Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମିଶନ ଶକ୍ତି ବିଜୁ ଜନତା ଦଳର ଜାଗିର ନୁହେଁ

Jitendra Dash
Browse all articles by Jitendra Dash
·2 years ago·1 min read
ମିଶନ ଶକ୍ତି ବିଜୁ ଜନତା ଦଳର ଜାଗିର ନୁହେଁ

ଅର୍ଗସ ବ୍ୟୁରୋ : ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୋସିଆଲ ମିଡିଆ ପୋଷ୍ଟର କଡା ଜବାବ ରଖିଛନ୍ତି ବିଜେପି ନେତା ଜୟ ନାରାୟଣ ମିଶ୍ର । ମୋଦି ସରକାର ଲକ୍ଷପତି ଦିଦି ବନାଇବା କାର୍ଯ୍ୟରେ ଲାଗିଛନ୍ତି । ମିଶନ ଶକ୍ତି ବିଜୁ ଜନତା ଦଳର ଜାଗିର୍ ନୁହେଁ । ମିଶନ ଶକ୍ତିର ମାଆ ମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରିବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ । 

ମିଶନ ଶକ୍ତି ସଚିବ ବିଜେଡିର କର୍ମୀ ଭାବରେ କାର୍ଯ୍ୟ କରିବେ ଆଉ ଯେତେବେଳେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ, ଏହାକୁ ଅନୁଚିତ କହିବା ରାଜନୈତିକ ଅପରିପକ୍ବତାର ନିଦର୍ଶନ ବୋଲି ଜୟ ନାରାୟଣ ପୋଷ୍ଟ କରିଛନ୍ତି । ବିଜେଡି କେଉଁ ଅବସ୍ଥାରେ ଅଛି, ତାହା ଭଲ ଭାବରେ ଜଣା । 

ଅଧିକ ପଢନ୍ତୁ ଓଡ଼ିଶା ଖବର
ବିଜେଡି ଦଳର ମାଲିକ ଜଣେ ଗୁମାସ୍ତା ସାଜିଛନ୍ତି । ପ୍ରଣବଙ୍କ ଭଳି ନେତୃତ୍ବ ଆଜି ଦ୍ବାରପାଳ ଓ  ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ହେବା ସହ ଗୁମାସ୍ତାଙ୍କ ପାଇଁ ଷ୍ଟେଜ ସଜାଡିବା, ପାଲ ପାରିବା ସହ ଚେୟାର ପକାଇବାର କାମ କରୁଛନ୍ତି , ଯାହା ଲଜ୍ଜ୍ୟାଜନକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jayanarayan mishra attack bjd leaders | Argus News