Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜିଓ ଏୟାରଫାଇବର ଏବେ ଓଡ଼ିଶାର ୨୫୦ରୁ ଅଧିକ ସହରରେ ଉପଲବ୍ଧ

Jitendra Dash
Browse all articles by Jitendra Dash
·2 years ago·3 min read
ଜିଓ ଏୟାରଫାଇବର ଏବେ ଓଡ଼ିଶାର ୨୫୦ରୁ ଅଧିକ ସହରରେ ଉପଲବ୍ଧ

ଅର୍ଗସ ବ୍ୟୁରୋ : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଗୃହ ମନୋରଂଜନ, ସ୍ମାର୍ଟ ହୋମ ସେବା ଓ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡର ସମନ୍ୱିତ ଏଣ୍ଡ-ଟୁ-ଏଣ୍ଡ ସମାଧାନ ଜିଓ ଏୟାରଫାଇବର ଏବେ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକରେ ଉପଲବ୍ଧ ହୋଇଛି । ଓଡ଼ିଶାରେ ୨୦୨୩ ନଭେମ୍ବରରେ ଆରମ୍ଭ ହୋଇଥିବା ଏହି ସେବା ଓୟାରଲାଇନ ବ୍ରଡବ୍ୟାଣ୍ଡ ସଂଯୋଗ କ୍ଷେତ୍ରରେ ରହିଥିବା ସଂଯୋଗ ଜନିତ ଆହ୍ୱାନକୁ ଅତିକ୍ରମ କରିପାରିଛି ଏବଂ ସାରା ଦେଶର ବ୍ୟବହାକାରୀଙ୍କୁ ଉନ୍ନତ ଡିଜିଟାଲ ଅନୁଭବ ପ୍ରଦାନ କରୁଛି ।

ବର୍ତମାନ ସାରା ଭାରତରେ ଜିଓର ଅପ୍ଟିକାଲ ଫାଇବର ଭିତ୍ତିଭୂମି ୧.୫ ନିୟୁତ କିଲୋମିଟରରୁ ଅଧିକ ବ୍ୟାପ୍ତ ରହିଛି । ତଥାପି ଦେଶର ଅନେକ ସ୍ଥାନରେ ପ୍ରତ୍ୟକ୍ଷ ସଂଯୋଗ ପ୍ରଦାନ କରିବା ଲାଗି ବହୁ ସମୟ ଲାଗୁଛି । ଘର କିମ୍ବା ପରିସର ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ପହଞ୍ଚାଇବାରେ ରହିଥିବା ଥିବା ଜଟିଳତା ଓ ବିଳମ୍ବ ପାଇଁ ଅନେକ ସମ୍ଭାବ୍ୟ ଗ୍ରାହକ ହୋମ ବ୍ରଡବ୍ୟାଣ୍ଡରୁ ଏବେ ଯାଏଁ ବଞ୍ଚିତ ରହିଛନ୍ତି ।

ଜିଓଏୟାରଫାଇବର ପକ୍ଷରୁ ଏହିଭଳି ପରିସରଗୁଡ଼ିକୁ ସଂଯୋଗ ପ୍ରଦାନ କରିବା କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି ।

ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା । ଘରୁ କାର୍ଯ୍ୟ କରୁଥିବା ଆଇଟି ପ୍ରଫେସନାଲଙ୍କ ଠାରୁ ଆରମ୍ଭ କରି ଛୋଟ ବଡ ଉଦ୍ୟୋଗ, ହୋଟେଲ ଓ ରେସ୍ତୋରାଁ, ଡିଜିଟାଲ ଷ୍ଟୁଡିଓ, ଶିକ୍ଷାନୁଷ୍ଠାନ, କ୍ଷୁଦ୍ର ବ୍ୟବସାୟ ଓ ବ୍ୟକ୍ତିଗତ ପରିବାର ପର୍ଯ୍ୟନ୍ତ ଜିଓଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହରରେ ସର୍ବାଧିକ ପସନ୍ଦ ଓ ଭରସାଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ପାଲଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜିଓଏୟାରଫାଇବର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି । ଏଥିସହିତ ଜିଓଏୟାରଫାଇବର ବିନା କୌଣସି ଅତିରିକ୍ତ ମୂଲ୍ୟରେ ମାଗଣା ବିକ୍ରି ପରବର୍ତ୍ତୀ ସେବା ପ୍ରଦାନ କରୁଛି, ଯାହା ଦ୍ୱାରା ଗ୍ରାହକମାନେ ଅଧିକ ସଂଚୟ କରିପାରିବେ ।

