Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର

Jitendra Dash
Browse all articles by Jitendra Dash
·2 years ago
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର

ଅର୍ଗସ ବ୍ୟୁରୋ : ଭାରସାମ୍ୟ ହରାଇ ମାଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର । ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥରେ ଗଦ୍ରିଙ୍ଗିଆ ଘାଟି ନିକଟ ରେ ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ  ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ହେଲ୍ପର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଦୁର୍ଘଟଣାଗ୍ରସ୍ତ ଟ୍ରକଟି କନ୍ଧମାଳ ଜିଲ୍ଲା ସାରଙ୍ଗଡ ଠାରୁ ୩୦ ଟନ୍ ଭାଲିଆ ମଞ୍ଜି ଲୋଡ କରି ମହାରାଷ୍ଟ୍ରର ମାଲଗାଓଁ ଯାଉଥିଲା । ତେବେ ଗଦ୍ରିଙ୍ଗିଆ ଘାଟିରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଟ୍ରକଟି ଓଲଟି ପଡ଼ିଥିଲା । ତେବେ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kandhamal road accident | Argus News