Videos
|
Odisha

ପୁଣି ଚିକିତ୍ସା ଅବହେଳାରୁ ମୃତ୍ୟୁ, ଚିକିତ୍ସା ପାଇଁ କେହି ଡାକ୍ତର କି ନର୍ସ ଆସିନଥିବା ଅଭିଯୋଗ କଲେ ପରିବାର

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ଚିକିତ୍ସା ଅବହେଳାରୁ ମୃତ୍ୟୁ,  ଚିକିତ୍ସା ପାଇଁ କେହି ଡାକ୍ତର କି ନର୍ସ ଆସିନଥିବା ଅଭିଯୋଗ କଲେ ପରିବାର

ଅର୍ଗସ ବ୍ୟୁରୋ : ପୁଣିଥରେ ଚିକିତ୍ସା ଅବହେଳାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତଙ୍କ ମୃତ୍ୟୁ ଅଭିଯୋଗ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା । ଆଜି ସକାଳେ ଏୟାରପୋର୍ଟ ଥାନା ଅନ୍ତର୍ଗତ ତାଳପଟିଆ ଛକ ନିକଟରେ ଏକ ବ୍ରେକ୍ ଡାଉନ୍ ହୋଇଥିବା ଟ୍ରକ ପଛରେ ଏକ ଅଟୋ ଧକ୍କା ହୋଇ ଯାଇଥିଲା । ଏହି ଘଟଣାରେ ଅଟୋ ଚାଳକ ସ୍ଥାନୀୟ କବରସ୍ଥାନ ପଡ଼ାର ଗୋବିନ୍ଦ ସାହୁ ଗୁରୁତର ଆହତ ହୋଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୋଲିସ୍ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା । ତେବେ ଗୋବିନ୍ଦଙ୍କୁ ହସ୍ପିଟାଲରେ କେବଳ ପଟି ବାନ୍ଧି ଦିଆ ଯାଇଥିବା ବେଳେ ଅକ୍ସିଜେନର ଆବଶ୍ୟକତା ଥାଇ ମଧ୍ୟ ତାହା ଦିଆ ଯାଇନଥିଲା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । କେବଳ ସେତିକି ନୁହେଁ ବରଂ ଗୋବିନ୍ଦଙ୍କ ଚିକିତ୍ସା ପାଇଁ କେହି ଡାକ୍ତର କି ନର୍ସ ଆସିନଥିବା ଅଭିଯୋଗ ହୋଇଛି। ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
jharsuguda medical treatment issues | Argus News