Viral Video / କିଡନୀ ରୋଗୀଙ୍କୁ ବେଡ୍ ଦେଲେନି; ବାରଣ୍ଡା ଚେୟାରରେ ବସାଇ ଲଗାଇଦେଲେ ଅକ୍ସିଜେନ୍, ଚାଲିଗଲା ଜୀବନ
·3 months ago·2 min read

Key Points
ଫେସଵୁକରେ ଭାଇରାଲ ହେଲା ଚରମ ଅବ୍ୟବସ୍ଥାର ଭିଡିଓ
୨୪ ଘଣ୍ଟାରୁ କମ୍ ସମୟରେ ଚାଲିଗଲା ୩୧ ବର୍ଷୀୟ ଯୁବକଙ୍କ ଜୀବନ
CDMO କହିଲେ ସୁପରିଣ୍ଟେଣ୍ଡେଣ୍ଟଙ୍କ ତଦନ୍ତ ରିପୋର୍ଟ ପରେ ଆକ୍ସନ୍

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଡନୀ ରୋଗୀଙ୍କୁ ବେଡ୍ ମିଳିଲାନି । ବାରଣ୍ଡା ଚେୟାରରେ ବସାଇ ଅକ୍ସିଜେନ୍ ଲଗାଇଦେଲେ କର୍ତ୍ତୃପକ୍ଷ । ୨୪ ଘଣ୍ଟାରୁ କମ୍ ସମୟରେ ଚାଲିଗଲା ୩୧ ବର୍ଷୀୟ ଯୁବକଙ୍କ ଜୀବନ । ଏବେ ଫେସବୁକ୍ରେ ଭାଇରାଲ୍ ହେଉଛି ଚରମ ଅବ୍ୟବସ୍ଥାର ଭିଡିଓ ।
ସ୍ବାଧୀନତାର ୭୯ ବର୍ଷ ପରେ ବି ଆମ ସ୍ବାସ୍ଥ୍ୟ ବ୍ୟବସ୍ଥାର ଅସହାୟତାକୁ ପଦାରେ ପକାଇ ଦେଇଛି । ଭବାନୀପାଟଣାସ୍ଥିତ ଶହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅଭାବନୀୟ, ଅକଳ୍ପନୀୟ, ହତବାକ୍ କରିବା ଭଳି ଦୃଶ୍ୟ ।
ଏଥିସହ ପଢ଼ନ୍ତୁ: ଅଶୁଭ ମଙ୍ଗଳବାର; ବିଭିନ୍ନ ସ୍ଥାନରେ ଦୁର୍ଘଟଣା, ଭାଇ-ଭଉଣୀଙ୍କ ସହ ୮ ମୃତ
ମୁହଁରେ ଲାଗିଥିବା ଅକ୍ସିଜେନ ମାସ୍କରୁ ଅନୁମାନ କରିହେଉଛି ଯେ, ରୋଗୀଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି । ପାଖରେ ବସି ରହିଥିବା ସମ୍ପର୍କୀୟ ବାହୁନି କାନ୍ଦୁଛନ୍ତି । ହସ୍ପିଟାଲକୁ ରୋଗୀ ନେଇ ଆସିଥିବା ଅନ୍ୟ କେହି ଜଣେ ବ୍ୟକ୍ତି ତାଙ୍କର ଏକ ଭିଡିଓ କରି ଫେସବୁକରେ ଲାଇଭ କରିବା ପରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏ ଅବ୍ୟବସ୍ଥା ସାମ୍ନାକୁ ଆସିଛି ।
