apologizes To Odisha Residents For Comparing CM Naveen To Lord Jagannath | Argus News