Students Flee Hostel / ଦୋଳ ପୂର୍ଣ୍ଣିମା ରାତିରେ ହଷ୍ଟେଲ ଛାଡ଼ି ପଳାଇଲେ ୧୦ ଛାତ୍ର; ସକାଳୁ ଜଙ୍ଗଲରୁ ମିଳିଲେ ଜଣେ
·6 months ago·2 min read

Key Points
ରାତିରେ ନିକଟସ୍ଥ ଜଙ୍ଗଲରୁ ୯ ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଛାତ୍ରଙ୍କ ଖବର ମିଳି ନଥିଲା । ବୁଧବାର ସକାଳୁ ଘଞ୍ଚ ଜଙ୍ଗଲ ଭିତରୁ ନିଖୋଜ ଦ୍ଵିତୀୟ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି ।
ଜି. ଉଦୟଗିରି (କନ୍ଧମାଳ): ହୋଲି ପୂର୍ବ ସନ୍ଧ୍ୟା ତଥ୍ୟା ଦୋଳ ପୂର୍ଣ୍ଣିମା ରାତିରେ ସ୍କୁଲ୍ ହଷ୍ଟେଲ୍ ଛାଡ଼ିଛନ୍ତି ୧୦ ଜଣ ଛାତ୍ର । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡ଼ି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ମଙ୍ଗଳବାର ଦୋଳ ପୂର୍ଣ୍ଣିମା ଥିବାରୁ ସ୍କୁଲ୍ ଛୁଟି ରହିଥିଲା ।
ବିଦ୍ୟାଳୟର ୪୦ ଶଯ୍ୟା ବିଶିଷ୍ଟ ହଷ୍ଟେଲରେ ରହୁଥିବା ୧୦ ଜଣ ଛାତ୍ର ପାଚେରୀ ଡେଇଁ ଜଙ୍ଗଲକୁ ପଳାଇଥିଲେ । ବିଳମ୍ବିତ ରାତିରେ ନିକଟସ୍ଥ ଜଙ୍ଗଲରୁ ୯ ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଛାତ୍ରଙ୍କ ଖବର ମିଳି ନଥିଲା । ବୁଧବାର ସକାଳୁ ଘଞ୍ଚ ଜଙ୍ଗଲ ଭିତରୁ ନିଖୋଜ ଦ୍ଵିତୀୟ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି ।
ଏଥିସହ ପଢ଼ନ୍ତୁ: ହୋଲିରେ ଅଘଟଣ; ରଙ୍ଗ ଖେଳି ସାଙ୍ଗମାନଙ୍କ ସହ ମହାନଦୀରେ ଗାଧୋଇବା ବେଳେ ଜଣେ ମୃତ
ଘଞ୍ଚ ଜଙ୍ଗଲ ଭିତରେ ଗ୍ରହଣ ରାତିରେ ଛାତ୍ର ଜଣଙ୍କ ଏକାକୀ ରାତି ବିତାଇଛନ୍ତି । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗକୁ ପରୀକ୍ଷା ରହିଥିବା ବେଳେ ପିଲା ସ୍କୁଲ୍ ହଷ୍ଟେଲ ଛାଡ଼ି କିଭଳି ଖସିବାରେ ସକ୍ଷମ ହେଲେ ତାକୁ ନେଇ ଅଭିଭାବକ ପ୍ରଶ୍ନ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହଷ୍ଟେଲରୁ ଖସି ପଳାଇଥିବା ୯ ଜଣ ଛାତ୍ରଙ୍କୁ ବିଳମ୍ବିତ ରାତିରେ ଘଞ୍ଚ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ରାତି ୧୨ଟା ପର୍ଯ୍ୟନ୍ତ ନିଖୋଜ ଦ୍ଵିତୀୟ ଛାତ୍ରଙ୍କୁ ଅଭିଭାବକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ରାତି ୧୨ଟା ପର୍ଯ୍ୟନ୍ତ ଖୋଜାଖୋଜି କରି ନିରାଶ ହୋଇଥିଲେ ।
ଏଥିସହ ପଢ଼ନ୍ତୁ: ଯୁଦ୍ଧ ପାଇଁ ସେୟାର ବଜାର କ୍ରାସ, ନିବେଶକ ହରାଇଲେ ୯ ଲକ୍ଷ କୋଟି ଟଙ୍କା
ପୁଣି ଭୋର ସମୟରୁ ଖୋଜାଖୋଜି କରାଯିବା ବେଳେ ଜଙ୍ଗଲର ଏକ ବୁଦାରେ ଦ୍ୱିତୀୟ ଶ୍ରେଣୀର ଛାତ୍ର ଜଣଙ୍କ ଶୋଇଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ଉଦ୍ଧାର କରାଯାଇ ହଷ୍ଟେଲକୁ ନିଆ ଯାଇଛି । ପ୍ରଧାନଶିକ୍ଷକ କିଲିଙ୍ଗା ପ୍ରଧାନ ଏକଥାକୁ ସ୍ଵୀକାର କରିଛନ୍ତି ।
ପ୍ରଧାନଶିକ୍ଷକ କିଲିଙ୍ଗା ପ୍ରଧାନ କହିଛନ୍ତି, "୨ ଦିନ ସ୍କୁଲ୍ ଛୁଟି ଅଛି, ବିଦ୍ୟାଳୟ ପାଚେରୀର ଉଚ୍ଚତା କମ୍ ଥିବାରୁ ଗଛ ଉପରେ ଚଢ଼ି ଛାତ୍ରମାନେ ହଷ୍ଟେଲରୁ ବାହାରକୁ ପଳାଇଥିଲେ ।" ହଷ୍ଟେଲରୁ ଛାତ୍ର ନିଖୋଜ ଖବର ପାଇ ଅନେକ ଅଭିଭାବକ ମାନେ ପହଞ୍ଚି ପିଲାଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲେ । ଏଥିସହ ସ୍କୁଲ୍ରେ ସୁଉଚ୍ଚ ପାଚେରୀ ନିର୍ମାଣ କରିବା ଗଛ ଗୁଡ଼ିକୁ କାଟିବାକୁ ଦାବି କରିଛନ୍ତି ଅଭିଭାବକ ।

Related Topics
Explore more stories