Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିପଦ ସାଜିଛି ଦୂଷିତ ପାଣି, ରୋଗରେ ପଡ଼ୁଛନ୍ତି ଗ୍ରାମବାସୀ

Jitendra Dash
Browse all articles by Jitendra Dash
·2 years ago·1 min read
ବିପଦ ସାଜିଛି ଦୂଷିତ ପାଣି, ରୋଗରେ ପଡ଼ୁଛନ୍ତି ଗ୍ରାମବାସୀ

ଅର୍ଗସ ବ୍ୟୁରୋ : ଦୂଷିତ ପାଣି ପିଇ ରୋଗରେ ପଡ଼ିଲେ । ୧୧ ଜଣ ଯକ୍ଷ୍ମା ରୋଗରେ ହେଲେ ଆକ୍ରାନ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଡ ପଳାଶପାଳ ପଞ୍ଚାୟତର କହ୍ନେଇଗୋଳା ଗ୍ରାମରେ । ଏଠାକାର ଲୋକେ ଦୂଷିତ ପାଣି ପିଇ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମରେ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ଗାଁକୁ ଏଯାଏଁ ସରକାରଙ୍କ ବିକାଶ ର ପାଦ ଚିହ୍ନ ପଡି ନାହିଁ ।‌ ଗାଁକୁ ରାସ୍ତା ନଥିବା ବେଳେ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇ ପାରିନାହିଁ ।

ଏଠାରେ ଲୋକେ ବର୍ଷ ତମାମ ଚୁଆର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ଯାହା ଫଳରେ ବିଭିନ୍ନ ଅଜଣା ରୋଗ ସହ ଟିବି ଭଳି ମାରାତ୍ମକ ରୋଗର ଶୀକାର ହେଉଛନ୍ତି । ଏବେ ଯାଏ ଗ୍ରାମରେ ୨୫ ଜଣ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଗତ ୫ ବର୍ଷ ଭିତରେ ୬ ଜଣଙ୍କ ଟିବି ରୋଗରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।‌ 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ଜଣେ ଟିବି ରୋଗୀଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗାଁକୁ ରାସ୍ତା ନଥିବା କାରଣରୁ ଦେଢ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ତେବେ ଗ୍ରାମବାସୀ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଗାଁରେ ଏଯାଏଁ କୈାଣସି ସରକାରୀ ଅଧିକାରୀମାନେ ପାଦ ପଡିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । 

Sponsored
kendujhar drinking water issue | Argus News