Videos
|
Odisha

୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ

Jitendra Dash
Browse all articles by Jitendra Dash
·2 years ago·1 min read
୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ

ଅର୍ଗସ ବ୍ୟୁରୋ : ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମହାକାଳପଡା ତହସିଲ ଅଫିସ ସରକାରୀ ଅମିନ ଉମାକାନ୍ତ ବେହେରା । ଆର. ପି କେସ୍ ରିପୋଟ ଦେବାପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । 

ସୂଚନା ଅନୁସାରେ ମାସେ ତଳେ ଅମିନ ଉମାକାନ୍ତ ବେହେରା ଜଣେ ବ୍ୟକ୍ତିଙ୍କର ଜମି ଡିମାର୍କେସନ କରିଥିଲେ । ତା’ର ସବିଶେଷ ରିପୋର୍ଟ ପ୍ରଦାନ କରିବା ପାଇଁ ସେ ସଂପୃକ୍ତ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ । ତେବେ ଅଭିଯୋଗକାରୀ ଗରିବ ଶ୍ରେଣୀର ହୋଇଥିବାରୁ ସେ ଏତେ ଟଙ୍କା ଦେବାକୁ ଅସମର୍ଥ ଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେଣୁ ସେ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଆଉ ଆଜି ଯୋଜନା ପ୍ରକାରେ ଅମିନ ଉମାକାନ୍ତ ବେହେରା ଉକ୍ତ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ । ଅମିନ ଉମାକାନ୍ତ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି ।

kendrapara vigilance raid | Argus News