Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଝୁଲି ପଡ଼ିଲେ ପୁରୁଷ ବନ୍ଧୁଙ୍କ ସହ ଭଡ଼ା ଘରେ ରହୁଥିବା AIIMS ଡାକ୍ତରାଣୀ; ମିଳିଲା ସୁଇସାଇଡ୍ ନୋଟ୍

Odisha

AIIMS Doctor Death / ଝୁଲି ପଡ଼ିଲେ ପୁରୁଷ ବନ୍ଧୁଙ୍କ ସହ ଭଡ଼ା ଘରେ ରହୁଥିବା AIIMS ଡାକ୍ତରାଣୀ; ମିଳିଲା ସୁଇସାଇଡ୍ ନୋଟ୍

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ଝୁଲି ପଡ଼ିଲେ ପୁରୁଷ ବନ୍ଧୁଙ୍କ ସହ ଭଡ଼ା ଘରେ ରହୁଥିବା AIIMS ଡାକ୍ତରାଣୀ; ମିଳିଲା ସୁଇସାଇଡ୍ ନୋଟ୍
Woman Doctor Found Hanging

Key Points

ଭୁବନେଶ୍ଵର ଏମ୍ସରେ କାର୍ଯ୍ୟରତ ଜଣେ ଡାକ୍ତରାଣୀ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି । ମୃତକ କର୍ଣ୍ଣାଟକର ଦିବ୍ୟା ଭି ହୋଇଥିବା ବେଳେ ସେ ଏମ୍ସରେ ଜୁନିଅର ରେସିଡେଣ୍ଟ ଭାବେ କାର୍ଯ୍ୟ କରୁଥିଲେ ।
ଭୁବନେଶ୍ଵର: ଭଡ଼ା ଘରେ ଡାକ୍ତରାଣୀଙ୍କ ଆତ୍ମହତ୍ୟା । ପୁରୁଷ ବନ୍ଧୁ ଡ୍ୟୁଟିକୁ ଯାଇଥିବା ବେଳେ ଫ୍ୟାନ୍‌ରେ ଝୁଲି ପଡ଼ିଲେ । ଭୁବନେଶ୍ଵର ଏମ୍ସରେ କାର୍ଯ୍ୟରତ ଜଣେ ଡାକ୍ତରାଣୀ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି । ମୃତକ କର୍ଣ୍ଣାଟକର ଦିବ୍ୟା ଭି ହୋଇଥିବା ବେଳେ ସେ ଭୁବନେଶ୍ଵର ଏମ୍ସରେ ଜୁନିଅର ରେସିଡେଣ୍ଟ ଭାବେ କାର୍ଯ୍ୟ କରୁଥିଲେ ।

ସୂଚନା ଅନୁସାରେ, ମୃତକ ଦିବ୍ୟା ଭି ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଡୁମୁଡୁମା ଅଞ୍ଚଳରେ ଏକ ଘର ଭଡ଼ା ନେଇ ଏକାଠି ରହୁଥିଲେ । ମଙ୍ଗଳବାର ସକାଳେ ଦିବ୍ୟାଙ୍କ ପୁରୁଷ ବନ୍ଧୁ ଡ୍ୟୁଟିକୁ ଯାଇଥିବା ବେଳେ ଏକାକୀ ଥିଲେ ଦିବ୍ୟା । ଡ୍ୟୁଟି ସାରି ପୁରୁଷ ବନ୍ଧୁ ଫେରିବା ବେଳକୁ ଦିବ୍ୟା କବାଟ ଖୋଲି ନଥିଲେ ।

ଏଥିସହ ପଢ଼ନ୍ତୁ: କିଡନୀ ରୋଗୀଙ୍କୁ ବେଡ୍ ଦେଲେନି; ବାରଣ୍ଡା ଚେୟାରରେ ବସାଇ ଲଗାଇଦେଲେ ଅକ୍ସିଜେନ୍, ଚାଲିଗଲା ଜୀବନ 

