Videos
|
Odisha

Accident / ଚାରା ନେଇ ଟ୍ରାକ୍ଟରରେ ଫେରୁଥିଲେ, ପଛରୁ ପିଟିଲା ଟ୍ରକ୍; ଚାଲିଗଲା ଜୀବନ

Sushanta Sahoo
Browse all articles by Sushanta Sahoo
·51 mins ago·2 min read
ଚାରା ନେଇ ଟ୍ରାକ୍ଟରରେ ଫେରୁଥିଲେ, ପଛରୁ ପିଟିଲା ଟ୍ରକ୍; ଚାଲିଗଲା ଜୀବନ
Truck Hits Tractor in Sambalpur

Key Points

ନର୍ସରୀରୁ ଟ୍ରାକ୍ଟରରେ ଚାରା ନେଇ ଫେରିବା ବେଳେ ଦୁର୍ଘଟଣା । ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ଜଣାପଡ଼ିଛି । 
ସମ୍ବଲପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ଜୀବନ । ନର୍ସରୀରୁ ଟ୍ରାକ୍ଟରରେ ଚାରା ନେଇ ଫେରିବା ବେଳେ ଦୁର୍ଘଟଣା । ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଂସର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାରେ ୮ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସମସ୍ତ ଆହତମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଆହତମାନେ ଯୁଯୁମୁରା ବ୍ଲକ ଭିମଖୋଜ ଗାଁ ମୁଣ୍ଡପଡ଼ାର ବାସିନ୍ଦା ବୋଲି ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ଦୀର୍ଘ ୧୩ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ମହାବଳ, ଖେଳାଇଥିଲା ଆତଙ୍କ 

ବନ ବିଭାଗ ପକ୍ଷରୁ ନିୟୋଜିତ ଏକ ଟ୍ରାକ୍ଟର ଯୁଯୁମୁରା ନର୍ସରୀ ପ୍ଲାଣ୍ଟରୁ ବୃକ୍ଷରୋପଣ ପାଇଁ ଚାରା ନେଇ ବଡ଼ମାଳ ଜଙ୍ଗଲ ଅଭିମୁଖେ ଯାଉଥିଲା । ଟ୍ରାକ୍ଟରରେ ମୁଣ୍ଡପଡ଼ାର ମହିଳା ଓ ପୁରୁଷ ଶ୍ରମିକମାନେ ଥିଲେ । ଟ୍ରାକ୍ଟରଟିକୁ ଆସୁଥିବା ଏକ ଟ୍ରକ୍ ଜୋର୍‌ରେ ଧକ୍କା ଦେଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫଳରେ ଟ୍ରାକ୍ଟରଟି ରାସ୍ତା ତଳକୁ ଖସି ଯାଇଥିବା ବେଳେ ଟ୍ରକ୍‌ଟି ରାଜପଥର ଡିଭାଇଡର ଉପରକୁ ଚଢ଼ି ଅଟକି ଯାଇଥିଲା । ଟ୍ରାକ୍ଟର ଡାଲାରେ ଥିବା ଶ୍ରମିକମାନେ ରାସ୍ତାରେ ଏଣେତେଣେ ଛିଟିକି ପଡ଼ିଥିଲେ । ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଦୁର୍ଘଟଣା ଖବର ପାଇ ଯୁଯୁମୁରା ଥାନା ପୋଲିସ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲିସ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ଜିଲ୍ଲା ସଦର ଡାକ୍ତରଖାନା ଓ ବୁର୍ଲା ପଠାଯାଇଛି ।

ଟ୍ରେନ୍ ଧକ୍କାରେ ୧୩ ଗୋରୁ ମୃତ

ସେପଟେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନୁଗୁଳ–ସୁକିନ୍ଦା ନୂତନ ରେଳପଥରେ ଦୁର୍ଘଟଣା ଘଟିଛି । କନ୍ତାରିପାଟ ଗାଁ ନିକଟରେ ଟ୍ରେନ୍ ଧକ୍କାରେ ୧୩ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଗୋରୁ ଆହତ ହୋଇଛନ୍ତି ।

ଗୋରୁମାନେ ରେଳ ଲାଇନ୍ ପାର୍ ହେଉଥିବା ବେଳେ ଏକ ଟ୍ରେନ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୧୩ଟି ଗୋରୁଙ୍କର ମୃତ୍ୟୁ ହୋଇଛି । ଖବର ପାଇ କାମାକ୍ଷାନଗର ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ପହଞ୍ଚି ଆହତ ଗୋରୁମାନଙ୍କର ଚିକିତ୍ସା କରିଛନ୍ତି ।

ଏଥିସହ ପଢ଼ନ୍ତୁ: ହିତାଧିକାରୀଙ୍କ ପାଇଁ ଖୁସି ଖବର: ୪ ମାସ ହେବ ବନ୍ଦ ରହିଛି ଭତ୍ତା ପ୍ରଦାନ, ଏକାଥରେ ମିଳିବ ସବୁ ଟଙ୍କା 

ଟ୍ରେନ୍ ଧକ୍କା ଦେବାକୁ ନେଇ ଚାଷୀ ଓ ଗ୍ରାମବାସୀ କିଛି ସମୟ ଧରି ରେଳ ଧାରଣାରେ ଧାରଣା ଦେଇଥିଲେ । କାମାକ୍ଷାନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । ରଙ୍ଗମାଟିଆରୁ ବାଲିଗୋରଡ଼ ପର୍ଯ୍ୟନ୍ତ ରେଳ ଲାଇନ୍‌ରେ ବାରିକେଡ୍ ନିର୍ମାଣ କରାଗଲେ ଏଭଳି ଦୁର୍ଘଟଣାକୁ ରୋକାଯାଇ ପାରିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।