Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ

Jitendra Dash
Browse all articles by Jitendra Dash
·2 years ago
ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ

ଅର୍ଗସ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ବରାଡିଆ ଲଞ୍ଚ ଘାଟ ନିର୍ମାଣସ୍ଥଳରେ ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ । ଫାଟିଲା ଗ୍ୟାସ ଟାଙ୍କି । ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ । ଅଳ୍ପକେ ବର୍ତ୍ତିଲେ ୩୦ ଶ୍ରମିକ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତକାଲି ରାତ୍ରି ସମୟରେ ବରାଡିଆ ପଞ୍ଚାୟତ ବରାଡିଆ ଗ୍ରାମ ସ୍ଥିତ ବୈତରଣୀ ନଦୀକୂଳଠାରେ ନିର୍ମାଣଧିନ ଲଞ୍ଚଘାଟ ଜେଟୀରେ କାମ କରୁଥିବା ଶ୍ରମିକ ମାନେ ରହୁଥିବା ଏକ ଛଣ ଛପର ଟେଣ୍ଟରେ, ରନ୍ଧନ ଗ୍ୟାସ୍ ଟାଙ୍କି ଓ ଅକ୍ସିଜେନ ଟାଙ୍କି ଫାଟି ଭୟାନକ ବିସ୍ଫୋରଣ ଘଟିଥିଲା  । ଏହି ବିସ୍ଫୋରଣରେ ପୁରା ବରlଡ଼ିଆ ଅଞ୍ଚଳ ଥରି ଉଠିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kendrapara gas cylinder fire | Argus News