Videos
|
Odisha

ରାତା ରାତି ପୁରୁଣା ପାଇପକୁ ପରିବର୍ତ୍ତନ କରି ଲାଗିଲା ନୂଆ ପାଣି ପାଇପ

Jitendra Dash
Browse all articles by Jitendra Dash
·2 years ago·1 min read
ରାତା ରାତି ପୁରୁଣା ପାଇପକୁ ପରିବର୍ତ୍ତନ କରି ଲାଗିଲା ନୂଆ ପାଣି ପାଇପ

ଅର୍ଗସ ବ୍ୟୁରୋ : ତିନି ବର୍ଷର ବ୍ୟବଧାନ ପରେ ପୁନର୍ବାର ମୁଣ୍ଡ ଟେକିଛି ଜଣ୍ଡିସ । ଖବର ପ୍ରସାରଣ ପରେ ତପ୍ତର ହୋଇ ଉଠିଛି ରାଜ୍ୟ ସରକାର ଙ୍କ ସ୍ୱାସ୍ତ୍ୟ ଓ ୱାଟକୋ  ବିଭାଗ । କଟକ ମହାନଗର ନିଗମ ୫୨ ନମ୍ବର ୱାର୍ଡ ରେ ଗତ ଦୁଇ ମାସ ମଧ୍ୟରେ ଯେଉଁଠି ପାଣିର ଅସୁବିଧା ନେଇ ଅଭିଯୋଗ ନେଇ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନ ଥିଲେ । ଯେତେବେଳେ ଜଣ୍ଡିସର ମାତ୍ର ବଢି ଚାଲିଲା ରାତା ରାତି ପାଇପ ପରିବର୍ତ୍ତନ କରିଦେଲେ ୱାଟକୋ ବିଭାଗ । 

ସକାଳୁ ସକାଳୁ ସିଏମସି କମିସନର, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ୱାଟକୋ ଅଧିକାରୀ ମିଳିତ ଭାବେ ଅଞ୍ଚଳ ବୁଲିବା ସହ କେଉଁ କାରଣରୁ ଜଣ୍ଡିସ ର ସଂଖ୍ୟା ବଢ଼ିଲା ତାହା ଜାଣିବାକୁ ଚେଷ୍ଟା କରିଛନ୍ତି । ଗତକାଲି ସ୍ଥାନୀୟ ବିଜେଡି କର୍ପୋରେଟର ସିଧାସଳଖ ୱାଟକୋର ଦ୍ୱାୟିତ୍ୱ ହୀନତା ଯୋଗୁ ଏଭଳି ଘଟଣା ହେବା କଥା ଦୋଷାରୋପ କରିଥିଲେ । କର୍ପୋରେଟର ଦୁଇ ମାସ ପୂର୍ବେ ଅଭିଯୋଗ ଜଣେଇବା କଥା କହିଥିଲେ କିନ୍ତୁ ୱାଟକୋ ପାଖରେ ଦୁଇ ମାସ ପୂର୍ବେ କୌଣସି ଅଭିଯୋଗ ହୋଇନଥିବା କଥା କହିଛନ୍ତି ୱାଟକୋ ଜେନେରାଲ ମ୍ୟାନେଜର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ବଡ଼ କଥା ହେଉଛି, ଏହି ଅଞ୍ଚଳରେ ପ୍ରତି ଘରେ ଦୁଇ ରୁ ଚାରିଜଣ ଜଣ୍ଡିସ ରୋଗି ଥିବା ବେଳେ ମୋଟ ୭୦ରୁ ଉର୍ଦ୍ଧ୍ବ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଥିବା ବେଳେ କିନ୍ତୁ ସି ଏମ ସି ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଠିକ ନା ଲୋକମାନଙ୍କ ତଥ୍ୟ । ତେବେ ଏଠି କିଏ କହୁଛି ସତ ତାକୁ ନେଇ ଉଠୁଛି ପ୍ରଶ୍ନ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Jaundice returns to haunt Cuttack city | Argus News