Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଧକ୍କା ଦେଲା କମ୍ପାନୀ ଗାଡ଼ି : ଟାୟାର ଜାଳି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

Odisha

ଧକ୍କା ଦେଲା କମ୍ପାନୀ ଗାଡ଼ି : ଟାୟାର ଜାଳି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

Jitendra Dash
Browse all articles by Jitendra Dash
·2 years ago·1 min read
ଧକ୍କା ଦେଲା କମ୍ପାନୀ ଗାଡ଼ି : ଟାୟାର ଜାଳି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଅର୍ଗସ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଅଘଟଣ । ଜମ୍ବୁ -ମାର୍ଶାଘାଇ କେନାଲ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଥିବା ଏଆରଏସଏସ କମ୍ପାନୀର ଗାଡ଼ି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ । ମୃତ ଶ୍ରମିକ ଜଣକ ହେଲେ ସେହି କମ୍ପାନୀରେ କାର୍ଯ୍ୟରତ ଶ୍ରମିକ । ଏହାର ପ୍ରତିବାଦରେ ଜମ୍ବୁ -ମାର୍ଶାଘାଇ କେନାଲ ରୋଡର ବାୟାବାବା କଲେଜ ଛକ ଠାରେ ଟାୟାର ଜାଳି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମୃତକ ଜଣକ ହେଲେ ସ୍ଥାନୀୟ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଗ୍ରାମର ଅଞ୍ଜନ ମଳିକ । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଅଞ୍ଜନ ସେହି ରାସ୍ତା କାର୍ଯ୍ୟରେ ନିୟୋଜିତ ଥିବା ବେଳେ କମ୍ପାନୀର ଗାଡ଼ି ଚଢ଼ାଇ ଦେଇଥିବା ଜଣାପଡ଼ିଛି । ଦିନ ବେଳା ଅସହ୍ୟ ଗରମ ହେତୁ ରାସ୍ତାର ପିଚୁ କାର୍ଯ୍ୟ ରାତିରେ ହେଉଥିଲା । ଘଟଣାସ୍ଥଳରେ ମହାକାଳପଡ଼ା ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଜମ୍ବୁ-ମାର୍ଶାଘାଇ କେନାଲ ରୋଡରେ ଶହ ଶହ ଗାଡି ଅଟକି ରହିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
kendrapara road accident | Argus News