Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ ଆରମ୍ଭ ହେଉଛି ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା

Jitendra Dash
Browse all articles by Jitendra Dash
·2 years ago·1 min read
ଆଜିଠୁ ଆରମ୍ଭ ହେଉଛି ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା

ଅର୍ଗସ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଯାହାକୁ ନେଇ ଚଳଚଞ୍ଚଳ ହୋଇଛି ଯୋରନ୍ଦାର ମହିମା ପୀଠ । ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମେଳା । ତିନି ଦିନ ଧରି ଅଲେଖ ମହିମା ଧ୍ବନିରେ ପ୍ରକମ୍ପିତ ହେବ ଶୂନ୍ୟ ମନ୍ଦିର । 

ମେଳାରେ ସାମିଲ ହେବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଯୋରନ୍ଦାକୁ ଛୁଟୁଛି ସାଧୁ ଓ ଭକ୍ତଙ୍କ ଭିଡ଼ । ଭକ୍ତଙ୍କ ସମାଗମକୁ ଦେଖି ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଆଜି ସଂଧ୍ୟାରେ ଝାଡ଼ରେ ଅଗ୍ନି ସଂଯୋଗ ହେବା ପରେ ମେଳା ବଢ଼ିବ । ଯାହାକୁ ଦେଖିବାକୁ ଆତୁର ହୋଇ ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ । ଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାଗାଦି ପୀଠ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ମେଳାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ଆରମ୍ଭ ହୋଇଯାଇଛି । ବିଶ୍ୱର ମଙ୍ଗଳ କାମନା କରି ୨ଦିନ ଧରି ଜଳିବ ଝାଡଦୀପ । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି ।

Sponsored
Joranda Mela start today | Argus News