ଜିଓଏୟାରଫାଇବର ସଂଯୋଗ ଆଡକୁ ଅଗ୍ରସର ହେବା ଭାରତୀୟଙ୍କ ମନୋରଞ୍ଜନ ବ୍ୟବହାର ଅଭ୍ୟାସରେ ଏକ ଗଭୀର ପରିବର୍ତନକୁ ସୂଚିତ କରୁଛି । ପାଣିପାଗ ପରିସ୍ଥିତି ଏବଂ ବୈଷୟିକ ତ୍ରୁଟି କାରଣରୁ ସେବା ବାଧାପ୍ରାପ୍ତ ହେବା ନେଇ ସମାଲୋଚନାର ଶିକାର ହେଉଥିବା ଡିଟିଏଚ୍ ସେବାଗୁଡିକ ତୁଳନାରେ ଜିଓ ଏୟାରଫାଇବର ସଂଯୋଗ ଏକ ଦୃଢ଼ ଏବଂ ବିଶ୍ୱସନୀୟ ବିକଳ୍ପ ପ୍ରଦାନ କରୁଛି । ଏହା ନିରବଚ୍ଛିନ୍ନ ସେବାର ଗ୍ୟାରେଣ୍ଟି ଦେବା ସହିତ ଉନ୍ନତ ପ୍ରଦର୍ଶନ ମଧ୍ୟ ପ୍ରଦାନ କରୁଛି । ସେଥିପାଇଁ ଏହା ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ବିକଳ୍ପରେ ପରିଣତ ହୋଇଛି । ଜିଓ ସିନେମା ଓ ଜିଓଟିଭି ଭଳି ଓଭର-ଦି-ଟପ୍ (ଓଟିଟି) ଆପ୍ ଏବଂ ପ୍ଲାଟଫର୍ମର ବିକାଶ ଏହି ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜିଓ ଏୟାରଫାଇବର ସଂଯୋଗ ମାଧ୍ୟମରେ ଉପଲବ୍ଧ ଏହି ପ୍ଲାଟଫର୍ମରେ କ୍ରୀଡ଼ା କାର୍ଯ୍ୟକ୍ରମର ସିଧାପ୍ରସାରଣ, ସଦ୍ୟତମ ଚଳଚ୍ଚିତ୍ର, ୱେବ୍ ସିରିଜ୍ ଏବଂ ଲୋକପ୍ରିୟ ଟିଭି ସୋ' ସମେତ ଅନେକ ଏଚଡି ବିଷୟବସ୍ତୁ ଉପଲବ୍ଧ ହେଉଛି ଯାହା ଭାରତୀୟ ଦର୍ଶକଙ୍କ ବିଭିନ୍ନ ପସନ୍ଦକୁ ପୂରଣ କରୁଛି । ଦେଶ ଏହି ସୁଲଭ ମନୋରଞ୍ଜନର ଅଗ୍ରଗତି ଦେଇ ଗତି କରୁଥିବା ବେଳେ ଡିଟିଏଚ୍ ସେବା ଅପେକ୍ଷା ଜିଓ ଏୟାରଫାଇବର ସଂଯୋଗକୁ ପ୍ରାଧାନ୍ୟ ଦେବା ଭାରତୀୟ ମନୋରଞ୍ଜନ କ୍ଷେତ୍ରର ପରିବର୍ତ୍ତିତ ଦୃଶ୍ୟପଟର ପରିଚାୟକ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଜିଓଏୟାରଫାଇବ‍ର୍ ସହିତ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଗ୍ରାହକଙ୍କୁ ନିଜ ଘର କିମ୍ବା ବ୍ୟବସାୟ ସ୍ଥଳରେ ନିରବଛିନ୍ନ କଭରେଜ ପାଇଁ ୱାଇ-ଫାଇ ରାଉଟର, ୪କେ ସ୍ମାର୍ଟ ସେଟ-ଅପ ବକ୍ସ ଏବଂ ଭଏସ ଆକ୍ଟିଭ ରିମୋଟ ଭଳି ଡିଭାଇସ ମିଳୁଛି । ଡିଜିଟାଲ୍ ମନୋରଞ୍ଜନ କ୍ଷେତ୍ରରେ ୫୫୦ ରୁ ଅଧିକ ପ୍ରମୁଖ ଡିଜିଟାଲ ଟିଭି ଚାନେଲ ହାଇ-ଡ଼େଫିନେସନରେ ଉପଲବ୍ଧ ହେବା ସହିତ ଜିଓଏୟାରଫାଇବ‍ର ଗ୍ରାହକ କ୍ୟାଚ-ଅପ ଟିଭି ମାଧ୍ୟମରେ ସେମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ଗୁଡିକୁ ନିଜ ଇଚ୍ଛାମୂତାବକ ପଛକୁ ଯାଇ ପୁଣି ଦେଖିପାରିବେ । ସେହିଭଳି ଜିଓଏୟାରଫାଇବ‍ର ଗ୍ରାହକ ୧୬ ରୁ ଅଧିକ ପ୍ରମୁଖ ଓଟିଟି ଆପ୍ପ ଗୁଡିକର ମାଗଣା ସବସ୍କ୍ରିପସନ ସାଙ୍ଗକୁ ସେହି ସବସ୍କ୍ରିପସନ ବ୍ୟବହାର କରି ନିଜ ପସନ୍ଦର ଡିଭାଇସରେ ଯେପରିକି ଲାପଟପ, ଟିଭି, ମୋବାଇଲ କିମ୍ବା ଟାବଲେଟରେ ଏହାର ମଜା ନେଇପାରିବେ । ଜିଓର ବିଶ୍ୱସନୀୟ ୱାଇଫାଇ ସଂଯୋଗ ଜରିଆରେ ଘର କିମ୍ବା ବ୍ୟବସାୟ ପ୍ରତିଷ୍ଠାନର କୋଣ ଅନୁକୋଣରେ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଅନୁଭୂତି ପାଇପାରିବେ । ସେହିଭଳି ଜିଓଏୟାରଫାଇବ‍ର୍ ଗ୍ରାହକ ସ୍ମାର୍ଟ ହୋମ ସେବା ଜରିଆରେ ଶିକ୍ଷା ପାଇଁ କ୍ଲାଉଡ଼ ପିସି ଓ ୱାର୍କ ଫ୍ରମ ହୋମ, ସୁରକ୍ଷା ଓ ନିରୀକ୍ଷଣ ସମାଧାନ, ସ୍ୱାସ୍ଥ୍ୟ, ଶିକ୍ଷା, ସ୍ମାର୍ଟ ହୋମ ଆଇଓଟି, ଗେମିଙ୍ଗ ଓ ହୋମ ନେଟୱର୍କିଙ୍ଗ ଭଳି ସେବାର ଉପଯୋଗ କରିପାରିବେ ।

Sponsored
Jio AirFiber is now available in more than 250 cities of Odisha | Argus News