Rairangpur to Rourkela / ରାଇରଙ୍ଗପୁରରେ ସ୍କୁଲ୍ ଯାଉଥିଲେ, ରାଉରକେଲା ଷ୍ଟେସନରୁ ଉଦ୍ଧାର ହେଲେ ୨ ନାବାଳକ
·1 hour ago·2 min read

Key Points
ରହସ୍ୟ ଘେରରେ ନାବାଳକ ଉଦ୍ଧାର ଘଟଣା
ଅପହରଣ ନା ରହସ୍ୟମୟ ଟ୍ରେନ ଯାତ୍ରା ?
କାର୍ ନୁହେଁ ଟ୍ରେନରେ ଆସିଥିବା ସ୍ପଷ୍ଟ କଲେ ପଶ୍ଚିମାଞ୍ଚଳ DIG

ରାଉରକେଲା: ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲା । ଅପହରଣ ନା ନାବାଳକଙ୍କୁ କାରରେ ଚାଲାଣ ? ମୟୂରଭଞ୍ଜରୁ ନିଖୋଜ ପରେ ରାଉରକେଲାରୁ ଉଦ୍ଧାର ରାଇରଙ୍ଗପୁରରେ ହଷ୍ଟେଲରୁ ସ୍କୁଲକୁ ଯାଉଥିବା ସମୟରେ ଦୁଇ ନାବାଳକ ଛାତ୍ର କିଭଳି ପହଞ୍ଚିଲେ ରାଉରକେଲା ?
ପ୍ରଥମେ ସେମାନଙ୍କୁ ଅପହରଣ କରାଯାଇ ରାଉରକେଲା ରେଳ ଷ୍ଟେସନ ନିକଟରେ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ତେବେ ସେମାନେ ସେଠାକୁ କିପରି ଓ କେଉଁ ପରିସ୍ଥିତିରେ ଆସିଲେ, ତାହାକୁ ନେଇ ପୋଲିସ ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଥିବା ବେଳେ ରାଉରକେଲା ପୋଲିସ ଦୁଇ ନାବାଳକଙ୍କୁ ସୁରକ୍ଷିତ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।
ଏଥିସହ ପଢ଼ନ୍ତୁ: ଘରେ ପୁଳାପୁଳା ଟଙ୍କା; ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ନଗଦ ୨.୯୮ ଲକ୍ଷ ଜବତ
ସୁରକ୍ଷିତ ଉଦ୍ଧାର ପରେ ରହସ୍ୟ ଘେରରେ ଷ୍ଟସନରୁ ନାବାଳକ ଠାବ ଘଟଣା । ଉଭୟ ନାବାଳକଙ୍କ ପରିବାର ପିଲାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ, ରାଇରଙ୍ଗପୁରର ଏକ ଘରୋଇ ହଷ୍ଟେଲରୁ ଦୁଇ ନାବାଳକ ଛାତ୍ର ସ୍କୁଲ ଯାଉଥିବା ସମୟରେ ଏକ କଳା କାରରେ କେହି ଦୁର୍ବୃତ୍ତ ଉଭୟଙ୍କୁ ଅପହରଣ କରି ଆଣି ରାଉରକେଲା ରେଳ ଷ୍ଟେସନ ନିକଟରେ ଛାଡ଼ି ଫେରାର ହୋଇଯାଇଥିଲେ । ଦୁଇ ନାବାଳକ ସ୍ଥାନୀୟ ଲୋକଙ୍କ ସହାୟତାରେ ଫୋନ୍ କରି ପରିବାରକୁ ଜଣାଇଥିଲେ । ପରେ ପୋଲିସ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘରୋଇ ହଷ୍ଟେଲରୁ ସ୍କୁଲ୍ ଯିବା ସମୟରେ କେମିତି ଏବଂ କେଉଁ ପରିସ୍ଥିତିରେ ଦୁଇ ନାବାଳକ ରାଉରକେଲା ରେଳ ଷ୍ଟେସନ ନିକଟରେ ପହଞ୍ଚିଲେ ? ଏ ସବୁ ଦିଗକୁ ଉଭୟ ରାଇରଙ୍ଗପୁର ଓ ରାଉରକେଲା ପୋଲିସ ସିସିଟିଭି ଆଧାରରେ ଯାଞ୍ଚ କରିଥିବା ବେଳେ, କାର୍ ନୁହେଁ ବରଂ ଟ୍ରେନ ଯୋଗେ ଦୁଇ ନାବାଳକ ରାଉରକେଲା ଆସିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିବା କହିଛନ୍ତି DIG ପଶ୍ଚିମାଞ୍ଚଳ ବ୍ରିଜେଶ ରାୟ ।
ଏଥିସହ ପଢ଼ନ୍ତୁ: ଚୌଦ୍ବାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳ ଗିରଫ, ନିଜ ଜେଲରେ ନିଜେ ହେଲେ କଏଦୀ
ନାବାଳକ ଦୁଇ ଜଣ ଟ୍ରେନ୍ ଯୋଗେ ଆସିଥିବା ଜଣାପଡ଼ିଛି ସତ । କିନ୍ତୁ ନିଶା ଓ ଅପହରଣର କାହାଣୀ ପଛରେ ରହସ୍ୟ କଣ ? ଏହା ପ୍ରକୃତରେ ଅପହରଣ ନା ପଳାୟନ ବା ଆଉ ଅନ୍ୟ କିଛି ? ଏବେ ପୋଲିସ ଏସବୁ ଦିଗରେ ଛାନଭିନ୍ ଜାରି ରଖିଛି ।

Related Topics
Explore more stories