ଭବାନୀପାଟଣା ସଦର ଥାନା ଭିକାଝରନ ଗାଁର ୩୧ ରୋହିତ ଶବର କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇ ପଡ଼ିବା ପରେ ଚିକିତ୍ସା ପାଇଁ ଆସିଥିଲେ । ହେଲେ ଦୁର୍ଭାଗ୍ୟର କଥା ଗୁରୁତର ରୋଗୀଙ୍କୁ ବେଡଟିଏ ନଦେଇ ହସ୍ପିଟାଲ ବାରଣ୍ଡା ଚେୟାରରେ ବସାଇଦେଲେ କର୍ତ୍ତୃପକ୍ଷ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହସ୍ପିଟାଲ ଅବ୍ୟବସ୍ଥାର ପରିଣାମ ଗୁରୁତର ରୋଗୀଙ୍କୁ ଭୋଗିବାକୁ ପଡ଼ିଛି, ଜୀବନ ଚାଲି ଯାଇଛି । ୧୩ ତାରିଖ ଅପରାହ୍ଣ ପ୍ରାୟ ୪ଟାରେ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ ଯୁବକ ଜଣଙ୍କ । ଆଉ ୧୪ ତାରିଖ ଦିନ ସାଢେ ଗୋଟଏରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
ଭାଇରାଲ ଭିଡିଓ CDMO ହରେକୃଷ୍ଣ ଶତପଥୀ କହିଛନ୍ତି. "ରୋଗୀ ନିଜେ ଖୋଲାରେ ରହିବାକୁ ଜିଦ୍ କରିବାକୁ ତାଙ୍କୁ ହସ୍ପିଟାଲର ବାରଣ୍ଡାରେ ରହିବାକୁ ଦିଆଗଲା ।" ହେଲେ ବସାଇ ଚିକିତ୍ସା କରିବା କଥା ପଚାରିବାରୁ ହସ୍ପିଟାଲ ସୁପରିଣ୍ଟେଣ୍ଡଣ୍ଟଙ୍କ ରିପୋର୍ଟକୁ ଅପେକ୍ଷା କରିଥିବା ସଫେଇ ଦେଇଛନ୍ତି ସିଡିଏମ୍ଓ ।
ଏଥିସହ ପଢ଼ନ୍ତୁ: ତିଖିରୀ ସରପଞ୍ଚ ଚାମେଲିଙ୍କୁ ଜାମିନ୍ ଦେଲେ କେନ୍ଦ୍ରାପଡ଼ା SDJM କୋର୍ଟ
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHO ଅନୁସାରେ ପ୍ରତି ୧୦୦୦ ରୋଗୀରେ ୪ଟି ଜେନେରାଲ ବେଡ୍ ଏବଂ ସବୁ ପ୍ରକାର ବେଡକୁ ମିଶାଇ ୧୧ରୁ ୧୬ଟି ରହିବା କଥା । ହେଲେ CAG ରିପୋର୍ଟ ଅନୁସାରେ ରାଜ୍ୟରେ ବେଡର ଅଭାବ ୬୪% ରହିଛି । ମୋଟ୍ ୯୧ ହଜାର ୩୯୨ ବେଡ୍ ଦରକାର ଥିବା ବେଳେ ଅଛି ମାତ୍ର ୩୨ ହଜାର ୭୬୭ଟି । ଆଉ କଳାହାଣ୍ଡି ଜିଲ୍ଲାରେ ଅଛି ମାତ୍ର ୭୫ଟି ମେଡିକାଲ୍ ଶଯ୍ୟା ।
ଏନଏସସିର ଗାଇଡଲାଇନ ଅନୁସାରେ ମେଡିକାଲ କଲେଜରେ ମୋଟ୍ ବେଡର ୧୦ ପ୍ରତିଶତ ଆଇସିୟୁ ବେଡ୍ ରହିବା କଥା । ହେଲେ ପୂର୍ବ ବିଜେଡି ସରକାର ୨୪ ବର୍ଷ କ୍ଷମତାରେ ରହି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଅଣଦେଖା କରିଥିଲେ । ଆଉ ବିଜେପି ସରକାର ଏବେ ମୂଳରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସଜାଡ଼ିବା ଆରମ୍ଭ କରିଛନ୍ତି ।

Related Topics
Explore more stories