Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମଦାନୀ ନେତାଙ୍କୁ ଭରସା କଲେ ବିଜେଡି ସୁପ୍ରିମୋ

Odisha

ଆମଦାନୀ ନେତାଙ୍କୁ ଭରସା କଲେ ବିଜେଡି ସୁପ୍ରିମୋ

Jitendra Dash
Browse all articles by Jitendra Dash
·2 years ago·2 min read
ଆମଦାନୀ ନେତାଙ୍କୁ ଭରସା କଲେ ବିଜେଡି ସୁପ୍ରିମୋ

ଅର୍ଗସ ବ୍ୟୁରୋ : ଯାହା ଚର୍ଚ୍ଚା ହେଉଥିଲା, ଏବେ ତାହା ହିଁ ହେଲା । ଅର୍ଥାତ୍‌...ବିଜେଡି କେନ୍ଦ୍ରାପଡା ଲାଗି ପ୍ରାର୍ଥୀ ଘୋଷଣା କରିଛି । ହେଲେ ଆମଦାନୀ ନେତାଙ୍କୁ ଦଳ କାହିଁକି ପ୍ରାର୍ଥୀ କଲା ତାହାକୁ ନେଇ କେଁ ଦେଖାଯାଇଛି । ଖାଲି କେଁ ଦେଖାଯାଇଛି ତାହା ନୁହେଁ ବରଂ ଅସନ୍ତୋଷ ବି ବଢିଛି ।

ଗଣେଶ୍ଵର ବିଜେଡିରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ା ନିର୍ବଚନମଣ୍ଡଳିରେ କେଁ ଦେଖାଯାଇଥିଲା । କୋଉଠି ଗଣେଶ୍ୱର ଗୋ ବ୍ୟାକର ନାରା ସୁଭୁଥିଲା ତ ଆଉ କୋଉଠି ଗଣେଶ୍ୱରଙ୍କ କୁଶପୁତଳିକା ଦାହ କରାଯାଉଥିଲା । କିନ୍ତୁ ଏବେ ସବୁ, ବାଦ ବିବାଦ ଓ ପ୍ରତିବାଦରେ ଘିଅ ଢାଳିଛନ୍ତି ବିଜେଡ଼ି ସୁପ୍ରିମୋ । 

କେନ୍ଦ୍ରାପଡାରେ ବିଜେ଼ଡି ଦଳ ଶଶୀଭୂଷଣ ବେହେରାଙ୍କ ଟିକେଟ କାଟି ଦଳ ଗଣେଶ୍ୱର ବେହେରାଙ୍କୁ ଭରସା କରିଛି । ପୂର୍ବରୁ ଗଣେଶ୍ୱର ବେହେରା କଂଗ୍ରେସରେ ଥିବା ବେଳେ ନିକଟରେ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଆଉ ବିଜେଡି ତାଙ୍କୁ ଏବେ କେନ୍ଦ୍ରାପଡା ଟିକେଟ ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ରାପଡା ଆସନରୁ ୨୦୦୯ ମସିହାରୁ ବିଜେଡି ବିଜୟୀ ହୋଇ ଆସୁଛି । ସେହିପରି କଂଗ୍ରେସରୁ ବି ଗଣେଶ୍ୱର ବେହେରା ୨୦୦୯ରୁ ଲଗାତାର ପ୍ରାର୍ଥୀ ହୋଇ ଆସୁଥିଲେ । ହେଲେ ଏଥର ସେ ବିଜେଡିରୁ ଟିକେଟ ପାଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ସେଥିଲାଗି ତ ଏପ୍ରିଲ ୧୮ ତାରଖରେ ବିଜେଡ଼ି ଉରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିଲେ ପୁରୁଖା ନେତ୍ରୀ ସିପ୍ରା ମଲ୍ଲିକ । କହିଥିଲେ ବିଜେଡ଼ି ଦଳ ଏବେ ଆମଦାନୀ ନେତାଙ୍କୁ ଭରଷା କରୁଛି । ସେଥିଲାଗି ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦୋଇଛି । କଂଗ୍ରେସ ଭବନକୁ ଆସି ବିଧିବଦ୍ଧ ଭାବେ ଯୋଗ ଦେବା ସହ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ ମଧ୍ୟ କରିଛନ୍ତି ।ଦେଖିବାକୁ ବାକି ରହିଲା କେନ୍ଦ୍ରାପଡ଼ା ରାଜନୀତି ପାଣି ପାଗ କୁଆଡ଼େ ଯାଉଛି । ପୁରୁଣା ନେତା ଓ କର୍ମୀ ମାନଙ୍କୁ ଅସନ୍ତୁଷ୍ଟ କରି ବିଜେଡ଼ି ସେଠି ଜିତି ପାରିବ ତ ।    

Education Next Season 5
Sponsored
kendrapara bjd tension | Argus News