Crime In Odisha / ଗୁଳିମାଡ଼ ସହ ମାରଣାସ୍ତ୍ର ଦେଖାଇ ଟ୍ରକ୍ରୁ ରାତିରେ ଡିଜେଲ୍ ଚୋରି ଉଦ୍ୟମ; ଚୋରକୁ ଧରି ଛେଚିଲେ ଟ୍ରକ୍ ଡ୍ରାଇଭର୍
·1 hour ago·2 min read

Key Points
ରାତିର ଅନ୍ଧକାରରେ ଖଣି ଅଞ୍ଚଳକୁ କରୁଛନ୍ତି ଟାର୍ଗେଟ୍ । କାଟାମାଟି ମାଇନ୍ସ ନିକଟରେ ଡିଜେଲ ଚୋରି ଉଦ୍ୟମ ବେଳେ ଟ୍ରକ୍ ଡ୍ରାଇଭରଙ୍କ ଉପରକୁ ଫାୟାରିଂ କରିଛନ୍ତି ଦୁର୍ବୃତ୍ତ ।
ଚମ୍ପୁଆ (କେନ୍ଦୁଝର): ପଡ଼ୋଶୀ ରାଜ୍ୟରୁ ଆସି ଓଡ଼ିଶାରେ କରୁଛନ୍ତି ଚୋରି । ରାତିର ଅନ୍ଧକାରରେ ଖଣି ଅଞ୍ଚଳକୁ କରୁଛନ୍ତି ଟାର୍ଗେଟ୍ । କାଟାମାଟି ମାଇନ୍ସ ନିକଟରେ ଡିଜେଲ ଚୋରି ଉଦ୍ୟମ ବେଳେ ଟ୍ରକ୍ ଡ୍ରାଇଭରଙ୍କ ଉପରକୁ ଫାୟାରିଂ କରିଛନ୍ତି ଦୁର୍ବୃତ୍ତ ।
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କାଟାମାଟି ମାଇନ୍ସ ନିକଟରେ ଗତ ରାତିରେ ଟ୍ରକ୍ରୁ ଡିଜେଲ୍ ଚୋରି ଉଦ୍ୟମ ବେଳେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ ସହ ମାରଣାସ୍ତ୍ର ଦେଖାଇ ଟ୍ରକରୁ ଡିଜେଲ ଚୋରି ଉଦ୍ୟମ କରୁଥିବା ବେଳେ ତେଲ ଚୋର ଗ୍ୟାଙ୍ଗ ଏବଂ ଟ୍ରକ୍ ଡ୍ରାଇଭରଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଛି ।
ଏଥିସହ ପଢ଼ନ୍ତୁ: ରାଜ୍ୟରେ ପ୍ରବଳ ବର୍ଷା: ୨୬ ଯାଏଁ ସରକାରୀ ଅଧିକାରୀଙ୍କୁ ଛୁଟି ମନା
ଦୁର୍ବୃତ୍ତମାନେ ଟ୍ରକ୍ ଡ୍ରାଇଭରଙ୍କ ଉପରକୁ ଟେକା ପଥରମାଡ଼ କରିବା ସହ ଗୁଳି ମଧ୍ୟ ଚଳାଇଛନ୍ତି । ଡକାୟତଙ୍କ ପଥର ମାଡ଼ରେ ଦୁଇଜଣ ଟ୍ରକ୍ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଚୋରି କରିବାକୁ ଆସିଥିବା ଗ୍ୟାଙ୍ଗର ଜଣଙ୍କୁ ଟ୍ରକ୍ ଡ୍ରାଇଭରମାନେ କାବୁ କରିବାରେ ସଫଳ ହୋଇଛନ୍ତି । ଚୋରକୁ ଧରିବା ପରେ ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ସଶସ୍ତ୍ର ଦୁର୍ବୃତ୍ତ କାଟାମାଟି ମାଇନ୍ସ ନିକଟରେ ଛିଡ଼ା ହୋଇଥିବା ଟ୍ରକଗୁଡ଼ିକରୁ ଡିଜେଲ୍ ଚୋରି କରିବାକୁ ଉଦ୍ୟମ କରୁଥିଲେ । ଏହା ଦେଖି କିଛି ଡ୍ରାଇଭର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ସହ ଆତଙ୍କ ଖେଳାଇବା ପାଇଁ ଗୁଳିମାଡ଼ କରିଥିଲେ ।
ଏଥିସହ ପଢ଼ନ୍ତୁ: ରାଇରଙ୍ଗପୁରରେ ସ୍କୁଲ୍ ଯାଉଥିଲେ, ରାଉରକେଲା ଷ୍ଟେସନରୁ ଉଦ୍ଧାର ହେଲେ ୨ ନାବାଳକ
ଯାହାପରେ ଡ୍ରାଇଭରମାନେ ଏକାଠି ହୋଇ ଜଣେ ଦୁର୍ବୃତ୍ତକୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ ସହ ରେଞ୍ଚି, ତେଲ ଜାରକିନ୍ ଏବଂ ଗୋଟିଏ ବାଇକ୍ ଜବତ ହୋଇଛି ।
ଟ୍ରକ୍ ଡ୍ରାଇଭର କାବୁ କରିଥିବା ଅଭିଯୁକ୍ତ ଜଣକ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟ ଜଗନ୍ନାଥପୁର ଥାନା ଅଞ୍ଚଳର ସାଲନ୍ ଚାତ୍ତାର ବୋଲି ଜଣାପଡ଼ିଛି । ଖବର ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଅବସ୍ଥାରେ ସାଲନକୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିବା ସହ ଫେରାର୍ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ୍ ଜାରି ରଖିଛି ।

Related Topics
Explore more stories