Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Chameli Ojha / ତିଖିରୀ ସରପଞ୍ଚ ଚାମେଲିଙ୍କୁ ଜାମିନ୍ ଦେଲେ କେନ୍ଦ୍ରାପଡ଼ା SDJM କୋର୍ଟ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ତିଖିରୀ ସରପଞ୍ଚ ଚାମେଲିଙ୍କୁ ଜାମିନ୍ ଦେଲେ କେନ୍ଦ୍ରାପଡ଼ା SDJM କୋର୍ଟ
Court Relief for Chameli Ojha

Key Points

ତିଖିରୀର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ୍ ମିଳିଛି । ପୋଲିସକୁ ଆକ୍ରମଣ ମାମଲାରେ ଚାମେଲି ଓଝାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି କେନ୍ଦ୍ରାପଡ଼ା SDJM ।
କେନ୍ଦ୍ରାପଡ଼ା: ଜାମିନ୍ ପାଇଲେ ତିଖିରୀ ସରପଞ୍ଚ । କେନ୍ଦ୍ରାପଡ଼ା SJDM କୋର୍ଟ ଦେଲେ ଜାମିନ୍ । ତିଖିରୀର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ୍ ମିଳିଛି । ପୋଲିସକୁ ଆକ୍ରମଣ ମାମଲାରେ ଚାମେଲି ଓଝାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି କେନ୍ଦ୍ରାପଡ଼ା SDJM ।

୩୦ ହଜାର ଟଙ୍କା ଓ ୨ ଜାମିନ୍‌ଦାରଙ୍କ ବଦଳରେ ମିଳିଲା ଚାମିଲ୍ ଓଝାଙ୍କୁ ଜାମିନ୍ ମିଳିଛି । ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଜାମିନ ଆବେଦନ ପାଇଁ ମଙ୍ଗଳବାର ମେଡିକାଲରେ ପହଞ୍ଚିଥିଲେ ତାଙ୍କ ଓକିଲ ରମାକାନ୍ତ କାନୁନଗୋ ।

ଏଥିସହ ପଢ଼ନ୍ତୁ: କେନ୍ଦ୍ରାପଡ଼ା ସରପଞ୍ଚ ଚାମେଲିଙ୍କୁ ଗିରଫ ଘଟଣା: ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ, ରିପୋର୍ଟ ଆସିଲେ ନିଆଯିବ ଆକ୍ସନ 

ପୂର୍ବରୁ ଚାମେଲିଙ୍କୁ କୋର୍ଟ ଚାଲାଣ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ତେଣୁ ଜାମିନ ପାଇଁ ଚାମେଲି କିଛି ତଥ୍ୟ ଦେଇପାରିନଥିଲେ । ମଙ୍ଗଳବାର ଚାମେଲିଙ୍କ ସହ ତାଙ୍କ ଓକିଲ ଆଲୋଚନା କରିବା ପରେ ଜାମିନ୍ ଆବେଦନ କରିଥିଲେ । କେନ୍ଦ୍ରାପଡ଼ା SDJM କୋର୍ଟ ଚାମିଲ୍ ଓଝାଙ୍କୁ ଜାମିନ୍ ଦେଇଛନ୍ତି ।

ଗତ ୧୧ ତାରିଖ ଦିନ ଚାମେଲିଙ୍କ ମୋବାଇଲ ମହାକାଳପଡ଼ା ପୋଲିସ ଛଡ଼ାଇ ନେଇଥିବାର ଅଭିଯୋଗ କରିଥିଲେ ନିଜେ ଚାମେଲି । ମୋବାଇଲରେ ଅନେକ କିଛି ଭିଡିଓ ଥିବା ନେଇ ସେ ବାରମ୍ବାର ଦାବି କରି ଆସୁଥିଲେ ।

ତେବେ ୫ ଦିନ ପରେ ପୋଲିସ ଚାମେଲିଙ୍କ ମୋବାଇଲ୍ ଫୋନ୍ ଫେରାଇ ଦେଇଥିବା ଚାମେଲିଙ୍କ ବାପା ସୂଚନା ଦେଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚାମେଲିଙ୍କ ବାପା ନିରଞ୍ଜନ ଓଝା ।

ଗତ ୧୦ ତାରିଖରେ ମହାକାଳପଡ଼ା ବ୍ଲକ ପରିସରରେ ବିଡିଓଙ୍କୁ ଚାମେଲି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଯାହା ପରେ ପୋଲିସ ଚାମେଲିଙ୍କୁ ଉଠାଇ ନେଇଥିବା ବେଳେ ତାଙ୍କ ମୋବାଇଲ୍ ଛଡ଼ାଇ ନିଆଯାଇଥିବା ଅଭିଯୋଗ କରିଥିଲେ । ବିଡିଓ ଦେଇଥିବା ଏତଲା ଆଧାରରେ ଚାମେଲିଙ୍କୁ ଗିରଫ କରିଥିଲା ପୋଲିସ ।

ଏଥିସହ ପଢ଼ନ୍ତୁ: ଗିରଫ ହେଲେ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା, ବିଡ଼ିଓ ଏବଂ ପୋଲିସକୁ ଚାମେଲି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା 

ହେଲେ ଚାମେଲି ଓଝା ଦେଇଥିବା ଏଫ୍ଆଇଆର୍ ଆଧାରରେ ମାମଲା ରୁଜୁ କରାଯାଇ ନଥିବା ଅଭିଯୋଗ ହୋଇଛି । ଚାମେଲି ଏତଲାରେ ବିଡିଓ, ପୋଲିସ ଅଧିକାରୀଙ୍କ ନାଁ ଉଲ୍ଲେଖ କରିଥିବା ବେଳେ ଏଫ୍ଆଇଆର୍‌ରେ ବିଡିଓ ଓ ପୋଲିସ କର୍ରଚାରୀଙ୍କ ନାଁ ନଥିବା ନେଇ ପ୍ରଶ୍ନ ଉଠିଛି ୟ ଚାମେଲା ଓଝାଙ୍କ ମାମଲାରେ ଜାତୀୟ ମାନବାଧିକାର କମିଶନରେ ପହଞ୍ଚିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tikhiri Sarpanch Chameli Ojha Granted Bail by Kendrapara SDJM Court | Argus News | Argus News