Crocodile Attack / ଘର ଲିପିବାକୁ ମାଟି ଆଣିବାକୁ ଯାଇଥିଲେ; କୁମ୍ଭୀର ନେଇଗଲା ଜୀବନ
·3 hours ago·2 min read

Key Points
ନଦୀ କୂଳରେ ମହିଳା ଜଣଙ୍କ ମାଟି ଖୋଳୁଥିବା ବେଳେ କୁମ୍ଭୀର ପଛ ପାର୍ଶ୍ଵରୁ ଆକ୍ରମଣର କରି ଟାଣି ନେଇଥିଲା । ମହିଳାଙ୍କ ଚିତ୍କାର ଶୁଣି ଡଙ୍ଗାରେ ନଦୀରୁ ମାଛ ଧରିଥିବା ମତ୍ସ୍ୟଜୀବୀ ନିକଟକୁ ଯାଇଥିଲେ । ମହିଳାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି କୂଳକୁ ଆଣିଥିଲେ ।
କେନ୍ଦ୍ରାପଡ଼ା/ମହାକାଳପଡ଼ା: ନଦୀ କୂଳକୁ ଯାଇଥିଲେ ମାଟି ଆଣିବାକୁ । ମାଟି ଆଣିଥିଲେ ଘର ଲିପା ହୋଇଥାନ୍ତା । ହେଲେ ମାଟି ଆଣିବାକୁ ଯାଇ ଆଉ ଘରକୁ ଫେରିଲେନି ହେମବାଳା । ଯାହାପରେ ଘର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ସ୍ଥାନୀୟ ମତ୍ସ୍ୟଜୀବୀ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ ।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଖରିନାସୀରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଖରିନାସି ଗାଁର ହେମବାଳା ଦାସ । ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ହେମବାଳା ଘର ଲିପିବାକୁ ମାଟି ଆଣିବା ପାଇଁ ନିକଟସ୍ଥ ଖରିନାସୀ-ରାମନଗର ନଦୀକୁ ଯାଇଥିଲେ ।
ଏଥିସହ ପଢ଼ନ୍ତୁ: ନନ୍ଦନକାନନର ଖୁଆଡ଼କୁ ଆସିବେ ୫ ଓରାଙ୍ଗଉଟାନ; ପର୍ଯ୍ୟଟକଙ୍କ ପାଇଁ କ'ଣ ରହିବ କଟକଣା ?
ନଦୀ କୂଳରେ ମହିଳା ଜଣଙ୍କ ମାଟି ଖୋଳୁଥିବା ବେଳେ କୁମ୍ଭୀର ପଛ ପାର୍ଶ୍ଵରୁ ଆକ୍ରମଣର କରି ଟାଣି ନେଇଥିଲା । ପରିବାର ଲୋକେ ହେମବାଳା ନ ଫେରିବାରୁ ଖୋଜାଖୋଜି କରିଥିଲେ । ସେପଟେ ମହିଳାଙ୍କ ଚିତ୍କାର ଶୁଣି ଡଙ୍ଗାରେ ନଦୀରୁ ମାଛ ଧରିଥିବା ମତ୍ସ୍ୟଜୀବୀ ନିକଟକୁ ଯାଇଥିଲେ । ମହିଳାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି କୂଳକୁ ଆଣିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହିଳାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ମହିଳା ଜଣକଙ୍କର ଗୋଡ଼ ହାତରେ ଗଭୀର କ୍ଷତ ଚିହ୍ନ ରହିଥିବା ବେଳେ ପାଣିରେ ଅଧିକ ସମୟ କୁମ୍ଭୀର ବୁଡ଼ାଇ ରଖିଥିବାରୁ ହେମବାଳାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ନୂଆଁଖାଇ ଭଳି ଦିନରେ ଘରେ ଶୋକର ଛାୟା ଖେଳି ଯାଇଛି ।
ଖରସ୍ରୋତାରେ କୁମ୍ଭୀର
ଏହା ପୂର୍ବରୁ ଅଗଷ୍ଟ ଶେଷ ସପ୍ତାହରେ ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଥିଲା । ଖରସ୍ରୋତା ପାର ହେବା ଲାଗି ଡଙ୍ଗା ନିକଟକୁ ଯାଉଥିବା ବେଳେ ଗଙ୍ଗାଧର ପ୍ରସାଦ ଡିଆ ଗାଁର ବୃଦ୍ଧ ପାରେଶ୍ଵର ବେହରାଙ୍କୁ ଟାଣି ନେଇଥିଲା କୁମ୍ଭୀର ।
କୁମ୍ଭୀର ନଦୀ ଗର୍ଭକୁ ଟାଣିନେବାର ଦୁଇ ଦିନ ପରେ ପାରେଶ୍ଵରଙ୍କ ମୃତଦେହ ମିଳିଥିଲା । କାଟଣା ବଣିଆ ପଞ୍ଚାୟତର ବଣିଆ ଗାଁ ନିକଟରୁ ଗଳିତ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ଓ ଗାଁ ଲୋକେ । ଯାହାପରେ ଶବ ବ୍ୟବଚ୍ଛେଦ ଲାଗି ପଠା ଯାଇଥିଲା ।
ଏଥିସହ ପଢ଼ନ୍ତୁ: ରକ୍ତରେ ଭିଜିଲା ନାଟକ ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ
୭ ମାସରେ କୁମ୍ଭୀର ନେଲାଣି ୬ ଜୀବନ

କେନ୍ଦ୍ରାପଡ଼ା ଜିଲ୍ଲାରେ ବିଗତ ୭ ମାସ ମଧ୍ୟରେ କୁମ୍ଭୀର ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ବିଗତ ୭ ବର୍ଷ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ପ୍ରାୟ ୩୫ ଜଣ ପ୍ରାଣ ହରାଇଛନ୍ତି । ଜିଲ୍ଲାର ରାଜନଗର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ଆଳି, କନିକା ମାର୍ଶାଘାଇ ଭଳି ବିଭିନ୍ନ ଅଞ୍ଚଳରେ ଅନେକ ସମୟରେ ଲୋକଙ୍କୁ କୁମ୍ଭୀର ଆକ୍ରମଣ କରୁଛି ।
Related Topics
Explore more stories