ବାରମ୍ବାର ଦିବ୍ୟାଙ୍କୁ ପୁରୁଷ ବନ୍ଧୁ ଡାକିବା ପରେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା । ତେଣୁ, ପୁରୁଷ ବନ୍ଧୁ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ । ହେଲେ, ସେତେବେଳକୁ ଦିବ୍ୟା ବେକରେ ଓଢ଼ଣୀ ଲଗାଇ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ ।

ଖବର ପାଇ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଦିବ୍ୟା ଭିଙ୍କ ମୃତଦେହ ଜବତ କରି ରଖାଯାଇଛି । କର୍ଣ୍ଣାଟକରୁ ଦିବ୍ୟାଙ୍କ ପରିବାର ଲୋକେ ଆସି ଭୁବନେଶ୍ଵରରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।

ଦିବ୍ୟା କାହିଁକି ହାରିଲେ ଜୀବନ ?

ତେବେ, ପୁରୁଷ ବନ୍ଧୁଙ୍କ ସହ ଭଡ଼ା ଘରେ ରହୁଥିବା AIIMSର ଡାକ୍ତରାଣୀ କାହିଁକି ଆତ୍ମହତ୍ୟା କଲେ ? ପୋଲିସର ତଦନ୍ତ ବେଳେ ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ମିଳିଛି । ଯେଉଁଥିରେ ଦିବ୍ୟା ଲେଖିଛନ୍ତି, "ମୁଁ ଦୁଇ ବର୍ଷ ହେଲା ଏକ ବଡ଼ ରୋଗରେ ପୀଡ଼ିତ ଥିଲି ।"

ଏଥିସହ ପଢ଼ନ୍ତୁ: ତିଖିରୀ ସରପଞ୍ଚ ଚାମେଲିଙ୍କୁ ଜାମିନ୍ ଦେଲେ କେନ୍ଦ୍ରାପଡ଼ା SDJM କୋର୍ଟ 

ସେ ଆହୁରି ଲେଖିଛନ୍ତି, "ଯନ୍ତ୍ରଣାରେ ୨ ବର୍ଷ ହେଲା ଛଟପଟ ହେଉଥିଲି । ଯେଉଁଥିପାଇଁ ଜୀବନ ହାରିବାକୁ ନିଷ୍ପତ୍ତି ନେଇଛି ।" ଖଣ୍ଡଗିରି ଥାନା ପୋଲିସ ସୁଇସାଇଡ୍ ନୋଟ୍‌କୁ ଜବତ କରି ଛାନଭିନ୍ ଜାରି ରଖିଛି । ସୁଇସାଇଡ୍ ନୋଟ୍ ଦିବ୍ୟା ଲେଖିଛନ୍ତି ନା ଏହା ପଛରେ ରହିଛି ପୁରୁଷ ବନ୍ଧୁଙ୍କ ଷଡ଼ଯନ୍ତ୍ର । ସେ ଦିଗରେ ବି ପୋଲିସ ଯାଞ୍ଚ ଆରମ୍ଭ କରିଛି ।

ହେଲ୍ପଲାଇନ୍

ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଆଖପାଖରେ କେହି ପରିଚିତଙ୍କ ମନରେ ଆତ୍ମହତ୍ୟାର ଭାବନା ଆସୁଛି । ତାହେଲେ ଏହା ଗମ୍ଭୀର ଜରୁରୀକାଳୀନ ମେଡିକାଲ୍ ସ୍ଥିତି ଅଟେ । ଏଥିପାଇଁ ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ସମ୍ପର୍କ କରନ୍ତୁ । ଟେଲିମାନସର ହେଲ୍ପଲାଇନ୍ 1800914416ରେ ମଧ୍ୟ ସମ୍ପର୍କ କରିପାରିବେ । ଏହି ହେଲ୍ପଲାଇନ୍‌ରେ ଆପଣଙ୍କ ପରିଚୟ ଗୋପନ ରଖାଯିବ ଏବଂ ବିଶେଷଜ୍ଞ ଆପଣଙ୍କୁ ସେହି ପରିସ୍ଥିତିରୁ ବାହାରିବାକୁ ଲାଗି ଆବଶ୍ୟକ ପରାମର୍ଶ ଦେବେ । ଜୀବନ ଥିଲେ, ସବୁ ଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored