Videos
|
Odisha

ଜିଓ ପ୍ଲାଟଫର୍ମସ ଲିମିଟେଡକୁ 'ଟେଲିକମ୍ କମ୍ପାନୀ ଅଫ୍ ଦି ଇୟର' ମାନ୍ୟତା

Jitendra Dash
Browse all articles by Jitendra Dash
·2 years ago·1 min read
ଜିଓ ପ୍ଲାଟଫର୍ମସ ଲିମିଟେଡକୁ 'ଟେଲିକମ୍ କମ୍ପାନୀ ଅଫ୍ ଦି ଇୟର' ମାନ୍ୟତା

ଅର୍ଗସ ବ୍ୟୁରୋ : ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ), ଏସିଆନ୍ ଟେଲିକମ୍ ପୁରସ୍କାର ୨୦୨୪ ରେ 'ଟେଲିକମ୍ କମ୍ପାନୀ ଅଫ୍ ଦି ଇୟର' ଆଖ୍ୟା ହାସଲ କରିଛି । ଜିଓ ପ୍ଲାଟଫର୍ମସ ଲିମିଟେଡ୍ ର ଅଭିନବ ନବସୃଜନ ଯାତ୍ରାରେ ଏହା ଏକ ମାଇଲଖୁଣ୍ଟ ।

ସିଙ୍ଗାପୁରର ମାରିନା ବେ ସ୍ୟାଣ୍ଡସ ଏକ୍ସପୋ ଓ କନଭେନସନ୍ ସେଣ୍ଟରରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ୱର ସର୍ବବୃହତ ୫ଜି ଷ୍ଟାଣ୍ଡ-ଏଲୋନ (ଏସଏ) କୋର ନେଟୱାର୍କ ସ୍ଥାପନ କରିଥିବା ପଦକ୍ଷେପ ପାଇଁ ଜିଓ ପ୍ଲାଟଫର୍ମସ ଲିମିଟେଡ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ସ୍ୱଦେଶୀ ଭାବରେ ବିକଶିତ ଅଭିନବ ସମାଧାନ ଜରିଆରେ ବିଶ୍ୱରେ ଟେଲି ଯୋଗାଯୋଗ ଓ ସଂଚାର କ୍ଷେତ୍ରକୁ ଆଗକୁ ବଢାଇବାର ବୈଷୟିକ ଶକ୍ତି ଏବଂ ପ୍ରତିବଦ୍ଧତାର ପରିଚାୟକ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହା ଜିଓ ପ୍ଲାଟଫର୍ମସ ଲିମିଟେଡର ରଣନୀତିକ ଦୂରଦୃଷ୍ଟି, ଇଞ୍ଜିନିୟରିଂ କ୍ଷମତା ଏବଂ ଡିଜିଟାଲ୍ ଦୃଶ୍ୟପଟ୍ଟର ରୂପାନ୍ତରଣ ତଥା ଟେଲିକମ ଶିଳ୍ପ ପାଇଁ ଉତ୍କର୍ଷର ନୂତନ ମାନକ ସୃଷ୍ଟି କରିବାରେ ନେତୃତ୍ୱ ସ୍ଥାନକୁ ପ୍ରତିଫଳିତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: