Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କନ୍ଧମାଳ ବିଜେପି ପକ୍ଷରୁ ବାଲିଗୁଡ଼ା ବ୍ଲକ ଘେରାଉ

Odisha

କନ୍ଧମାଳ ବିଜେପି ପକ୍ଷରୁ ବାଲିଗୁଡ଼ା ବ୍ଲକ ଘେରାଉ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
କନ୍ଧମାଳ ବିଜେପି ପକ୍ଷରୁ ବାଲିଗୁଡ଼ା ବ୍ଲକ ଘେରାଉ

ଅର୍ଗସ ବ୍ୟୁରୋ : ଦିନ କୁ ଦିନ ବଢ଼ିବାରେ ଲାଗିଛି  ବାଲିଗୁଡା ଜନ ଆକ୍ରୋଶ । ଏ ଜନ ଆକ୍ରୋଶ ଆଜି ଆନ୍ଦୋଳନର ରୂପ ନେଇଛି। ରାଜରାସ୍ତାକୁ ଓଲ୍ହାଇଛି କନ୍ଧମାଳ ବିଜେପି। କନ୍ଧମାଳ ବିଜେପି ପକ୍ଷରୁ ବାଲିଗୁଡ଼ା ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶହ ଶହ ବିଜେପି ନେତା ଓ କର୍ମୀ କନ୍ଧମାଳ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ ଏକ ବିଶାଳ ରାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ  ଆସି ବାଲିଗୁଡ଼ା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୁର୍ନୀତି, ପିସି କାରବାର, ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ଗର୍ଜିଛି କନ୍ଧମାଳ ବିଜେପି। ବର୍ତ୍ତମାନ ବାଲିଗୁଡ଼ା ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଛି। 

ଏହି ଘେରାଉ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିରୁ ହଜାର ହଜାର କାର୍ଯ୍ୟକର୍ତ୍ତା ଅନେକ ଅଭିଯୋଗ ନେଇ ଆସିଥିଲେ ବ୍ଲକରେ ବିଡ଼ିଓଙ୍କୁ ଦାବିପତ୍ର ଦେବାପାଇଁ। କିନ୍ତୁ ବାଲିଗୁଡ଼ା ବିଡ଼ିଓ ଜାଣି ଶୁଣି ଅନୁପସ୍ଥିତ ରହିଥିଲେ। ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀ ଆବାସ ,ବାର୍ଦ୍ଧକ୍ୟ ଭତ୍ତା , ବିଧବା ଭତ୍ତା ଇତ୍ୟାଦି ୩-୪ ମାସ ହେଲାଣି ପାଇନାହାନ୍ତି। କିନ୍ତୁ ଏଠାରେ ଗରିବ ଲୋକଙ୍କ ଦୁଃଖ ବୁଝିବା ପାଇଁ କାହା ପାଖେ ବି ସମୟ ନାହିଁ।

ଏଠାରେ ସାଧାରଣ ଜନତାଙ୍କୁ ନ୍ୟାୟ ମିଳୁନି। କୌଣସି ଅଭିଯୋଗ କଲେ କେହି ବି ଶୁଣୁନାହାନ୍ତି। ତହସିଲ ଅଫିସ୍ ହେଉ , ବ୍ଲକ ହେଉ କି ପୋଲିସ ଡିପାର୍ଟମେଣ୍ଟ ହେଉ ବିନା ପଇସାରେ ଏଠି କୌଣସି କାମ ହେଉନାହିଁ। ବିଜୁଜନତା ଦଳ ସରକାର ସମୟରେ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ବର୍ତ୍ତମାନ ଗଣତନ୍ତ୍ରର ଶାସନ ଚାଲିଥିଲେ ମଧ୍ୟ ଏଠାରେ ଜନତା ଅବହେଳିତ। ଏଠାରେ ପ୍ରତିଟି ଅଞ୍ଚଳ ସମସ୍ୟାରେ ପରିପୂର୍ଣ୍ଣ। ମୌଳିକ ସୁବିଧାରୁ ବଞ୍ଚିତ ଏହି ବ୍ଲକର ପ୍ରତିଟି ଅଞ୍ଚଳ। ଏଠି ପାନୀୟ ଜଳର ସମସ୍ୟା , ଆବାସ ଯୋଜନାରେ ଦୁର୍ନୀତି , ରାସ୍ତାଘାଟର ଅସୁବିଧା, ଇତ୍ୟାଦି ରହିଛି । କିନ୍ତୁ ଲୋକଙ୍କ ଗୁହାରି ଶୁଣିବାକୁ ଏଠାରେ କେହି ବି ନାହାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର...

Raja Festival
Sponsored
Kandhamal is contesting Baliguda block from BJP | Argus News