ପ୍ରେମ ସପ୍ତାହରେ ନିଆରା ପ୍ରେମ କାହାଣୀ

ଅର୍ଗସ ବ୍ୟୁରୋ : ପ୍ରେମ ସତ୍ୟ, ପ୍ରେମ ଶାଶ୍ୱତ, ପ୍ରେମ ହିଁ ଚିରନ୍ତନ । ପ୍ରେମ ଦେଖେନି ଜାତି, ଧର୍ମ, ଆଉ ବର୍ଣ୍ଣ । ନା ଭଲପାଇବା ପାଇଁ କୌଣସି ଗୋଟେ ନାମିଦାମୀ ଚେହେରା ଆବଶ୍ୟକ ପଡ଼େନି, କାହିଁକି ନା ଏ ରୂପ, ଏ ଚେହେରା ବି ଦିନେ ଫିକା ପଡ଼ିଯିବ । ଭଲପାଇବା ପାଇଁ ଗୋଟେ ସ୍ୱଚ୍ଛ ହୃଦୟ, ସ୍ୱଚ୍ଛ ମନ ହିଁ କାଫି, ଯେଉଁଠି କି ଏ ମନ କଥାକୁ କେବଳ ସେ ମନ ହିଁ ବୁଝିପାରୁଥିବ ।
ଏମିତି ଅନେକ କିଛି ଅସରନ୍ତି କଥା ବାହାରିପଡୁଥାଏ ସୁଜାତାଙ୍କ ମୁଁହରୁ । କେବଳ ସୁଜାତା ନୁହଁନ୍ତି, ଦିଲ୍ଲୀପ ବି ବଖାଣୁଥାନ୍ତି ନିଜ ପ୍ରେମ ବିଷୟରେ ଅନେକ କିଛି କଥା । ବୋଧ ହୁଏ ପ୍ରେମର ପରିଭାଷାକୁ ଠିକସେ ବୁଝିଛନ୍ତି ଏ ଦୁଇ ପ୍ରେମ ପକ୍ଷୀ । "ସୁଜାତା ଏବଂ ଦିଲ୍ଲୀପ " ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨୨୦୧୨ରେ ଦେଖା ଦେଖି ଆଉ ତା ପରେ ମନ ଦିଆନିଆ । ବାସ ସେଇ ଅଳ୍ପ ମୁହୂର୍ତ୍ତର ଦେଖାରେ ଦିଲ୍ଲୀପ ଭଲପାଇବସିଥିଲେ ସୁଜାତାଙ୍କୁ | ପରେ ପ୍ରେମ ନିବେଦନ, ଆଉ ସୁଜାତାଙ୍କ ଉତ୍ତରକୁ ଅପେକ୍ଷା । ଦିଲ୍ଲୀପ ମଧ୍ୟ କିଛି କମ ନଥିଲେ । ଜାତିରେ ବ୍ରାହ୍ମଣ, ଆଉ ଦେଖିବାକୁ ବି ହିରୋ । ସଙ୍ଗୀତ ମାଧ୍ୟମରେ ସୃଷ୍ଟି ହୋଇଥିବା ପ୍ରେମ କେମିତି ବା ବିଫଳ ହୋଇଥାନ୍ତା । ଅପରପକ୍ଷେ ସୁଜାତାଙ୍କର "ବଢ଼େଇ" ଜାତି ଏବଂ ସୁଜାତା ଜଣେ ଭିନ୍ନକ୍ଷମ ହୋଇଥିବାରୁ, ଦିଲ୍ଲୀପଙ୍କ ଘରେ ମଧ୍ୟ ରାଜି ନଥିଲେ । ଭଲପାଇବାର ସମୁଦ୍ରରେ ଏଭଳି "ଜୁଆର ଆଉ ଭଟ୍ଟା"କୁ ଦୁହେଁ ଖାତିର ନକରି ପରସ୍ପର ବିବାହ କରିଥିଲେ ।