Videos
|
Odisha

Vigilance Trap / ସଫେଇ କାମର ବକେୟା ବିଲ୍ ପାସ୍ ପାଇଁ ନେଉଥିଲେ ୧୦ ହଜାର ଟଙ୍କା; ମାଡ଼ି ବସିଲା ଭିଜିଲାନ୍ସ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ସଫେଇ କାମର ବକେୟା ବିଲ୍ ପାସ୍ ପାଇଁ ନେଉଥିଲେ ୧୦ ହଜାର ଟଙ୍କା; ମାଡ଼ି ବସିଲା ଭିଜିଲାନ୍ସ
Odisha Vigilance traps Kalahandi OAV principal

Key Points

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ୍‌ଙ୍କୁ ଲାଞ୍ଚ ଟଙ୍କା ସହ ଭିଜିଲାନ୍ସ କାବୁ କରିଛି । ସଫେଇ କାମର ବକେୟା ବିଲ୍ ପାସ୍ ଲାଗି ଲାଞ୍ଚ ନେଉଥିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ୍‌ ।
ଜୁନାଗଡ଼ (କଳାହାଣ୍ଡି): ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ୍ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ୍‌ଙ୍କୁ ଲାଞ୍ଚ ଟଙ୍କା ସହ ଭିଜିଲାନ୍ସ କାବୁ କରିଛି । ସଫେଇ କାମର ବକେୟା ବିଲ୍ ପାସ୍ ଲାଗି ଲାଞ୍ଚ ନେଉଥିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ୍‌ ।

୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ OAV ପ୍ରିନ୍ସିପାଲ୍ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ସୀତାକାନ୍ତ ରଣା ଧରାପଡ଼ିଛନ୍ତି । ସୀତାକାନ୍ତଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିଛି ।

ସୂଚନା ଅନୁଯାୟୀ, ଏକ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତାଙ୍କ ଠାରୁ ୨୦୨୬-୨୭ ଆର୍ଥିକ ବର୍ଷର ୩ ମାସର ସଫେଇ କାମର ବକେୟା ବିଲ୍ ପାସ୍ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ପ୍ରିନ୍ସିପାଲ୍ ।

ଏଥିସହ ପଢ଼ନ୍ତୁ: AI କରିବ ସରକାରୀ କାମ; ChatGPT, Google AI Pro କିଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବ 

ବାରମ୍ବାର ଅନୁରୋଧ ସତ୍ତ୍ୱେ ବିଲ୍ ପାସ୍ ନକରି ଲାଞ୍ଚ ଦାବି କରି ଆସୁଥିଲେ ସୀତାକାନ୍ତ । ଏନେଇ ଅଭିଯୋଗ ପାଇବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଟ୍ରାପ୍ କରାଯାଇଥିଲା । ଅଭିଯୋଗକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୀତାକାନ୍ତ ରଣାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ସୀତାକାନ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଛି ।

ଏହାପରେ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ ହୋଇଛି । ସୀତାକାନ୍ତଙ୍କ ସହ ସମ୍ପର୍କିତ ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି ।

ମଙ୍ଗଳବାର ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରେଇ ବ୍ଲକ କାଚରାସାହି ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ପ୍ରଫୁଲ୍ଲ କୁମାର ନାଥ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।

ଏଥିସହ ପଢ଼ନ୍ତୁ: ଗରିବ ବିଧବାଙ୍କଠାରୁ ଲୁଟୁଥିଲେ; ଧରାପଡ଼ିଲେ ଲାଞ୍ଚୁଆ PEO 

ରାଜ୍ୟ ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନା (AGY) ଅନ୍ତର୍ଗତ ଶେଷ କିସ୍ତି ଏବଂ ବୋନସ୍ ରାଶି ପ୍ରଦାନ କରିବା ପାଇଁ ଜଣେ ଗରିବ ବିଧବାଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ ଏହି ସରକାରୀ ବାବୁ ପ୍ରଫୁଲ୍ଲ ନାଥ ।

ଭିଜିଲାନ୍ସ ଅଧିକାରୀଙ୍କ କହିବା ଅନୁଯାୟୀ, ଅଭିଯୋଗକାରୀ ତଥା ଲାଞ୍ଚର ଶିକାର ହୋଇଥିବା ଗ୍ରାମର ଜଣେ ବିଧବା ତଥା ଗ୍ରାମୀଣ ଗୃହ ଯୋଜନାର ହିତାଧିକାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ତାଙ୍କର ପକ୍କା ଘର ନିର୍ମାଣ ସମାପ୍ତ କରିଥିଲେ । ଯୋଜନାର ବ୍ୟବସ୍ଥା ଅନୁଯାୟୀ ସେ ବୋନସ ସହିତ ଶେଷ କିସ୍ତି ପାଇବା କଥା । ତଥାପି କିସ୍ତି ପାଇବା ପାଇଁ ତାଙ୍କଠୁ ଲାଞ୍ଚ ନେଉଥିଲେ ପିଇଓ । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored