Encounter in Jharsuguda / ଝାରସୁଗୁଡ଼ାରେ ପୁଲିସ-ଅପରାଧୀ ଏନକାଉଣ୍ଟର; କୁଖ୍ୟାତ ଅପରାଧୀ ଆହତ
·1 hour ago·2 min read

Key Points
ଝାରସୁଗୁଡ଼ାରେ ପୁଲିସ-ଅପରାଧୀ ଏନକାଉଣ୍ଟର
ଆହତ ହେଲା କୁଖ୍ୟାତ ଅପରାଧୀ ବଣ୍ଟି ପ୍ରସାଦ
ପୁଲିସ ଗୁଳିରେ ବଣ୍ଟିର ବାମ ଗୋଡ଼ରେ ଆଘାତ
ଆହତ ହେଲା କୁଖ୍ୟାତ ଅପରାଧୀ ବଣ୍ଟି ପ୍ରସାଦ
ପୁଲିସ ଗୁଳିରେ ବଣ୍ଟିର ବାମ ଗୋଡ଼ରେ ଆଘାତ
ଝାରସୁଗୁଡ଼ା: ଆଜି ସକାଳେ ଜିଲ୍ଲାରେ ପୁଲିସ-ଅପରାଧୀ ମୁହାଁମୁହିଁ । ଓରିଏଣ୍ଟ ଥାନା ଅଞ୍ଚଳର ଆମଦରହ ଜଙ୍ଗଲ ନିକଟରେ ଆଜି ସକାଳେ ପୁଲିସ ଏନକାଉଣ୍ଟର ହୋଇଛି । କୁଖ୍ୟାତ ଅପରାଧୀ ବଣ୍ଟି ପ୍ରସାଦକୁ ଧରିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ୍ ଚଳାଇଥିଲା ବେଳେ ପୁଲିସ ଟିମ୍କୁ ଦେଖି ଅପରାଧୀ ବଣ୍ଟି ପ୍ରସାଦ ପୁଲିସ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲା । ପରେ ଜୀବନ ରକ୍ଷା ପାଇଁ ପୁଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ତେବେ ଅପରାଧୀ ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି ।
ପଢନ୍ତୁ ଏହି ଖବର: ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼
- ବଣ୍ଟି ନାଁରେ ୧୭ଟି ସଙ୍ଗୀନ ମାମଲା
- ଧରାପଡ଼ିବା ଭୟରେ ଗୁଳି ଚଳାଇଥିଲା ବଣ୍ଟି
ପଢନ୍ତୁ ଏହି ଖବର: ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏନକାଉଣ୍ଟର ହୋଇଥିବା ସ୍ଥାନର ଏକ ଭିଡିଓ ସାମ୍ନାକୁ ଆସିଛି । କୁଖ୍ୟାତ ଅପରାଧୀ ବଣ୍ଟିର ବାଇକ୍ ପଡ଼ିଥିବା ଦେଖିବାକୁ ମିଳିଛି । ପୋଲିସ କର୍ମଚାରୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ଆମଦରହ ଜଙ୍ଗଲରେ ବେଆଇନ ମାରଣାସ୍ତ୍ର ମଧ୍ୟ ପଡ଼ିଛି । ବଣ୍ଟିକୁ ଧରିବା ପରେ ଝାରସୁଗୁଡ଼ା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । କାରଣ ତା’ ନାଁରେ ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ ଓ ବେଆଇନ ବନ୍ଧୁକ କାରବାର ଭଳି ରହିଛି ପାଖାପାଖି ୧୭ଟି ସଙ୍ଗୀନ ମାମଲା ।
Related Topics
Explore more stories