Odisha News / ଦଶାହରେ ଅଘଟଣ; ନଦୀରେ ଭାସି ଯାଇ ୩ ମୃ*ତ, ଶୋକରେ ୩ ପରିବାର
·26 mins ago·2 min read

Key Points
କେନ୍ଦ୍ରାପଡ଼ା: ଦଶାହରେ ଶୁଦ୍ଧି ହେବା ବେଳେ ଅଘଟଣ
ଲୁଣା ନଦୀରେ ଭାସି ଯାଇ ୩ ଜଣ ଯୁବକଙ୍କ ମୃତ୍ୟୁ
ସମସ୍ତ ମୃତକ ସଦର ଥାନା ଗହଗା ଗାଁର ସୂଚନା
୭ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ମିଳିଲା ମୃତଦେହ

କେନ୍ଦ୍ରାପଡ଼ା: ଦଶ ଖଟିବାକୁ ଯାଇଥିଲେ । ଲୁଣା ନଦୀରେ ସ୍ନାନ କରି ଶୁଦ୍ଧି ହେଉଥିଲେ । ଜଣଙ୍କ ପରେ ଜଣେ ଲୁଣା ନଦୀରେ ଗାଧୋଇବା ବେଳେ ହଠାତ୍ ଜଣଙ୍କ ଗୋଡ଼ ଖସି ଯାଇଥିଲା । ଜଣଙ୍କୁ ବଞ୍ଚାଇବାକୁ ଯାଇ ଶେଷରେ ୩ ଜଣ ଭାସିଗଲେ ।
କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗହଗା ଗାଁରେ ଏଭଳି ଅଘଟଣ ଘଟିଛି । ଗାଁର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଥିଲା ଦଶାହ କର୍ମ । ଦଶାହରେ ଆଜି ସମସ୍ତେ ଶୁଦ୍ଧି ହୋଇଥିବା ବେଳେ ୩ ଜଣ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ।
ଏଥିସହ ପଢ଼ନ୍ତୁ: ରାସ୍ତା କଡ଼ରେ ରକ୍ତ ଜୁଡ଼ୁବୁଡ଼ୁ ମୃତ*ଦେହ; ଦଶହରାରେ କିଏ କାଟିଦେଲା ତଣ୍ଟି ?
ଦୀର୍ଘ ୭ ଘଣ୍ଟାର ଖୋଜାଖୋଜି ପରେ ଶେଷରେ ନଦୀ ଗର୍ଭରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ହିଂମାଶୁ ଶେଖର ଶତପଥୀ, ସବ୍ୟସାଚୀ ସ୍ଵାଇଁ, ଚିରଞ୍ଜିବୀ ପରିଡ଼ା । ଦଶାହରେ ଏବେ ୩ ଜଣଙ୍କ ମୃତ୍ୟୁ ପରେ ୩ ପରିବାର ବଢ଼ିଲା ପୁଅଙ୍କ ଦେହାନ୍ତରେ ଭାଙ୍ଗି ପଡ଼ିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାଳ ସାଜିଲା ଚୋରା ବାଲି
ସ୍ଥାନୀୟ ଲୋକଙ୍କ ଅନୁସାରେ, ଗାଧୋଇବା ବେଳେ ହଠାତ୍ ପାଦ ଖସିବା ଆରମ୍ଭ କରିଥିଲା । ସମସ୍ତଙ୍କୁ ଚୋରା ବାଲି ଟାଣିନେଲା । ଖବର ଅନୁସାରେ, ମଙ୍ଗଳବାର ଦିନ ୧୧ଟା ସମୟରେ ଗହଗା ଗାଁର ଘାଟରେ ସମସ୍ତେ ଦଶାହ କର୍ମରେ ଯୋଗ ଦେଇଥିଲେ ।
ଗାଧୋଇବା ବେଳେ ହଠାତ୍ ୩ ଜଣ ଯୁବକ ଲୁଣା ନଦୀର ଗଭୀର ପାଣିକୁ ପଳାଇଥିଲେ । ଚୋରା ବାଲିରେ ପାଦ ଖସିଯିବାରୁ ପ୍ରଥମେ ଜଣେ ଭାସି ଯାଇଥିଲେ । ଜଣଙ୍କୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଅନ୍ୟ ଜଣେ ଏଭଳି ୩ ଜଣ ଭାସି ଯାଇଥିଲେ ।
ଏଥିସହ ପଢ଼ନ୍ତୁ: ଭସାଣିରେ ଡିଜେ ମନା, ନିୟମ ଭାଙ୍ଗିଲେ କ୍ରିମିନାଲ କେସ୍; ସୁରକ୍ଷା ପାଇଁ ୪୮ ପ୍ଲାଟୁନ୍ ଫୋର୍ସ ମୁତୟନ
ସଙ୍ଗେ ସଙ୍ଗେ ପରିବାର ଲୋକ ଓ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଥିଲେ । କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗ ଟିମ୍ ଖବର ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ଦୀର୍ଘ ୭ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ଅଗ୍ନିଶମ ବାହିନୀ ୩ ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି ।
ଫଳରେ ଜଣଙ୍କର ଦଶାହରେ ଏବେ ଆଉ ୩ଟି ପରିବାର ଭାସି ଯାଇଛି । ବଢ଼ିଲା ପୁଅକୁ ହରାଇ ମାଆ କାନ୍ଦୁଛି । ସାହି ପଡ଼ିଶା, ପୂରା ଗାଁ ଏବେ ସ୍ତବ୍ଧ ହୋଇ ଯାଇଛି ।

Related Topics
Explore more stories