|
logo
Live
Argus News App
GET APP

Argus News - ସ୍ମୃତି ମନ୍ଧାନାଙ୍କ ବିବାହ ସ୍ଥଗିତ ପରେ ଜେମିମା ରୋଡ୍ରିଗ୍ସ ନେଲେ ବଡ଼ ନିଷ୍ପତ୍ତି

Sports

Jemimah Rodrigues / ସ୍ମୃତି ମନ୍ଧାନାଙ୍କ ବିବାହ ସ୍ଥଗିତ ପରେ ଜେମିମା ରୋଡ୍ରିଗ୍ସ ନେଲେ ବଡ଼ ନିଷ୍ପତ୍ତି

Sushanta Sahoo
Browse all articles by Sushanta Sahoo
·4 months ago·2 min read
ସ୍ମୃତି ମନ୍ଧାନାଙ୍କ ବିବାହ ସ୍ଥଗିତ ପରେ ଜେମିମା ରୋଡ୍ରିଗ୍ସ ନେଲେ ବଡ଼ ନିଷ୍ପତ୍ତି

Key Points

ଜେମିମାଙ୍କ ଏହି ନିଷ୍ପତ୍ତି ପଛରେ- ଜଣେ ଖେଳାଳି ନୁହେଁ ବରଂ ରହିଛି ଏକ ମଣିଷର ସମ୍ବେଦନା । ସାଥି ଖେଳାଳି ସ୍ମୃତି ମନ୍ଧାନାଙ୍କ ପରିବାରର ସଂକଟ ଘଡ଼ିରେ ସାଥ୍ ଦେଇଛନ୍ତି ଜେମିମା ।
ମୁମ୍ବାଇ: ମୈଦାନରେ ତାଙ୍କ ହସ ଶକ୍ତି ଦିଏ, ସେ ସାଥିରେ ଥିଲେ ଅସହାୟତା ବାଟ କାଟି ଚାଲିଯାଏ । ଭାରତୀୟ ମହିଳା ଦଳର ଷ୍ଟାର୍ କ୍ରିକେଟର ଜେମିମା ରୋଡ୍ରିଗ୍ସ । ସେ ଏବେ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି, ଯାହା ପୁଣି ଥରେ ତାଙ୍କୁ ଚର୍ଚ୍ଚାକୁ ଆଣିଛି ।

ଜେମିମାଙ୍କ ଏହି ନିଷ୍ପତ୍ତି ପଛରେ- ଜଣେ ଖେଳାଳି ନୁହେଁ ବରଂ ରହିଛି ଏକ ମଣିଷର ସମ୍ବେଦନା । ସାଥି ଖେଳାଳି ସ୍ମୃତି ମନ୍ଧାନାଙ୍କ ପରିବାରର ସଂକଟ ଘଡ଼ିରେ ସାଥ୍ ଦେଇଛନ୍ତି ଜେମିମା । କ୍ରିକେଟକୁ ନେଇ ବଡ଼ ସ୍ଵପ୍ନ ଦେଖିଥିବା ଜେମିମା ବନ୍ଧୁତ୍ଵକୁ ଗୁରୁତ୍ଵ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ଶୂନରୁ ଆରମ୍ଭ ୧୦୦ରେ ଶେଷ, ଫର୍ମ ନଥିଲା...ଲଢ଼େଇ କରି ଜିତିଲେ ଜେମିମା ରୋଡ୍ରିଗ୍ସ

ଆଉ ଏହି ବନ୍ଧୁତ୍ଵ ପାଇଁ WBBL (Women's Big Bash League) ଅଧାରୁ ଭାରତ ଆସିଥିବା ଜେମିମା ଏବେ ଅଷ୍ଟ୍ରେଲିଆ ଫେରିବେ ନାହିଁ । ଭାରତରେ ରହି ବନ୍ଧୁତ୍ଵର କର୍ତ୍ତବ୍ୟ ନିଭାଇବକୁ ନିଷ୍ପତ୍ତି ନେଇଛନ୍ତି । ଜେମିମାଙ୍କ ଏହି ନିଷ୍ପତ୍ତି ଦର୍ଶାଉଛି- "କେବେ କେବେ ଖେଳଠୁ ଅଧିକ ଜରୁରି ହୋଇପଡ଼େ ମଣିଷ ପଣିଆ ।"

