Videos
|
Odisha

Kalinga Studio Ticket Prices / ଖୋଲିଲା କଳିଙ୍ଗ ଷ୍ଟୁଡିଓ; ମାତ୍ର ୨୦ ଟଙ୍କାରେ ପ୍ରବେଶ, ଜାଣନ୍ତୁ ସ୍ନୋ ପାର୍କଠୁ ଘୋଷ୍ଟ ହାଉସ୍ ଟିକେଟ୍ କେତେ ?

Santosh Kumar Sahoo
Browse all articles by Santosh Kumar Sahoo
·31 mins ago·1 min read
ଖୋଲିଲା କଳିଙ୍ଗ ଷ୍ଟୁଡିଓ; ମାତ୍ର ୨୦ ଟଙ୍କାରେ ପ୍ରବେଶ, ଜାଣନ୍ତୁ ସ୍ନୋ ପାର୍କଠୁ ଘୋଷ୍ଟ ହାଉସ୍ ଟିକେଟ୍ କେତେ ?
Kalinga Studio Ticket Prices

Key Points

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
ଖୋଲିଲା କଳିଙ୍ଗ ଷ୍ଟୁଡିଓ
ଜାଣନ୍ତୁ ଟିକେଟ୍ ଓ ସମୟ
ପର୍ଯ୍ୟଟକ ଓ ମନୋରଞ୍ଜନପ୍ରେମୀଙ୍କ ପାଇଁ ଖୁସି ଖବର । ଖୋଲିଛି କଳିଙ୍ଗ ଷ୍ଟୁଡିଓ । ଏଠାରେ ବୁଲିବା ସହ ବିଭିନ୍ନ ମନୋରଞ୍ଜନମୂଳକ ଆକର୍ଷଣର ମଜା ନେଇପାରିବେ ପର୍ଯ୍ୟଟକ । ଷ୍ଟୁଡିଓକୁ ପ୍ରବେଶ ପାଇଁ ସାଧାରଣ ଟିକେଟ୍ ଦର ମାତ୍ର ୨୦ ଟଙ୍କା ରହିଥିବା ବେଳେ ସ୍ନୋ ପାର୍କ, 3D ଚଳଚ୍ଚିତ୍ର ଓ ଘୋଷ୍ଟ ହାଉସ୍ ପାଇଁ ଅଲଗା ଟିକେଟ୍ ବ୍ୟବସ୍ଥା ରହିଛି ।

କଳିଙ୍ଗ ଷ୍ଟୁଡିଓର ଟିକେଟ୍ ଦର

-କଳିଙ୍ଗ ଷ୍ଟୁଡିଓ ପ୍ରବେଶ: ୨୦ ଟଙ୍କା
- ସ୍ନୋ ପାର୍କ ପ୍ରବେଶ: ୧୫୦ ଟଙ୍କା
- ମୁଭି ମ୍ୟାଜିକ୍ (3D ଚଳଚ୍ଚିତ୍ର): ୧୦୦ ଟଙ୍କା
- ଆଡଭେଞ୍ଚର ଲ୍ୟାଣ୍ଡ (ଘୋଷ୍ଟ ହାଉସ୍): ୨୫ ଟଙ୍କା

ସ୍ନୋ ହାଉସ୍ ପାଇଁ ନିର୍ଦ୍ଦିଷ୍ଟ ସମୟସୂଚୀ

ସ୍ନୋ ହାଉସ୍‌ରେ ପ୍ରବେଶ ପାଇଁ ଦୁଇଟି ସମୟ ସ୍ଲଟ୍ ରଖାଯାଇଛି । ପ୍ରଥମ ସ୍ଲଟ୍ ସକାଳ ୧୦ଟାରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ ଥିବା ବେଳେ ଦ୍ୱିତୀୟ ସ୍ଲଟ୍ ଅପରାହ୍ଣ ୨ଟାରୁ ୫ଟା ୩୦ ପର୍ଯ୍ୟନ୍ତ ରହିଛି । ପ୍ରତ୍ୟେକ ସ୍ଲଟ୍‌ରେ ୨୫ ମିନିଟ୍ ପର୍ଯ୍ୟନ୍ତ ରହିବାର ସୁଯୋଗ ମିଳିବ ।

ଟିକେଟ୍ କିଣିବା ପୂର୍ବରୁ ଜାଣନ୍ତୁ ନିୟମ

କଳିଙ୍ଗ ଷ୍ଟୁଡିଓର ସାଧାରଣ ପ୍ରବେଶ ଟିକେଟ୍ କେବଳ କ୍ୟାମ୍ପସ୍‌ରେ ପ୍ରବେଶ ପାଇଁ ଉଦ୍ଦିଷ୍ଟ । ସ୍ନୋ ପାର୍କ, ଘୋଷ୍ଟ ହାଉସ୍‌ ଓ ମୁଭି ମ୍ୟାଜିକ୍‌ର ମଜା ନେବାକୁ ହେଲେ ଅଲଗା ଟିକେଟ୍ କିଣିବାକୁ ପଡ଼ିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି, ସ୍ନୋ ହାଉସ୍‌କୁ କେବଳ ଟିକେଟ୍‌ରେ ଉଲ୍ଲେଖ ଥିବା ନିର୍ଦ୍ଦିଷ୍ଟ ସମୟରେ ପ୍ରବେଶ ଅନୁମତି ମିଳିବ । ଟିକେଟ୍ କିଣିବା ପରେ ଏହାକୁ ଫେରସ୍ତ କିମ୍ବା ବଦଳ କରିବାର ସୁବିଧା ନଥିବା ନିୟମାବଳୀରେ ଉଲ୍ଲେଖ ରହିଛି । ତେଣୁ କଳିଙ୍ଗ ଷ୍ଟୁଡିଓ ବୁଲିବାକୁ ଯୋଜନା କରୁଥିବା ଲୋକେ ଟିକେଟ୍ ଦର, ସମୟସୂଚୀ ଓ ନିୟମ ସମ୍ପର୍କରେ ଆଗୁଆ ଜାଣି ନିଜର ଯାତ୍ରା ଯୋଜନା କରିପାରିବେ ।