ରାଜନୈତିକ ଉଦ୍ଦେଶ୍ୟରୁ ଫେରିଗଲା ଅର୍ପଣ ରଥ
·2 years ago·1 min read

ଅର୍ଗସ ବ୍ୟୁରୋ : ଅଧା ରାସ୍ତାରୁ ଫେରିଲା ଅର୍ପଣ ରଥ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ । ଦିହୁଡିପୁର ପଞ୍ଚାୟତରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଅର୍ପଣ ରଥ ଫେରିଗଲା ଅଧା ବାଟରୁ । ରାଜନୈତିକ ଉଦ୍ଦେଶ୍ୟରୁ ଫେରିଗଲା ରଥ । ଦିହୁରିପୁର ପଞ୍ଚାୟତର ସରପଞ୍ଚ ଜଣେ ଦଳିତ ଓ କଂଗ୍ରେସ ସରପଞ୍ଚ ହୋଇଥିବାରୁ ବିଜେଡିର ଜିଲ୍ଲା ପରିଷଦ ହୀନ ଚକ୍ରାନ୍ତ କଲେ ବୋଲି ଅଭିଯୋଗ କଲେ ସରପଞ୍ଚ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗତକାଲି ପଞ୍ଚାୟତର କିଛି ଗାଁରେ ସୁରୁଖୁରୁରେ ବୁଲିଥିଲା ରଥ । ମାତ୍ର ଅଜି ରଥକୁ ପଞ୍ଚାୟତ ଅଫିସରୁ ବାହାର ନକରି ମହାକାଳପଡ଼ା ବ୍ଲକର ଆରମ୍ଭ ପଟରୁ ହୋଇଥିଲା ଆରମ୍ଭ । ଯାହାକୁ ଗ୍ରାମବାସୀ ମାନେ ବିରୋଧ କରିଥିଲେ । ପଞ୍ଚାୟତ ଅଧିକାରୀ ବିଡ଼ିଓଙ୍କ ପରାମର୍ଶରେ ରଥକୁ ଫେରାଇ ନେଇଥିଲେ । ଫଳରେ ଦିହୁଡୁପୁର ଓ ଖଦାଲସାହି ଦୁଇଟି ଗାଁକୁ ରଥ ଯାଇପାରିନଥିଲା । ଗାଁର ଶ୍ରଦ୍ଧାଳୁ ମାନେ ପ୍ରସ୍ତୁତ ହୋଇ ମଧ୍ୟ ଦୁଃଖରେ ଫେରି ଯାଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: