କଟକିଆସାହିରେ ବ୍ୟାପୁଛି ଝାଡ଼ାବାନ୍ତି, ଲୋକଙ୍କ ମଧ୍ୟରେ ଆତଙ୍କ

ଅର୍ଗସ ବ୍ୟୁରୋ : ଆଠଗଡ଼ କଟକିଆସାହି ପଞ୍ଚାୟତ ପାଟେଣୀଗାଁରେ ଝାଡ଼ାବାନ୍ତି ଆତଙ୍କ । ଗୋଟିଏ ଗାଁରେ ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ । ଦୂଷିତ ପାନୀୟଜଳ ପିଇ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ । ଦୀର୍ଘ ୨୪ ବର୍ଷ ସ୍ଥିର ସରକାର ସହିତ ଆଠଗଡରେ ୩୪ ବର୍ଷ ଲଗାତାର ଶାସନ କରୁଥିବା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପୁରୁଷାର୍ଥ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କଟକିଆସାହି ପଞ୍ଚାୟତର ପାଟେଣୀଗାଁ ଗ୍ରାମରେ ସରକାରଙ୍କ ବସୁଧା ଯୋଜନା କି ସ୍ବଜଳଧାରା ଯୋଜନା ସବୁ ଅପହଞ୍ଚ ହୋଇପଡିଛି । ଏହି ଗ୍ରାମଦେଇ ମହାନଦୀ ବୋହି ଯାଇଥିବା ବେଳେ ଲୋକେ ସୁଦ୍ଧ ପାନୀୟଜଳ ମୁନ୍ଦେ ପାଇବା ପାଇଁ ଡହଳବିକଳ ହେଉଛନ୍ତି । ତେବେ ପାଟେଣୀଗାଁର ଏହି ଗୋଟିଏ ପରିବାରରେ ୯୦ ରୁ ଉର୍ଦ୍ଧ ଲୋକ ରହୁଥିବା ବେଳେ ପାଣିପାଇ ହନ୍ତସନ୍ତ ହେଉଛନ୍ତି । ଗାଁରେ ଥିବା ଏକମାତ୍ର କୂଅରୁ ପାଣି ପିଇଥାନ୍ତି ।ସେହି ପାଣି ପିଇ ପରିବାରର ଏବେ ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।