Orangutan / ନନ୍ଦନକାନନର ଖୁଆଡ଼କୁ ଆସିବେ ୫ ଓରାଙ୍ଗଉଟାନ; ପର୍ଯ୍ୟଟକଙ୍କ ପାଇଁ କ'ଣ ରହିବ କଟକଣା ?
·1 hour ago·2 min read

Key Points
କାଚ ଘରୁ ଓପନ ଏନକ୍ଲୋଜରକୁ ଯିବେ ୫ ଓରାଙ୍ଗଉଟାନ
ପରିବେଶ ସହ ଓରାଙ୍ଗଉଟାନଙ୍କୁ ଖାପ ଖୁଆଇବାକୁ ଯୋଜନା
ଖୁଆଡ଼ରେ ମଧ୍ୟ କ୍ଵାରେଣ୍ଟିନରେ ଓରାଙ୍ଗଓଟାନଙ୍କୁ ରଖାଯିବ
ଗଠିତ ବୈଷୟିକ କମିଟିର ଗ୍ରୀନ୍ ସିଗନାଲ ପରେ ନିଆଯିବ ପଦକ୍ଷେପ

ଭୁବନେଶ୍ଵର: ସୁସ୍ଥ ଅଛନ୍ତି ୫ଟି ଯାକ ଓରାଙ୍ଗଉଟାନ । ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି । ଆସ୍ଥେ ଆସ୍ଥେ ଓଡ଼ିଶାର ପାଣିପାଗ ସହ ଖାପ ଖୁଆଉଛନ୍ତି । ତେଣୁ ସେମାନଙ୍କୁ କାଚ ଘରୁ ଓପନ ଏନକ୍ଲୋଜରକୁ ଆଣିବାକୁ ଯୋଜନା କରାଯାଉଛି । ପରିବେଶ ସହ ଖାପ ଓରାଙ୍ଗଉଟାନଙ୍କୁ ଖୁଆଇବାକୁ ଏଭଳି ଯୋଜନା କରାଯାଉଛି ।
ଓରାଙ୍ଗଓଟାନଙ୍କ ପାଇଁ ଗଠିତ ବୈଷୟିକ କମିଟି ଗ୍ରୀନ୍ ସିଗନାଲ ଦେବା ପରେ ପଦକ୍ଷେପ ନିଆଯିବ । ତେବେ ଖୁଆଡ଼ ଭିତରେ ମଧ୍ୟ କ୍ଵାରେଣ୍ଟିନରେ ରହିବେ ଓରାଙ୍ଗଓଟାନ । ଖୁଆଡ଼ରେ ପର୍ଯ୍ୟଟକ ମାନଙ୍କ ପାଇଁ କଟକଣା ରହିବ । ଏବେ ୫ଟି ଯାକ ଓରାଙ୍ଗଓଟାନ ସୁସ୍ଥ ଅଛନ୍ତି । ସେମାନେ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁଥିବା ବେଳେ ସେମାନଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ।
ଏଥିସହ ପଢ଼ନ୍ତୁ: ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ, ଆଲର୍ଟରେ ରହିଛି ଡାକ୍ତରୀ ଟିମ୍
ସେପଟେ ଜ୍ଵରରେ ପଡ଼ିଥିବା ଗୋଟିଏ ଓରାଙ୍ଗଉଟାନ ସୁସ୍ଥା ହୋଇଛି । ଏବେ ସମସ୍ତ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ୪ ଜଣଙ୍କ ମଳ ନମୁନାରୁ କୃମି କମିଥିବା ଜଣାପଡ଼ିଛି । ପୂର୍ବ ତୁଳନାରେ ୫ ଶିଶୁ ଓରାଙ୍ଗଉଟାନଙ୍କ ଚଳପ୍ରଚଳରେ ମଧ୍ୟ ଉନ୍ନତି ଘଟିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୩ ଘଣ୍ଟାରେ ଥରେ ଦିଆଯାଉଛି ଖାଦ୍ୟ
ଗ୍ୟାସ୍ ସମସ୍ୟା ପରେ ବଦଳିଛି ଓରାଙ୍ଗଉଟାନ ଶାବକଙ୍କ ଖାଦ୍ୟ ରୁଟିନ୍ । ପୂର୍ବରୁ ପ୍ରତି ୨ ଘଣ୍ଟାରେ ଖାଦ୍ୟ ଦିଆଯାଉଥିବାବେଳେ ଏବେ ପ୍ରତି ୩ ଘଣ୍ଟାରେ ଦିଆଯାଉଛି । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କହିବା କଥା, ଡାଏଟ୍ ପରିବର୍ତ୍ତନ ଯୋଗୁଁ ଗ୍ୟାସ୍ ସମସ୍ୟା ହୋଇନାହିଁ । ସବୁଠୁ କୁନି ଶାବକଟିର ଜ୍ୱର ସାମାନ୍ୟ ଅଧିକ ଥିବାରୁ ଚିକିତ୍ସା କରାଯାଉଥିଲା । ଏବେ ଶାବକଟି ସୁସ୍ଥ ଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଡେପୁଟି ଡାଇରେକ୍ଟର ।
୫ ଜଣିଆ ବୈଷୟିକ କମିଟି
ଓରାଙ୍ଗଉଟାନ ଶାବକଙ୍କ ଚିକିତ୍ସା, ଖାଦ୍ୟ ଓ ଲାଳନପାଳନ ପାଇଁ ଗଠନ ହୋଇଛି ୫ ଜଣିଆ ବୈଷୟିକ କମିଟି । ନନ୍ଦନକାନନ ନିର୍ଦ୍ଦେଶକଙ୍କ ଆବାହକତ୍ୱରେ ଗଠିତ ଏହି କମିଟିରେ ରହିଛନ୍ତି ମହୀଶୂର ଚିଡ଼ିଆଖାନା, ୱାଇଲ୍ଡଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, OUAT ଏବଂ ଦିଲ୍ଲୀ ନ୍ୟାସନାଲ୍ ଜୁଲୋଜିକାଲ୍ ପାର୍କର ବିଶେଷଜ୍ଞ । ଆସନ୍ତା ୬ ମାସ ଧରି ପ୍ରତ୍ୟେକ ଶାବକର ସ୍ୱାସ୍ଥ୍ୟ, ଖାଦ୍ୟ ଓ ଲାଳନପାଳନ ଉପରେ ରହିବ ଏହି ଟିମ୍ର ନଜର ।
ଏଥିସହ ପଢ଼ନ୍ତୁ: କୁଡ଼ିଆ ଘରୁ ଡାକ୍ତରୀ ପାଠ ପଢ଼ିବେ ପାଞ୍ଚ ଜଣ ଭାଇଭଉଣୀ; NEETରେ ମିଳିଲା ସଫଳତା
ଏବେ ଶୀତତାପ ନିୟନ୍ତ୍ରିତ କୋଠରୀରେ ୫ ଓରାଙ୍ଗଉଟାନ ଶାବକ କ୍ଵାରେଣ୍ଟିନରେ ଅଛନ୍ତି । ଥର୍ମାଲ୍ କ୍ୟାମେରା ମାଧ୍ୟମରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ସେମାନଙ୍କୁ ଅଫ୍ଲୋକ୍ସାସିନ୍/ମେଟ୍ରୋନିଡାଜୋଲ୍ ଓରାଲ୍ ସିରପ୍ ଦେବା ଜାରି ରହିଛି ।

Related Topics
Explore more stories