ଜେମିମା ରୋଡ୍ରିଗ୍ସ ଖେଳୁଥିବା ଦେଳ ବ୍ରିସବେନ୍ ହିଟ୍ ପକ୍ଷରୁ କୁହାଯାଇଛି, "ଭାରତୀୟ ଷ୍ଟାର କ୍ରିକେଟର ଜେମିମା ଏବେ WBBLର ଚଳିତ ସଂସ୍କରଣକୁ ଫେରିବେ ନାହିଁ । ସେ ଭାରତରେ ରହିବା ଲାଗି ଦଳକୁ ଅନୁମତି ମାଗିଥିଲେ । ଯାହାକୁ ସ୍ଵୀକାର କରି ନେଇଛି ଫ୍ରାଞ୍ଚାଇଜ୍ ।" ଆଉ ଏହି ନିଷ୍ପତ୍ତି ତାଙ୍କ ଘନିଷ୍ଠ ତଥା ସାଥି ଖେଳାଳି ସ୍ମୃତି ମନ୍ଧାନାଙ୍କ ବିବାହ ସ୍ଥଗିତ ପରେ ନେଇଛନ୍ତି ଜେମିମା । ଯାହାକୁ ନେଇ ଏବେ ସବୁଠୁ ସେଇ ସୁନା ଝିଅର ଚର୍ଚ୍ଚା ।

ଏଥିସହ ପଢ଼ନ୍ତୁ: ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ ପଲାଶ ମୁଚ୍ଛାଲ ? ଭାଇରାଲ ହେଉଛି ସ୍କ୍ରିନ୍‌ସଟ୍‌...

ହୋବାର୍ଟ ହେରିକେନ୍ସ ସହ ମ୍ୟାଚ୍‌ ପରେ ତୁରନ୍ତ ଭାରତ ଫେରିଥିଲେ ଜେମିମା । ସାଥି ଖେଳାଳି ସ୍ମୃତି ମନ୍ଧାନାଙ୍କ ବିବାହରେ ସାମିଲ ହେବାକୁ ଆସିଥିଲେ । କିନ୍ତୁ ବିବାହ ଉତ୍ସବ ସମୟରେ ହଠାତ୍ ମନ୍ଧାନାଙ୍କ ବାପା ଅସୁସ୍ଥ ହୋଇ ପଡ଼ିବାରୁ ବାହାଘର ସ୍ଥଗିତ ହୋଇଥିଲା । ଏହାପରେ ଜେମିମା ଭାରତରେ ରହି ମନ୍ଧାନାଙ୍କ ପରିବାରର ସାଥ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଜେମିମାଙ୍କ ନିଷ୍ପତ୍ତିକୁ ନେଇ ତାଙ୍କ ଫ୍ରାଞ୍ଚାଇଜ୍ ବ୍ରିସବେନ୍ ହିଟ୍ କହିଛି, "ଆମେ ଜେମିମାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ ଏବଂ ତାଙ୍କର ପ୍ରାଥମିକତା ସାଥି ଖେଳାଳି ।" ବ୍ରିସବେନ୍ ହିଟ୍‌ର CEO ଟେରି କହିଛନ୍ତି, "ଜେମିମାଙ୍କ ପାଇଁ ଏବେର ସମୟ ଆହ୍ଵାନପୂର୍ଣ୍ଣ । ଯଦିଓ ସେ ଆଗକୁ WBBLର ଅଂଶ ହୋଇପାରିବେ ନାହିଁ, ତଥାପି ସେ ଭାରତରେ ରହିବା ନିଷ୍ପତ୍ତିକୁ ଆମେ ସମର୍ଥନ କରୁଛୁ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Jemimah Rodrigues: ସ୍ମୃତି ମନ୍ଧାନାଙ୍କ ବିବାହ ସ୍ଥଗିତ ପରେ ଜେମିମା ରୋଡ୍ରିଗ୍ସ ନେଲେ ବଡ଼ ନିଷ୍ପତ୍ତି | Argus News