Videos
|
Odisha

Odisha IPS Officer Death / ଆଇପିଏସ୍ ସଫିନ ଅହମ୍ମଦଙ୍କ ଦେହାନ୍ତ; କ୍ରାଇମବ୍ରାଞ୍ଚ ଆଇଜି ଥିଲେ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଆଇପିଏସ୍ ସଫିନ ଅହମ୍ମଦଙ୍କ ଦେହାନ୍ତ; କ୍ରାଇମବ୍ରାଞ୍ଚ ଆଇଜି ଥିଲେ
Odisha IPS Officer Death

Key Points

ଆଇପିଏସ୍ ସଫିନ ଅହମ୍ମଦଙ୍କ ଦେହାନ୍ତ
୨୦୦୩ ବ୍ୟାଚର ଆଇପିଏସ ଅଫିସର
ସଫିନଙ୍କୁ କଣ ହୋଇଥିଲା ଜାଣନ୍ତୁ..
୨୦୦୩ ବ୍ୟାଚର ଆଇପିଏସ ଅଫିସର ସଫିନ ଅହମ୍ମଦଙ୍କ ଦେହାନ୍ତ । ସେ ଓଡ଼ିଶା କ୍ୟାଡରର ଜଣେ ବରିଷ୍ଠ ଆଇପିଏସ୍ (IPS) ଅଫିସର । ଏହାସହ କ୍ରାଇମବ୍ରାଞ୍ଚ ଆଇଜି ଥିଲେ ସଫିନ୍ନ ଅହମ୍ମଦ । କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସା ହେଉଥିଲେ । ତେବେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା । ୧୯୭୬ରେ କେରଳର ଥିରୁଅନନ୍ତପୁରମରେ ତାଙ୍କର ଜନ୍ମ ହୋଇଥିଲା ।

  • ଦୁଇ ଦିନ ତଳେ ହସ୍ପିଟାଲରୁ ଘରକୁ ଫେରିଥିଲେ
କ୍ୟାନ୍ସରରେ ପୀଡିତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଇଥିଲେ । ଗତ ଦୁଇ ଦିନ ତଳେ କେରଳ ଘରକୁ ଫେରିଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି । ସଫିନ୍ ଜଣେ ଇଞ୍ଜିନିୟରିଂ ସ୍ନାତକ ଥିଲେ । ସେ CITU ନେତା ହବିବ୍‌ଙ୍କ ପୁଅ । ସେ କିଛି ବର୍ଷ ଧରି ଇଣ୍ଟରକ୍ୟାଡର ଡେପୁଟେସନ୍‌ରେ କେରଳରେ ମଧ୍ୟ ସେବା କରିଛନ୍ତି । ସେ SP ଗ୍ରାମୀଣ (ଥିରୁଅନନ୍ତପୁରମ୍) ଭାବରେ କାର୍ଯ୍ୟ କରିଥିଲେ । ସାଇବର କ୍ରାଇମ୍ ଡିଭିଜନ ଏବଂ CID CBରେ ତାଙ୍କର ସେବା ପାଇଁ ସେ ଅନେକ ସମ୍ମାନ ଏବଂ ପଦକ ପାଇଥିଲେ ।

  • ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ନ ଅହମ୍ମଦଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ଏବଂ ଓଡ଼ିଶା ପୋଲିସ ପ୍ରତି ତାଙ୍କର ନିଷ୍ଠାପର ସେବା ସଦା ସର୍ବଦା ସ୍ମରଣୀୟ ରହିବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଶୋକସନ୍ତପ୍ତ ପରିବାରବର୍ଗ, ସହକର୍ମୀ ଏବଂ ପ୍ରିୟଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

  • ମିଳିଥିଲା ରାଜ୍ୟପାଳ ପୋଲିସ ମେଡାଲ
୨୦୨୪ରେ ତାଙ୍କୁ ପ୍ରଥମ କାଟାଗୋରୀରେ ରାଜ୍ୟପାଳ ପୋଲିସ ମେଡାଲ ମିଳିଥିଲା । ସେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ଆଇଜି (IG) ଏବଂ ଆଇଜିପି, ଏଚ୍‌ଆରପିସି (HRPC) ଭାବେ କାର୍ଯ୍ୟ କରିଛନ୍ତି । ଏହାସହିତ କୋରାପୁଟ ଦକ୍ଷିଣ-ପଶ୍ଚିମାଞ୍ଚଳର ଡିଆଇଜି (DIG) ମଧ୍ୟ ରହିଥିଲେ ।

ପଢନ୍ତୁ ଏହି ଖବର: IPS ସ୍ତରରେ ଅଦଳବଦଳ, ସତ୍ୟବ୍ରତ ଭୋଇ ହେଲେ ଗୁଇନ୍ଦା IG

  • କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ତଦନ୍ତ କରିଥିଲେ
ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୩ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠିତ ହୋଇଥିଲା । ଏହି ଦଳରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ସଫିନ ଅହମ୍ମଦ କେ. ଦାୟିତ୍ଵ ତୁଲାଇଥିଲେ । ଏଠାରେ କହିରଖୁଛୁ କି, ୨୦୧୭ ଅକ୍ଟୋବର ୧୦ରେ କୋରାପୁଟ ଜିଲ୍ଲା କୁନ୍ଦୁଲି ନିକଟରେ ଯବାନ ପୋଷାକରେ ଥିବା ୪ ଜଣ ନାବାଳିକା ଜଣଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ସମ୍ବେଦନଶୀଳ ଘଟଣା ରାଜ୍ୟବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ନ୍ୟାୟକୁ ଅପେକ୍ଷା କରି ମାନସିକ ଚାପରେ ଥିବା ପୀଡ଼ିତା ନାବାଳିକା ଜଣକ ୨୦୧୮ ଜାନୁଆରୀ ୨୨ରେ ଜୀବନ ହାରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: